ଧର୍ମେନ୍ଦ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ଚାଲିଗଲା କଳାକାରଙ୍କ ଜୀବନ

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ଚାଲିଗଲା ଜଣେ କଳାକାରଙ୍କ ଜୀବନ । ସେ ହେଲେ ବାମରା ବ୍ଲକ ପିଣ୍ଡାପଥର ବାଘପଡାର କୁମାର ମାଝୀ । ଧର୍ମେନ୍ଦ୍ରଙ୍କ ନାମାଙ୍କନ ରାଲିରେ ଅଂଶୁଘାତରେ କୁମାରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କ୍ଷମତା ନିଶାରେ ଶକ୍ତି ପ୍ରଦର୍ଶନ କରି ଦେଖେଇ ହୋଇଥିବା ଧର୍ମେନ୍ଦ୍ର କେମିତି ମାନବିକତାକୁ ଭୁଲିଗଲେ ବୋଲି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ପ୍ରଶ୍ନ କରିଛନ୍ତି ।

ପାଣି ପାଇଁ ଡ଼ହଳବିକଳ ହୋଇଥିଲେ କର୍ମୀ

ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ପାଇଁ ବିଶାଳ ରାଲିର ଆୟୋଜନ କରିଥିଲେ ଧର୍ମେନ୍ଦ୍ର । ଖରାରେ ବଡ ରାଲି କରିଥିଲେ ବି ଲୋକଙ୍କ ପାଇଁ ସାମାନ୍ୟତମ ସୁବିଧା କରି ନ ଥିଲେ । ପାଣି ଟୋପେ ଖୋଜିଲେ ବି ମିଳି ନ ଥିଲା । ଫଳରେ ଲୋକମାନେ ଖରାରେ ପାଣି ପାଇଁ ଡହଳବିକଳ ହୋଇଥିଲେ । ପ୍ରଚଣ୍ଡ ଖରାରେ ଭିଡ଼ ଭିତରେ ଅଂଶୁଘାତର ଶିକାର ହୋଇଥିଲେ କୁମାର । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲେ ବି ଧର୍ମେନ୍ଦ୍ର କିମ୍ବା ତାଙ୍କ ସମର୍ଥକ କୌଣସି ଧ୍ୟାନ ଦେଇ ନ ଥିଲେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । କ୍ଷମତା ନିଶାରେ ଶକ୍ତି ପ୍ରଦର୍ଶନ କରି ଦେଖେଇ ହୋଇଥିବା ଧର୍ମେନ୍ଦ୍ର କେମିତି ମାନବିକତାକୁ ଭୁଲିଗଲେ ବୋଲି ଲୋକମାନେ ପ୍ରଶ୍ନ ଉଠାଇଛନ୍ତି ।

lenin mohantylenin mohanty lashes out dharmendraunion minister dharmendra pradhan
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami