ହତ୍ୟାକାରୀ ରୋବଟ: ଇରାନୀ ବୈଜ୍ଞାନିକ ଫଖରିଜାଦେଙ୍କ ହତ୍ୟା ଷଡ଼ଯନ୍ତ୍ରରୁ ବୁଝନ୍ତୁ କେମିତି ରୋବଟ୍ ମଧ୍ୟ କରିପାରେ ହତ୍ୟା

୧୬ ଶହ କିଲୋମିଟର ଦୂରରୁ ଟ୍ରିଗର ଦବା ଗଲା ବନ୍ଧୁକ ନିଜେ ହିଁ ଟାର୍ଗେଟକୁ ଖୋଜିଲା ଓ ୧୫ ରାଉଣ୍ଡ୍ ଗୁଳି ମାରି ଟାର୍ଗେଟକୁ ଖତମ ମଧ୍ୟ କରିଦେଲା । ପାଖରେ ବସିଥିବା ବ୍ୟକ୍ତିଙ୍କଠାରେ କିନ୍ତୁ ଗୋଟିଏ ବି ଗୁଳି ବାଜିଲା ନାହିଁ । ଆପଣ ଭାବୁଥିବେ ଯେ, ଜଣେ ହତ୍ୟାକାରୀ ଭଳି ଗୋଟିଏ ରୋବଟ୍ କ’ଣ କାହାରିକି ୧୬ ଶହ କିଲୋମିଟର ଦୂରରୁ ମାରିପାରେ ? ଇରାନୀ ବୈଜ୍ଞାନିକ ମୋହସିନ୍ ଫକରିଜାଦେଙ୍କ ହତ୍ୟାକାଣ୍ଡକୁ ନେଇ ହୋଇଥିବା ରହସ୍ୟୋଦଘାଟନ ସମସ୍ତଙ୍କୁ ଚକିତ କରିଦେଇଛି । ଗତବର୍ଷ ନଭେମ୍ବର ମାସରେ ଫଖରିଜାଦେଙ୍କୁ ଇରାନ ରାଜଧାନୀ ତେହରାନର ଏକ ବ୍ୟସ୍ତବହୁଳ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା । ଇସ୍ରାଏଲି ଗୋଇନ୍ଦା ଏଜେନ୍ସି ମୋସାଦ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକନିକ୍ ବ୍ୟବହାର କରି ରୋବଟ୍ ଜରିଆରେ ଏହି ହତ୍ୟାକାଣ୍ଡ କରିଥିଲା ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଯେଉଁଠାରେ ବୈଜ୍ଞାନିକଙ୍କ ହତ୍ୟା ହୋଇଥିଲା ସେଠାରୁ ୧ ହଜାର ମାଇଲ ଦୂରରୁ ଗନକୁ ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ଅପରେଟ୍ କରାଯାଇଥିଲା । ଏହି 7.62MM FN MAG ମେସିନ୍ ଗନରେ ଆର୍ଟିଫିସିଆଲ ରିକଗନାଜେସନ୍ ସଫଟୱେୟାର ଲୋଡ୍ କରାଯାଇଥିଲା । ଯାହା ଜରିଆରେ ବୈଜ୍ଞାନିକଙ୍କୁ ଦେଖିବା ମାତ୍ରେ ବନ୍ଧୁକରୁ ଗୁଳି ବାହାରିବା ଆରମ୍ଭ ହୋଇଥିଲା । ଏହାର ଆର୍ଟିଫିସିଆଲ ଫେସ୍ ରିକଗନାଇଜେସନ୍ ସଫଟୱେୟାର ବୈଜ୍ଞାନିକଙ୍କ ଚେହେରା ଦେଖି ତାଙ୍କୁ ହିଁ ଟାର୍ଗେଟ୍ କରିଥିଲା । ତାଙ୍କ ପାଖରେ ବସିଥିବା ତାଙ୍କ ପତ୍ନୀଙ୍କୁ ଗୋଟିଏ ମଧ୍ୟ ଗୁଳି ଲାଗିନଥିଲା । ବନ୍ଧୁକରୁ ମୋଟ ୧୫ ଗୁଳି ମରାଯାଇଥିଲାଯେଉଁ ଟ୍ରକରେ ବନ୍ଧୁକ ରଖା ଯାଇଥିଲା ସେଥିରେ ବିସ୍ଫୋରକ ଭର୍ତ୍ତି ହୋଇଥିଲା । ଯେମିତି ମିଶନ ଶେଷ ହେବା ପରେ ବିସ୍ଫୋରଣ ଦ୍ୱାରା ଟ୍ରକକୁ ଉଡାଇ ଦିଆଯିବ ।

ଇରାନ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମର ପିତା କୁହାଯାଉଥିବା ଫଖରିଜାଦେଙ୍କ ହତ୍ୟାର ଯୋଜନା ଅନେକ ଦିନ ଧରି ମୋସାଦ କରୁଥିଲା । ୨୦୧୯ ମସିହାରେ ମୋସାଦ ଏହି ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲା । ଇସ୍ରାଏଲ ଫଖରିଜାଦେଙ୍କ ହତ୍ୟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ହିଁ ସାରିବାକୁ ଚାହୁଁଥିଲା । ସୂଚନାଯୋଗ୍ୟ ଯେ, ଫଖରିଜାଦେ ଗତ ବର୍ଷ ନଭେମ୍ବର ମାସରେ ତେହରାନର ଉପନଗରୀୟ କ୍ଷେତ୍ରରେ ଗାଡିରେ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ଗାଡି ଟ୍ରାଫିକରେ ଅଟକି ଥିବା ବେଳେ ହମଲା ହୋଇଥିଲା ।

କ’ଣ ପାଇଁ ରୋବଟିଂ ଅସ୍ତ୍ରକୁ ହେଉଛି ବିରୋଧ

ରୋବଟିକ ଅସ୍ତ୍ରରେ ଖର୍ଚ୍ଚ କମ ପଡିଥାଏ । କିନ୍ତୁ ଏହାକୁ ସହଜରେ ହାକର ହ୍ୟାକ୍ କରିପାରିବେ । ଏହାକୁ ଯେକେହି ହ୍ୟାକ୍ କରି ନରସଂହାର କରିପାରେମେସିନର କୌଣସି ଭାବନା ନଥିବାରୁ ଏହା କେତେବେଳେ କ’ଣ କରିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସମାଲୋଚକ କୁହନ୍ତି

artificial recognition softwareiran scientistiran scientist Mohsen Fakhrizadeh murderisraeli intelligence agencykilled by robotMohsen FakhrizadehMossad Artificial Intelligence Techniqueremote controlled weaponrobotic weaponଆର୍ଟିଫିସିଆଲ ରିକଗନାଜେସନ୍ ସଫଟୱେୟାରଇରାନୀ ବୈଜ୍ଞାନିକଇରାନୀ ବୈଜ୍ଞାନିକ ମୋହସିନ୍ ଫକରିଜାଦେଙ୍କ ହତ୍ୟାକାଣ୍ଡଇସ୍ରାଏଲି ଗୋଇନ୍ଦା ଏଜେନ୍ସିଫଖରିଜାଦେମୋସାଦ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକନିକ୍ରୋବଟିକ ଅସ୍ତ୍ରହତ୍ୟାକାରୀ ରୋବଟ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami