ସୋମନାଥ ମନ୍ଦିର ଧ୍ୱଂସକାରୀ ମହମ୍ମଦ ଗଜନୀର କବରରେ ପହଂଚି ତାଲିବାନ ନେତା ହକ୍କାନୀ ଏମିତି ଭାରତକୁ ଦେଲା ଧମକ

Above Post Content

ଦଶମ ଶତାବ୍ଦୀରେ ଗଜନୀର ମହମ୍ମଦ ଭାରତ ଉପରେ ୧୭ ଥର ଆକ୍ରମଣ କରିଥିଲା । ସେ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଧନସମ୍ପତ୍ତି ଲୁଣ୍ଠନ କରିବା ପରେ ମୁର୍ତ୍ତିକୁ ଧ୍ୱଂସ କରିଥିଲା । ଏବେ ସେହି ମହମ୍ମଦର ଗୁଣଗାନ କରିବା ଆରମ୍ଭ କରିଛି ତାଲିବାନ । ତାଲିବାନ ଭିତରେ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଥିବା ହକ୍କାନୀ ନେଟୱର୍କର ଅନସ ହକ୍କାନୀ ମଙ୍ଗଳବାର ଦିନ ଗଜନୀ ସ୍ଥିତ ମହମ୍ମଦ କବରକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଅନ୍ନସ ସେଠାରେ ମହମ୍ମଦ ଗଜନୀକୁ ଜଣେ ମହାନ ମୁସଲିମ ଯୋଦ୍ଧା ଭାବେ ପ୍ରଂଶସା କରି ମହିମା ମଣ୍ଡିତ କରିଛି ।

ଅନସ ହକ୍କାନୀ ଟ୍ୱିଟ୍ କରି ଲେଖିଛି ଯେ, ’’ ଆଜି ଆମେ ଦଶମ ଶତାବ୍ଦୀର ମହାନ ମୁସଲିମ ଯୋଦ୍ଧା ଓ ମୁଜାହିଦ୍ଦିନ ସୁଲତାନ ମହମ୍ମଦଙ୍କ କବର ପରିଦର୍ଶନ କରିଥିଲୁ । ଗଜନଭୀ ଏହି କ୍ଷେତ୍ରରେ ଏକ ଶକ୍ତିଶାଳୀ ଇସଲାମିକ୍ ସାମ୍ରାଜ୍ୟର ସ୍ଥାପନା କରିଥିଲେ । ସେ ସୋମନାଥ ମୁର୍ତ୍ତିକୁ ଧ୍ୱଂସ କରିଥିଲେ’’ । ଏହା ସହିତ ଅନସ ହକ୍କାନୀ କବର ଫଟୋ ମଧ୍ୟ ସେୟାର କରିଛି ।

After 2nd paragraph post ads
Middle post content

ସୂଚନାଯୋଗ୍ୟ ଯେ, ମହମ୍ମୁଦ ଗଜନଭୀ ତୁର୍କ ବଂଶର ପ୍ରଥମ ସ୍ୱାଧିନ ଶାସକ ଥିଲା । ଯିଏ କି ୯୯୮ରୁ ୧୦୩୦ ପର୍ଯ୍ୟନ୍ତ ଗଜନୀ ଉପରେ ରାଜତ୍ୱ କରିଥିଲା । ସେ ଭାରତ ଉପରେ ୧୭ ଥର ଆକ୍ରମଣ କରିଥିଲା । ୧୦୨୪ ମସିହାରେ ସେ ସୋମନାଥ ମନ୍ଦିର ଲୁଣ୍ଠନ କରିଥିଲା । ସୋମନାଥରେ ଭଗବାନ ଶିବ ପୂଜା ପାଆନ୍ତି । ଗଜନୀ ସେଠାରୁ ଧନ ସମ୍ପତ୍ତି ଲୁଣ୍ଠନ କରିବା ସହିତ ଶିବଙ୍କ ପ୍ରତିମାକୁ ଭାଙ୍ଗି ଦେଇଥିଲା ।

ଅନ୍ନସ ହକ୍କାନୀ ଯେଉଁଭଳି ଭାବେ ମହମ୍ମଦ ଗଜନୀ ଓ ସୋମନାଥ ମନ୍ଦିର ପ୍ରସଙ୍ଗ ଉଠାଇଛି ସେଥିରୁ ଲାଗୁଛି ଯେ, ସେ ଭାରତକୁ ଚ୍ୟାଲେଂଜ୍ କରୁଛି । ହକ୍କାନୀ ପ୍ରତି ପାକିସ୍ତାନର ସମର୍ଥନ ରହୁଛି । ହକ୍କାନୀ ପରୋକ୍ଷ ଭାବେ ଭାରତକୁ ଧମକ ଦେଉଛି ବୋଲି ରାଜନୈତିକ ବିଶ୍ଲେଷକ କୁହନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami