କରୋନା କାଳରେ ଶିଳ୍ପୀଙ୍କ ନିଆରା ପ୍ରୟାସ

ଚାରିଆଡେ କରୋନାର କରାଳ ରୂପ । ଘଡ଼ିସନ୍ଧି ମୁହୂର୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ଶିଳ୍ପୀ । ଲୋକଙ୍କୁ କରୋନା ସଚେତନତାର ନିଆରା ବାର୍ତା ଦେବା ପାଇଁ କେତେବେଳେ କପଡ଼ା ମାସ୍କ ତ ଆଉ କେତେବେଳେ କାଗଜ ଓ କପଡ଼ା ବ୍ୟାଗ୍ ଉପରେ କରୁଛନ୍ତି ଭଳିକି ଭଳି ଚିତ୍ର । ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ତାଙ୍କର ଏହି ପ୍ରୟାସ । ସେମିତି ଜଣେ ଚିତ୍ରଶିଳ୍ପ ହେଉଛନ୍ତି ପୁରଣା ଭୁବନେଶ୍ୱରର ରାଜକିଶୋର ମହାରଣା । କରୋନା ମହାମାରୀ ଆରମ୍ଭରୁ କାନ୍‌ଭାସ୍ ମାଧ୍ୟମରେ ସଚେତନତାର ବାର୍ତା ଦେଉଥିଲେ ରାଜକିଶୋର । କିନ୍ତୁ ଦ୍ୱିତୀୟ ଲହରିରେ ବଦଳାଇ ଦେଇଛନ୍ତି ନିଜର ସଚେତନତାର ତରିକା ।

ଲକ୍‌ଡାଉନ୍ ଯୋଗୁ ସମସ୍ତେ ଗୃହବନ୍ଦୀ ଥିବାବେଳେ କିଛି ଲୋକ ଅମାନିଆ ହୋଇ ବାହାରେ ବୁଲୁଛନ୍ତି । ଅଧିକାଂଶ ଲୋକ ହାଟ ବଜାରକୁ ଯିବା ସମୟରେ ମାସ୍କ ନ ପିନ୍ଧି, ସାମାଜିକ ଦୂରତା ରକ୍ଷା କରୁ ନ ଥିବାରୁ  ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସମୟରେ ସେ ସେ କପଡ଼ା ମାସ୍କ ଏବଂ ବ୍ୟାଗ୍‌ରେ କରୋନା ସଚେତନତାର ବାର୍ତା ଦେଉଛନ୍ତି । ଏଥିପାଇଁ ବିଭନ୍ନ ପ୍ରକାରର କାଗଜ ଏବଂ କପଡ଼ା ବ୍ୟାଗ୍ ସଂଗ୍ରହ କରି ସେ ସବୁକୁ ଆକର୍ଷଣୀୟ ରୂପ ଦେଇ  ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ  କରୁଛନ୍ତି । ସାମାଜିକ ଦୂରତା ରକ୍ଷା, ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଅଭ୍ୟାସ ଏବଂ ଟିକା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ ପାଇଁ ଚିତ୍ରରେ ସଚେତନତାର ବାର୍ତା ଦେଇ ଲୋକଙ୍କୁ ବେଶ୍ ପ୍ରଭାବିତ କରୁଛନ୍ତିି । ଅଦରକାରୀ ବ୍ୟାଗ୍‌ରେ ରାଜକିଶୋରଙ୍କର ଏହି କଳାକୃତି ଲୋକଙ୍କୁ ସଚେତନ କରିବା ସହିତ ବେଶ୍ ଆକର୍ଷିତ କରୁଛି । ଏ ସମ୍ପର୍କରେ ରାଜକିଶୋର କୁହନ୍ତି ଗତବର୍ଷ କରୋନାର ପ୍ରଥମ ଲହରରୁ ଏହି ପ୍ରୟାସ କାନ୍‌ଭାସ୍‌ରେ ଆରମ୍ଭ କରିଥିଲେ । ପରେ ହାଟ ବଜାରର ସ୍ଥିତି ଦେଖି ମାସ୍କ ଏବଂ ବ୍ୟାଗ୍‌ରେ ଏହା ଆରମ୍ଭ କରିଥିଲେ ।  ଏହା ବିକ୍ରି ପାଇଁ ନୁହେଁ ବରଂ ସାମାଜିକ ବାର୍ତା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ମାସ୍କରେ କରୋନା ସଚେତନତାର ଚିତ୍ର ପାଇଁ ପୃରସ୍କୃତ ମଧ୍ୟ ହୋଇଛନ୍ତି । ମହାମାରୀର ଅନ୍ତ ହେବା ଯାଏଁ ରାଜକିଶୋର ଏହି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।

arts & paintingsCoronavirus awarenessRajkishore Maharanasocial awarenessକପଡ଼ା ମାସ୍କକରୋନା ସଚେତନତାକଳାକୃତିକାଗଜ ଓ କପଡ଼ା ବ୍ୟାଗ୍ଚିତ୍ରରେ ସଚେତନତାର ବାର୍ତାଚିତ୍ରଶିଳ୍ପଟିକାପୃରସ୍କୃତବାରମ୍ବାର ହାତ ଧୋଇବାମାସ୍କର ବ୍ୟବହାରରାଜକିଶୋର ମହାରଣାସାମାଜିକ ଦୂରତା ରକ୍ଷାସାମାଜିକ ବାର୍ତା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami