ମିଳିଗଲା ସଂଜିବନୀ, ଝାଡିଝୁଡି ହୋଇ ଉଠିବ ମୃତ ଶରିର !

ମାନବ ଇତିହାସରେ ଅନେକ ଅନେକ ସମୟରେ ଅମରତ୍ୱ ଚାହିଁଛନ୍ତି । କିନ୍ତୁ କେହି ମଧ୍ୟ କେବେ ବି ଅମରତ୍ୱର ସନ୍ଧାନ ପାଇ ନାହାନ୍ତି । କିନ୍ତୁ ଏବେ ଲାଗୁଛି ମାନବର ଅମର ହେବାର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏଥିପାଇଁ ଆମେରିକାର ଏକ କମ୍ପାନୀ ଗୋଟିଏ ପ୍ଲାନ୍ ମଧ୍ୟ ଲଂଚ୍ କରି ସାରିଲାଣି । କମ୍ପାନୀର ଦାବି ଯେ, ସେମାନେ ମୃତ୍ୟୁ ପରେ ମଧ୍ୟ ମଣିଷକୁ ଜୀବିତ ରଖି ପାରିବେ । ତେବେ ଏଥିପାଇଁ ପ୍ରତିବର୍ଷ ମୋଟା ଅଙ୍କର ଡଲାର ଗଣିବାକୁ ପଡିବ ।

ଆମେରିକୀୟ କମ୍ପାନୀର ପ୍ଲାନକୁ ଜାଣନ୍ତୁ..

ଆମେରିକାର ଏଲ୍କୋର ଫାର୍ମ୍ କ୍ରାୟୋନିକ୍ସ କ୍ଷେତ୍ରରେ ନିଜରୁ ଲିଡିଂ କମ୍ପାନୀ ଭାବେ ପେସ୍ କରିଥାଏ । ଏହି ଟେକନିକ୍ ଜରିଆରେ ମୃତ୍ୟୁ ପରେ ମଣିଷ ଶରିରକୁ ଫ୍ରିଜ୍ କରିଦିଆଯାଏବ୍ରେନ୍ ଡେଥ୍ ପରେ ମୃତଦେହର ମସ୍ତିଷ୍କରେ ତରଳ ନାଇଟ୍ରୋଜେନ୍ ଭର୍ତ୍ତି କରି ଶରିରକୁ ଫ୍ରିଜ୍ କରିଦିଆଯାଏ । ପରେ ଭବିଷ୍ୟତରେ ବିଶେଷ ଟେକନିକ୍ ଜରିଆର ମୃତ ଶରିରକୁ ଜୀବିତ କରାଯାଇ ପାରିବ ବୋଲି ଏବେ ଆଶା କରାଯାଉଛି ।

ଶରିରକୁ ଫ୍ରିଜ୍ କରିବା ଫିସ୍ ୧ କୋଟି ୪୦ ଲକ୍ଷ !

ଏଲ୍କୋର ଫାର୍ମ ଗୋଟିଏ ମୃତ ଶରିରକୁ ଫ୍ରିଜ୍ କରିବାକୁ ୨ ଲକ୍ଷ ଡଲାର ଫିସ୍ ନେଉଛି । ଭାରତୀୟ ମୁଦ୍ରାରେ ଏହା ହେଉଛି ୧ କୋଟି ୪୦ ଲକ୍ଷ ଟଙ୍କା । ଏହା ବାଦ ପ୍ରତିବର୍ଷ ମୃତ ଶରିରର ସଂରକ୍ଷଣ ପାଇଁ କମ୍ପାନୀକୁ ୭୦୫ ଡଲାର ଫିସ୍ ଦେବାକୁ ପଡିବ । ନ୍ୟୁରୋ ରୋଗୀଙ୍କ ପାଇଁ ଏକକାଳୀନ ଫିସ୍ ହେଉଛି ୮୦ ହଜାର ଡଲାର । ଏଥିରେ ରୋଗୀର ମସ୍ତିଷ୍କକୁ ହିଁ ଫ୍ରିଜ୍ କରାଯାଇଥାଏ

ବିମାରୁ ମିଳିଯିବ ସଂରକ୍ଷଣ ପାଇଁ ଟଙ୍କା

ଏହି କମ୍ପାନୀର ବ୍ରିଟିଶ ସିଇଓ ମେକ୍ସ ମୋର କହିଛନ୍ତି ଯେ, ଏହି ପ୍ରକ୍ରିୟା ବାସ୍ତବରେ ଅନେକଙ୍କ ପାଇଁ ବହୁତ ଶସ୍ତା । ଅନେକ ବ୍ୟକ୍ତି ଭାବନ୍ତି ଯେ, ମୋ ପାଖରେ ୨ ଲକ୍ଷ ଡଲାର କିମ୍ବା ୮୦ ହଜାର ଟଙ୍କା ନାହିଁ । ମୁଁ ମଧ୍ୟ ଯେତେବେଳେ ଏହି ପଲିସି ନେଇଥିଲି ସେତେବେଳେ ମୋ ପାଖରେ ମଧ୍ୟ ଟଙ୍କା ନଥିଲା । ମୁଁ ଇଂଲଣ୍ଡରେ ଜଣେ ଛାତ୍ର ଭାବେ ଏହାକୁ ସାଇନ୍ ଅପ୍ କରିଥିଲି । ମୁଁ ବହୁତ ଗରିବ ଥିଲି । ଆମ ଟିମର ଅନେକ ବ୍ୟକ୍ତି ବୀମା ଟଙ୍କାରେ ଏହି ପଲିସିର ଫିସ୍ ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୮୪ ଜଣ ରୋଗୀଙ୍କ ଶବକୁ କରାଯାଇଛି ଫ୍ରିଜ୍

ସେ କହିଛନ୍ତି ଯେ, ଆପଣ ଯଦି ସପ୍ତାହରେ ଦୁଇ ଦିନ ଷ୍ଟାରବକ୍ସରୁ କଫି ପିଉଛନ୍ତି ତେବେ କ୍ରାୟୋନିକ୍ସର ଖର୍ଚ୍ଚ ମଧ୍ୟ ଉଠାଇ ପାରିବେ । ଆଲ୍କୋରରେ ମଧ୍ୟ ୧୩୭୯ ସଦସ୍ୟ ଅଛନ୍ତି । ଏହାଙ୍କ ମଧ୍ୟରେ ୧୮୪ ଜଣ ଏଭଳି ରୋଗୀ ଅଛନ୍ତି ଯେଉଁମାନଙ୍କର ମୃତ୍ୟୁ ହୋଇ ସାରିଛି । ପରିବାରର ପ୍ରଥମ ସଦସ୍ୟଙ୍କ ପାଇଁ ସଦସ୍ୟତା ଶୁଳ୍କ ଫିସ୍ ୬୬୦ ଡଲାର ପ୍ରତିବର୍ଷ । ପରିବାରର ଜଣେ ଯଦି ଏହି ପ୍ଲାନ୍ ନେଇଛନ୍ତି ତେବେ ୧୮ ବର୍ଷରୁ ଅଧିକ ଅନ୍ୟ ସଦସ୍ୟଙ୍କ ପ୍ଲାନରେ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା ମଧ୍ୟ ରହିଛି ।

2 lakh dollar fees୨ ଲକ୍ଷ ଡଲାର ଫିସ୍alcorAlcor Form Cryonics fieldbody fridgebrain deathcryonicsimmortallife after deathsearch for immortalityThe company’s British CEO Max Mooreଅମରତ୍ୱଅମରତ୍ୱର ସନ୍ଧାନଆମେରିକାର ଏଲ୍କୋର ଫାର୍ମ୍ କ୍ରାୟୋନିକ୍ସକମ୍ପାନୀର ବ୍ରିଟିଶ ସିଇଓ ମେକ୍ସ ମୋରବ୍ରେନ୍ ଡେଥ୍ଶରିରକୁ ଫ୍ରିଜ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami