ହକି ରାସ୍ତାରେ ଭାରତୀୟ କ୍ରିକେଟ୍

୧୯୬୮ରେ ଦୁଇ ଜଣ କ୍ୟାପ୍ଟେନଙ୍କ ମଧ୍ୟରେ ଟଣାଓଟରାରୁ ଆରମ୍ଭ ହୋଇଥିଲା ଭାରତୀୟ ହକିର ପତନ

ଭାରତୀୟ କ୍ରିକେଟରେ ଏବେ ଷ୍ଟାର ୱାର ଚାଲିଛିଗୋଟିଏ ପଟେ ବିରାଟ କୋହଲି ତ’ ଅନ୍ୟପଟେ ରୋହିତ ଶର୍ମା । ମଝିରେ ଅଛି ବିସିସିଆଇ ଅର୍ଥାତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ୍ରୋହିତଙ୍କୁ ବୋର୍ଡ୍ ଦିନିକିଆ ଓ ଟି-୨୦ର ଅଧିନାୟକ କରିଛି । ଅନ୍ୟପକ୍ଷରେ ଏବେ ବିରାଟଙ୍କ ପାଖରେ ଟେଷ୍ଟ୍ କ୍ରିକେଟର ଅଧିନାୟକତ୍ୱ ରହିଛି । ଦୁଇ ଷ୍ଟାରଙ୍କ ମଧ୍ୟରେ ଭିଡାଭିଡି ପାଇଁ ଦଳ ଦୁଇ ଭାଗରେ ବିଭକ୍ତ ହୋଇ ସାରିଲାଣି ବୋଲି ଶୁଣିବାକୁ ମିଳୁଛି ।

ଏହି ଲଢେଇ କେଉଁ ପର୍ଯ୍ୟନ୍ତ ଯିବ ସେସମ୍ପର୍କରେ ଏବେ କିଛି କୁହାଯାଇ ପାରିବ ନାହିଁ । କିନ୍ତୁ ଭାରତୀୟ କ୍ରୀଡ଼ା ଇତିହାସ ଉପରେ ଯଦି ନଜର ପକାଇବା ତେବେ ଜାଣିବା ଯେ, ଏଭଳି ଅହଂ ସଂଘର୍ଷ ପାଇଁ ଭାରତୀୟ ଖେଳର କ୍ଷତି ହିଁ ହୋଇଛି । ଯାହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଭାରତୀୟ ହକି୫୩ ବର୍ଷ ତଳେ ଦୁଇ ଜଣ ଷ୍ଟାର ହକି ଖେଳାଳୀଙ୍କ ମଧ୍ୟରେ କ୍ୟାପ୍ଟେନ ପଦ ପାଇଁ ହୋଇଥିବା ସଂଘର୍ଷରୁ ହକିର ପତନ ଆରମ୍ଭ ହୋଇଥିଲା ।

ପୃଥ୍ୱୀପାଲ ସିଂହ ବନାମ ଗୁରବଖ୍ସ ସିଂହ : ଅହଂର ସଂଘର୍ଷରୁ ହକିର ପତନ

୧୯୨୮ରୁ ୧୯୬୪ ମଧ୍ୟରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସର ସବୁ ଫାଇନାଲରେ ଉପସ୍ଥିତ ଥିଲା୧୯୬୦କୁ ଛାଡି ପ୍ରତି ଅଲମ୍ପିକ୍ସରେ ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୬୦ ରୋମ୍ ଅଲମ୍ଫିକ୍ସରେ ପାକିସ୍ତାନଠାରୁ ଭାରତ ଫାଇନାଲରେ ହାରିଥିଲା । ତେବେ ୧୯୬୪ରେ ଭାରତ ପାକିସ୍ତାନ ଉପରେ ପ୍ରତିଶୋଧ ନେଇ ସ୍ୱର୍ଣ୍ଣ ପଦକ ଉପରେ ଅଧିକାର ସାବ୍ୟସ୍ତ କରିଥିଲା । ତେବେ ୧୯୬୮ ମେକ୍ସିକୋ ଅଲମ୍ପିକ୍ସରୁ ଭାରତୀୟ ହକିର ପତନ ଆରମ୍ଭ ହୋଇଥିଲା । କାରଣ ଏହି ଅଲମ୍ପିକ୍ସରେ ଭାରତୀୟ ଟିମର କ୍ୟାପ୍ଟେନ୍ କିଏ ହେବ ତାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ପୃଥ୍ୱୀପାଲ ଓ ଗୁରବଖ୍ସଙ୍କ ମଧ୍ୟରେ ଅଧିନାୟକତ୍ୱ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିଲା । ଉଭୟ ନିଜକୁ ଅଧିକ ଯୋଗ୍ୟ କହି ଅଧିନାୟକତ୍ୱ ପଦବୀ ଉପରେ ଦାବି ରଖିଥିଲେ ।

ଦୁଇ ଜଣ କ୍ୟାପ୍ଟେନ୍ !

ଦୁଇ ଷ୍ଟାର ଖେଳାଳୀଙ୍କ ମଧ୍ୟରେ ସଂଘର୍ଷ ଏତେ ବଢିଥିଲା ଯେ, ହକି ସଂଘ ବିବାଦର ସମାଧାନ ପାଇଁ ଦୁଇ ଜଣଙ୍କୁ କ୍ୟାପ୍ଟେନ୍ କରିଥିଲା । ଯାହାକି ଆଶ୍ଚର୍ଯ୍ୟଜନକ ଘଟଣା ଥିଲା । ଗୋଟିଏ ଦଳର ଦୁଇ ଜଣ କ୍ୟାପ୍ଟେନ ଭଳି ଘଟଣା କ୍ରୀଡ଼ା ଇତିହାସରେ ସମ୍ଭବତଃ ପ୍ରଥମ ଥର ପାଇଁ ଘଟିଥିଲା । ଦୁଇ କ୍ୟାପ୍ଟେନଙ୍କ ପାଇଁ ଦଳ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଯାହାର ପ୍ରଭାବ ପ୍ରଦର୍ଶନ ଉପରେ ପଡିଥିଲା । ଅଲମ୍ପିକ୍ସ ଇତିହାସରେ ଭାରତୀୟ ହକି ଟିମ୍ ପ୍ରଥମ ଥର ପାଇଁ ଫାଇନାଲରେ ପହଂଚି ପାରିନଥିଲା । ଭାରତ ମେକ୍ସିକୋ ଅଲମ୍ପିକ୍ସରେ ରଜତ ପଦକ ଅବଶ୍ୟ ଜିତିଥିଲା କିନ୍ତୁ ଏହିଠାରୁ ହିଁ ଭାରତୀୟ ହକିର ପତନ ଆରମ୍ଭ ହୋଇଥିଲା । ୧୯୭୬ ଭାରତୀୟ ହକି ଟିମ୍ ସପ୍ତମ ସ୍ଥାନରେ ରହିଥିଲା । ୧୯୮୦ର ମସ୍କୋ ଅଲମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା କିନ୍ତୁ ସତ ହେଲା ଏହି ଅଲମ୍ପିକ୍ସରେ ପାକିସ୍ତାନ,ପଶ୍ଚିମ ଜର୍ମାନୀ ଭଳି ଶକ୍ତିଶାଳୀ ଦଳ ଭାଗ ନେଇନଥିଲେ । ସେମାନେ ଏହି ଅଲମ୍ପିକ୍ସକୁ ବର୍ଜନ କରିଥିଲେ । ଫଳରେ ଭାରତ ସହଜ ବିଜୟ ହାସଲ କରିଥିଲା ବୋଲି କୁହାଗଲା । ୧୯୮୪ରୁ ୨୦୧୬ ମଧ୍ୟରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସରେ ଖାତା ହିଁ ଖୋଲି ପାରିନଥିଲା । ଭାରତୀୟ ହକି ଟିମ ପାଇଁ ପଦକ ମରୁଡି ୨୦୨୧ ଟୋକିଓ ଅଲମ୍ପିକ୍ସର ସରିଥିଲା୪୦ ବର୍ଷ ପରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସରେ ପଦକ ପାଇଥିଲା ।

ବିରାଟ-ରୋହିତ ବିବାଦ ଏଇଥିପାଇଁ ଡରାଉଛି

ଦୁଇ ଜଣ କ୍ୟାପ୍ଟେନଙ୍କ ମଧ୍ୟରେ ଟଣାଓଟରା ପାଇଁ ଯେମିତି ହକିର ପତନ ହୋଇଥିଲା ଭାରତୀୟ କ୍ରିକେଟରେ ମଧ୍ୟ ସେହିଭଳି ଘଟିବ ବୋଲି ଆଶଙ୍କା କରାଯାଉଛି । କାରଣ ଟେଷ୍ଟ୍ ଓ ଦିନିକିଆ ପାଇଁ ଦୁଇ ଜଣ କ୍ୟାପ୍ଟେନ ନୀତିର ଭାରତୀୟ ଦଳ ଉପରେ ନକରାତ୍ମକ ପ୍ରଭାବ ପକାଇ ପାରେ । ବିରାଟ କହୁଛନ୍ତି ଯେ, ତାଙ୍କୁ ଇଛା ବିରୋଧରେ ଦିନିକିଆ କ୍ୟାପ୍ଟେନ ପଦରୁ ହଟା ଯାଇଛି । କିନ୍ତୁ ବୋର୍ଡ୍ କହୁଛି ବିରାଟ ଟି-୨୦ କ୍ୟାପ୍ଟନସି ଛାଡନ୍ତୁ ବୋଲି କେହି ଚାହୁଁନଥିଲେ । କିନ୍ତୁ ସେ ନିଜ ଇଛାରେ ଏହି ପଦ ଛାଡିବା ପରେ ବୋର୍ଡର ଅନୁଭବ ହେଲା ଯେ, ହ୍ୱାଇଟ୍ ବଲ କ୍ରିକେଟ୍ ପାଇଁ ଦୁଇ ଜଣ କ୍ୟାପ୍ଟେନ ଠିକ୍ ହେବ ନାହିଁ । ତେଣୁ ତାଙ୍କୁ ଦିନିକିଆ ଅଧିନାୟକତ୍ୱ ଛାଡିବାକୁ କୁହାଯାଇଥିଲା । ଏବେ ଏହି ବିବାଦ ଥମିବ ନା ଦୁଇ କ୍ୟାପ୍ଟେନଙ୍କ ପାଇଁ ଭାରତୀୟ କ୍ରିକେଟ୍ ପ୍ରଭାବିତ ହେବ ତାହା ଦେଖିବାକୁ ବାକି ରହିଲା ।

1968 mexico olympics୧୯୬୮ ମେକ୍ସିକୋ ଅଲମ୍ପିକ୍ସcollapse of indian hockeyhistory of indian sportsindian cricket control boardIndian cricket teamindian cricket turmoilindian hockey team in olympicsprithvipal singh and gurbakshrohit sharmateam india captaincy controversyvirat kohlivirat kohli vs rohit sharmaବିରାଟ କୋହଲିବିସିସିଆଇଭାରତୀୟ କ୍ରିକେଟଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ୍ଭାରତୀୟ କ୍ରୀଡ଼ା ଇତିହାସଭାରତୀୟ ହକିଭାରତୀୟ ହକି ଟିମ୍ ଅଲମ୍ପିକ୍ସରୋହିତ ଶର୍ମାହକିର ପତନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami