କରୋନା କାଳରେ ଶିଳ୍ପୀଙ୍କ ନିଆରା ପ୍ରୟାସ

Above Post Content

ଚାରିଆଡେ କରୋନାର କରାଳ ରୂପ । ଘଡ଼ିସନ୍ଧି ମୁହୂର୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ଶିଳ୍ପୀ । ଲୋକଙ୍କୁ କରୋନା ସଚେତନତାର ନିଆରା ବାର୍ତା ଦେବା ପାଇଁ କେତେବେଳେ କପଡ଼ା ମାସ୍କ ତ ଆଉ କେତେବେଳେ କାଗଜ ଓ କପଡ଼ା ବ୍ୟାଗ୍ ଉପରେ କରୁଛନ୍ତି ଭଳିକି ଭଳି ଚିତ୍ର । ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ତାଙ୍କର ଏହି ପ୍ରୟାସ । ସେମିତି ଜଣେ ଚିତ୍ରଶିଳ୍ପ ହେଉଛନ୍ତି ପୁରଣା ଭୁବନେଶ୍ୱରର ରାଜକିଶୋର ମହାରଣା । କରୋନା ମହାମାରୀ ଆରମ୍ଭରୁ କାନ୍‌ଭାସ୍ ମାଧ୍ୟମରେ ସଚେତନତାର ବାର୍ତା ଦେଉଥିଲେ ରାଜକିଶୋର । କିନ୍ତୁ ଦ୍ୱିତୀୟ ଲହରିରେ ବଦଳାଇ ଦେଇଛନ୍ତି ନିଜର ସଚେତନତାର ତରିକା ।

Middle post content
silpikar rajkishore maharana, masks, social distancing, arts, paintings, paper and bags, bhubaneswar
After 2nd paragraph post ads

ଲକ୍‌ଡାଉନ୍ ଯୋଗୁ ସମସ୍ତେ ଗୃହବନ୍ଦୀ ଥିବାବେଳେ କିଛି ଲୋକ ଅମାନିଆ ହୋଇ ବାହାରେ ବୁଲୁଛନ୍ତି । ଅଧିକାଂଶ ଲୋକ ହାଟ ବଜାରକୁ ଯିବା ସମୟରେ ମାସ୍କ ନ ପିନ୍ଧି, ସାମାଜିକ ଦୂରତା ରକ୍ଷା କରୁ ନ ଥିବାରୁ  ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସମୟରେ ସେ ସେ କପଡ଼ା ମାସ୍କ ଏବଂ ବ୍ୟାଗ୍‌ରେ କରୋନା ସଚେତନତାର ବାର୍ତା ଦେଉଛନ୍ତି । ଏଥିପାଇଁ ବିଭନ୍ନ ପ୍ରକାରର କାଗଜ ଏବଂ କପଡ଼ା ବ୍ୟାଗ୍ ସଂଗ୍ରହ କରି ସେ ସବୁକୁ ଆକର୍ଷଣୀୟ ରୂପ ଦେଇ  ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ  କରୁଛନ୍ତି । ସାମାଜିକ ଦୂରତା ରକ୍ଷା, ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଅଭ୍ୟାସ ଏବଂ ଟିକା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ ପାଇଁ ଚିତ୍ରରେ ସଚେତନତାର ବାର୍ତା ଦେଇ ଲୋକଙ୍କୁ ବେଶ୍ ପ୍ରଭାବିତ କରୁଛନ୍ତିି । ଅଦରକାରୀ ବ୍ୟାଗ୍‌ରେ ରାଜକିଶୋରଙ୍କର ଏହି କଳାକୃତି ଲୋକଙ୍କୁ ସଚେତନ କରିବା ସହିତ ବେଶ୍ ଆକର୍ଷିତ କରୁଛି । ଏ ସମ୍ପର୍କରେ ରାଜକିଶୋର କୁହନ୍ତି ଗତବର୍ଷ କରୋନାର ପ୍ରଥମ ଲହରରୁ ଏହି ପ୍ରୟାସ କାନ୍‌ଭାସ୍‌ରେ ଆରମ୍ଭ କରିଥିଲେ । ପରେ ହାଟ ବଜାରର ସ୍ଥିତି ଦେଖି ମାସ୍କ ଏବଂ ବ୍ୟାଗ୍‌ରେ ଏହା ଆରମ୍ଭ କରିଥିଲେ ।  ଏହା ବିକ୍ରି ପାଇଁ ନୁହେଁ ବରଂ ସାମାଜିକ ବାର୍ତା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ମାସ୍କରେ କରୋନା ସଚେତନତାର ଚିତ୍ର ପାଇଁ ପୃରସ୍କୃତ ମଧ୍ୟ ହୋଇଛନ୍ତି । ମହାମାରୀର ଅନ୍ତ ହେବା ଯାଏଁ ରାଜକିଶୋର ଏହି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami