ପଂଜଶୀରର ଦ୍ୱାରଦେଶରେ ପହଞ୍ଚିଛି ତାଲିବାନ,‘ମୃତ୍ୟୁ ଉପତ୍ୟକା’ରେ ଯୁଦ୍ଧ ଏବେବି ବାକି

ତାଲିବାନ କହୁଛି ପଂଜଶୀର ଉପରେ ଏହାର କବଜା ହୋଇ ସାରିଛି । ନର୍ଦ୍ଦର୍ଣ୍ଣ ଆଲାଏନ୍ସ ବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ କହୁଛି ତାଲିବାନ ମିଛ କହୁଛି । ପଂଜଶୀର ଏବେ ମଧ୍ୟ ସେମାନଙ୍କ କବଜାରେ ଅଛି । ତେବେ ସତ କ’ଣ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଆଫଗାନୀ ସାମ୍ବାଦିକ ନତିକ ମଲିକଜାଦାଙ୍କ ଅନୁସାରେ ତାଲିବାନର ପଂଜଶୀର ଅଧିକାର ଦାବି ମିଛ । ତାଲିବାନର ଏହା କେବଳ ପ୍ରଚାର । ତାଙ୍କ ଅନୁସାରେ ମୃତ୍ୟୁର ଉପତ୍ୟକା ଭାବେ ପରିଚିତ ପଂଜଶୀରରେ ଏବେ ମଧ୍ୟ ଯୁଦ୍ଧ ବାକି ଅଛି । କାରଣ ପଂଜଶୀରକୁ ଜିତିବା ସହଜ ନୁହେଁ । ଏହାକୁ ମୃତ୍ୟୁର ଘାଟି ବୋଲି ଏମିତି ଖାଲିରେ କୁହାଯାଏ ନାହିଁ ।

କ’ଣ ପାଇଁ ପଂଜଶୀରକୁ ଅଧିକାର କରିବା ଏତେ ସହଜ ନୁହେଁ ସେବାବଦରେ ନତିକ ମଲିକଜାଦା କୁହନ୍ତି । ତାଙ୍କ ଅନୁସାରେ ପଂଜଶୀର ଗୋଟିଏ ଘାଟି ନୁହେଁ । ଏହାର ଅନେକ ଉପଘାଟି ରହିଛି । ମୁଖ୍ୟଘାଟିକୁ ମାତ୍ର ଗୋଟିଏ ରାସ୍ତା ରହିଛି । ଏହି ରାସ୍ତା ଘାଟିର ଶେଷ ପର୍ଯ୍ୟନ୍ତ ଯାଇଥାଏ, ଯାହା ଅତ୍ୟନ୍ତ ସଂକୀର୍ଣ୍ଣ । ସେ ଗୋଟିଏ ମ୍ୟାପ୍ ଟ୍ୱିଟ୍ କରି ପଂଜଶୀର ଘାଟିକୁ ଦେଖାଇଛନ୍ତି । ଆଉ ବୁଝାଇଛନ୍ତି କେମିତି ଏହି ଘାଟି ଦେଇ ଯାଇଥିବା ସଡ଼କର ଦୁଇ ପଟୁ ଏକ ଡଜନରୁ ଅଧିକ ଘାଟି ବାହାରିଛି । ମ୍ୟାପରେ ଏହି ମୁଖ୍ୟ ଘାଟି ରାସ୍ତାରୁ ବାହାରିଥିବା ଉପଘାଟି କୌଣସି ଗଛ ଭଳି ଲାଗିଥାଏ ।

ସେ କହିଛନ୍ତି ଯେ, ଯେଉଁ ଗଭର୍ଣ୍ଣର ଅଫିସକୁ ତାଲିବାନ କବଜା କରିଥିବା ଦାବି କରୁଛି ତାହା ମୁଖ୍ୟ ରାସ୍ତା ଉପରେ ଆରମ୍ଭରେ ଅଛି । ଏହା ଖାଲି ପଡିଥିଲା । ଯାହା ଉପରେ ତାଲିବାନ କବଜା କରିଛି । ମୁଖ୍ୟରାସ୍ତାରୁ ବାହାରିଥିବା ବାକି ଘାଟିକୁ ଏପର୍ଯ୍ୟନ୍ତ ତାଲିବାନ ଯାଇନାହିଁ । ସେଠାରେ ବିଦ୍ରୋହୀ ଲୁଚି ରହିଛନ୍ତି । ତାଲିବାନ କେବଳ ଗୋଟିଏ ସଡ଼କ ଓ ଖାଲି ଅଫିସକୁ ଅଧିକାର କରିବା ଅର୍ଥ ପୁରା ପଂଜଶୀର ଉପରେ ଅଧିକାର ନୁହେଁ । ଏହାକୁ ବିଜୟ ବୋଲି କହିବା ସେମାନଙ୍କ ମୁର୍ଖାମୀ ।

ମଲିକଜାଦାଙ୍କ କହିବା ହେଉଛି ଯେ, ତାଲିବାନକୁ ପଂଜଶୀର ଅଧିକାର କରିବାକୁ ହେଲେ ସବୁ ଘାଟିକୁ ଅଧିକାର କରିବାକୁ ପଡିବ । ଯାହାର ଅର୍ଥ ହେଉଛି ତାକୁ ୧୨ରୁ ଅଧିକ ଯୁଦ୍ଧ ଲଢିବାକୁ ପଡିବ । ତାଙ୍କ ଅନୁସାରେ ସୋଭିଏସ ସଂଘ ମଧ୍ୟ ଏହି ମୁଖ୍ୟ ରାସ୍ତାକୁ ୯ ବର୍ଷରେ ୯ ଥର ଅଧିକାର କରି ବିଜୟର ଭ୍ରମରେ ରହିଥିଲା । କାରଣ ବାକି ଘାଟିରୁ ହୋଇଥିବା ଆକ୍ରମଣରେ ସୋଭିଏସ ସୈନିକ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ୯ ଥର ମୁଖ୍ୟ ରାସ୍ତାକୁ ଜିତିଥିଲେ ମଧ୍ୟ ଶେଷରେ ସୋଭିଏତ ସେନାକୁ ଖାଲି ହାତରେ ଫେରିବାକୁ ପଡିଥିଲାତାଙ୍କ ଅନୁସାରେ ତାଲିବାନ ରେଜିଷ୍ଟାନ୍ସ ଫୋର୍ସର ଅଫରକୁ ଗ୍ରହଣ କରି ପଂଜଶୀରରୁ ଫେରି ଆସିବାର ଥିଲା ।

afghan journalistafghanistan journalist natiq malikzadadeath valleydozens of valleys in panjshirNatiq Malikzadanorthern alliance or national resistance forcepanjshir capture falsePanjshir known as the Valley of Deathpanjshir resistancepanjshir valleypanjshir valley maptaliban claims capture panjshir valleytaliban is lyingଆଫଗାନୀ ସାମ୍ବାଦିକ ନତିକ ମଲିକଜାଦାଉପଘାଟିତାଲିବାନ ମିଛ କହୁଛିନର୍ଦ୍ଦର୍ଣ୍ଣ ଆଲାଏନ୍ସ ବାମୃତ୍ୟୁର ଉପତ୍ୟକା ଭାବେ ପରିଚିତ ପଂଜଶୀରମୃତ୍ୟୁର ଘାଟିମ୍ୟାପ୍ ଟ୍ୱିଟ୍ କରି ପଂଜଶୀର ଘାଟି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami