ଋଷରେ ପଞ୍ଚମ ଥର ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ: ଋଷରେ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ । ୨୦୦ ବର୍ଷ ଇତିହାସରେ ହୋଇଛନ୍ତି ସର୍ବାଧିକ କାଳ କ୍ଷମତାସୀନ ରାଷ୍ଟ୍ରପତି । ପ୍ରାୟ ୮୮ ପ୍ରତିଶତ ଭୋଟ ହାସଲ କରି ବିଜୟୀ ହୋଇଛନ୍ତି ପୁଟିନ । କମ୍ୟୁନିଷ୍ଟ ଦଳ ପ୍ରାର୍ଥୀ ସମେତ ୩ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ହୋଇଛି । ବିଭିନ୍ନ ରାଷ୍ଟ୍ରରେ ହୋଇଥିବା ନିର୍ବାଚନରେ ଭାଗ ନେଇଥିଲେ ଅଧିକାଂଶ ଋଷ ନାଗରିକ । ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲା ଋଷ ।

ପୁଟିନ୍ ହେଉଛନ୍ତି ସର୍ବାଧିକ କାଳ ରହିଥିବା ରାଷ୍ଟ୍ରପତି

ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟିର ନିକୋଲାଇ କାରିତୋନୋଭ, ଲିବରାଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆର ଲିଓନିଦ ସ୍ଲଟସ୍କି, ନ୍‌ଯୁ ପିପୁଲ ପଲିଟିକାଲ ପାର୍ଟିର ଭ୍ଲାଦିସ୍ଲାଭ ଦାଭାନକୋଭଙ୍କ ପରାଜୟ ଘଟିଛି । ନିର୍ବାଚନକୁ ଜାତିସଂଘ ନିରାପତ୍ତା ପରିଷଦର ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଭ୍ଲାଦିମିର ପୁଟିନ ବଞ୍ଚିଥିବା ଯାଏ ରାଷ୍ଟ୍ରପତି ରହିବାକୁ ଚାହାଁନ୍ତି ବୋଲି କହିଥିଲେ ବିଭିନ୍ନ ସାମାଜିକ ଅଧିକାର ଓ ଦୁର୍ନୀତି ବିରୋଧୀ ସଂଗଠନ । ୨୦୦୦ ମସିହାରୁ ଋଷର ରାଷ୍ଟ୍ରପତି ଭାବେ କ୍ଷମତା ଦଖଲ କରିଆସୁଛନ୍ତି ପୂର୍ବତନ କେଜିବି ଏଜେଣ୍ଟ । ୟୁକ୍ରେନର ଯେଉଁ ଯେଉଁ ଅଞ୍ଚଳ ଋଷ କବଜାରେ ରହିଛି ସେଠାରେ ବି ଏହି ନିର୍ବାଚନ ହୋଇଥିଲା । ୭୧ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହୋଇଛନ୍ତି । ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି । ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି । ଭାରତ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରରେ ବାସ କରୁଥିବା ଋଷ ନାଗରିକମାନେ ବି ଦେଇଥିଲେ ଭୋଟ । ପୁଟିନ ହୋଇଛନ୍ତି ଋଷର ୨୦୦ ବର୍ଷର ଇତିହାସରେ ସର୍ବାଧିକ କାଳ ରହିଥିବା ରାଷ୍ଟ୍ରପତି ।

President Vladimir PutinPutin became the president of Russiavladimir putin
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami