ସୋମନାଥ ମନ୍ଦିର ଧ୍ୱଂସକାରୀ ମହମ୍ମଦ ଗଜନୀର କବରରେ ପହଂଚି ତାଲିବାନ ନେତା ହକ୍କାନୀ ଏମିତି ଭାରତକୁ ଦେଲା ଧମକ

ଦଶମ ଶତାବ୍ଦୀରେ ଗଜନୀର ମହମ୍ମଦ ଭାରତ ଉପରେ ୧୭ ଥର ଆକ୍ରମଣ କରିଥିଲା । ସେ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଧନସମ୍ପତ୍ତି ଲୁଣ୍ଠନ କରିବା ପରେ ମୁର୍ତ୍ତିକୁ ଧ୍ୱଂସ କରିଥିଲା । ଏବେ ସେହି ମହମ୍ମଦର ଗୁଣଗାନ କରିବା ଆରମ୍ଭ କରିଛି ତାଲିବାନ । ତାଲିବାନ ଭିତରେ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଥିବା ହକ୍କାନୀ ନେଟୱର୍କର ଅନସ ହକ୍କାନୀ ମଙ୍ଗଳବାର ଦିନ ଗଜନୀ ସ୍ଥିତ ମହମ୍ମଦ କବରକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଅନ୍ନସ ସେଠାରେ ମହମ୍ମଦ ଗଜନୀକୁ ଜଣେ ମହାନ ମୁସଲିମ ଯୋଦ୍ଧା ଭାବେ ପ୍ରଂଶସା କରି ମହିମା ମଣ୍ଡିତ କରିଛି ।

ଅନସ ହକ୍କାନୀ ଟ୍ୱିଟ୍ କରି ଲେଖିଛି ଯେ, ’’ ଆଜି ଆମେ ଦଶମ ଶତାବ୍ଦୀର ମହାନ ମୁସଲିମ ଯୋଦ୍ଧା ଓ ମୁଜାହିଦ୍ଦିନ ସୁଲତାନ ମହମ୍ମଦଙ୍କ କବର ପରିଦର୍ଶନ କରିଥିଲୁ । ଗଜନଭୀ ଏହି କ୍ଷେତ୍ରରେ ଏକ ଶକ୍ତିଶାଳୀ ଇସଲାମିକ୍ ସାମ୍ରାଜ୍ୟର ସ୍ଥାପନା କରିଥିଲେ । ସେ ସୋମନାଥ ମୁର୍ତ୍ତିକୁ ଧ୍ୱଂସ କରିଥିଲେ’’ । ଏହା ସହିତ ଅନସ ହକ୍କାନୀ କବର ଫଟୋ ମଧ୍ୟ ସେୟାର କରିଛି ।

ସୂଚନାଯୋଗ୍ୟ ଯେ, ମହମ୍ମୁଦ ଗଜନଭୀ ତୁର୍କ ବଂଶର ପ୍ରଥମ ସ୍ୱାଧିନ ଶାସକ ଥିଲା । ଯିଏ କି ୯୯୮ରୁ ୧୦୩୦ ପର୍ଯ୍ୟନ୍ତ ଗଜନୀ ଉପରେ ରାଜତ୍ୱ କରିଥିଲା । ସେ ଭାରତ ଉପରେ ୧୭ ଥର ଆକ୍ରମଣ କରିଥିଲା । ୧୦୨୪ ମସିହାରେ ସେ ସୋମନାଥ ମନ୍ଦିର ଲୁଣ୍ଠନ କରିଥିଲା । ସୋମନାଥରେ ଭଗବାନ ଶିବ ପୂଜା ପାଆନ୍ତି । ଗଜନୀ ସେଠାରୁ ଧନ ସମ୍ପତ୍ତି ଲୁଣ୍ଠନ କରିବା ସହିତ ଶିବଙ୍କ ପ୍ରତିମାକୁ ଭାଙ୍ଗି ଦେଇଥିଲା ।

ଅନ୍ନସ ହକ୍କାନୀ ଯେଉଁଭଳି ଭାବେ ମହମ୍ମଦ ଗଜନୀ ଓ ସୋମନାଥ ମନ୍ଦିର ପ୍ରସଙ୍ଗ ଉଠାଇଛି ସେଥିରୁ ଲାଗୁଛି ଯେ, ସେ ଭାରତକୁ ଚ୍ୟାଲେଂଜ୍ କରୁଛି । ହକ୍କାନୀ ପ୍ରତି ପାକିସ୍ତାନର ସମର୍ଥନ ରହୁଛି । ହକ୍କାନୀ ପରୋକ୍ଷ ଭାବେ ଭାରତକୁ ଧମକ ଦେଉଛି ବୋଲି ରାଜନୈତିକ ବିଶ୍ଲେଷକ କୁହନ୍ତି ।

Anas haqqanianas haqqani tweetghazni mahmudhaqqani networkidol of somnathLord Shiva worshipped in Somnath templemahmud ghaznimahmud ghazni attacked India 17 timesmahmud ghazni gravemuslim warrior and mujahideen sultansomnath mandirsomnath templesomnath temple Gujaratଗଜନୀର ମହମ୍ମଦଭାରତ ଉପରେ ୧୭ ଥର ଆକ୍ରମଣଭାରତକୁ ଚ୍ୟାଲେଂଜ୍ କରୁଛିମହମ୍ମଦ କବରକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣମୁସଲିମ ଯୋଦ୍ଧା ଓ ମୁଜାହିଦ୍ଦିନ ସୁଲତାନ ମହମ୍ମଦଙ୍କସୋମନାଥ ମନ୍ଦିରସୋମନାଥ ମନ୍ଦିର ଉପରେ ଆକ୍ରମଣସୋମନାଥ ମୁର୍ତ୍ତିକୁ ଧ୍ୱଂସସୋମନାଥରେ ଭଗବାନ ଶିବ ପୂଜା ପାଆନ୍ତିହକ୍କାନୀ ନେଟୱର୍କର ଅନସ ହକ୍କାନୀ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami