ବୁଲା କୁକୁରଙ୍କ ପ୍ରେମରେ ପ୍ରକାଶ

ଜୀବ ପ୍ରତି ଦୟା ଭାବ ପୋଷଣ କରିବାକୁ ପୁରାଣ, ଶାସ୍ତ୍ରରେ ଅନେକ କଥା ବର୍ଣ୍ଣନା କରାଯାଇଛି । ସବୁ ପ୍ରାଣୀଙ୍କ ଦେହରେ ଈଶ୍ୱରଙ୍କ ସତା ବିଦ୍ୟମାନ । ତେଣୁ ପ୍ରାଣୀଙ୍କ ସେବାଯତ୍ନ କରିବା ହେଉଛି ପ୍ରକୃତ ମଣିଷ ପଣିଆ । ସେ ବୁଲା ହେଉ କି ଗୃହପାଳିତ, ସଭିଙ୍କ ପାଇଁ ମନରେ ଦୟାଭାବ ରହିବା ଉଚିତ୍ । କାହାରି ପ୍ରତି ଘୃଣାଭାବନା ଜାଗ୍ରତ ହେବା ଠିକ୍ ନୁହେଁ । ଏହି କଥାକୁ ପ୍ରମାଣ କରି ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି  ପ୍ରକାଶରାଜଧାନୀ ରାସ୍ତାକଡ଼ର ବୁଲା କୁକୁରଙ୍କୁ ନିଜ ପରିବାରର ସଦସ୍ୟ ଭାବି ନେଇଛନ୍ତି ସେ ।  ପ୍ରତିଦିନ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ସହ ନିଜ ବାଇକ୍‌ରେ ବସାଇ ସହର ବୁଲାଇଥାନ୍ତି ପ୍ରକାଶଭୁବନେଶ୍ୱର ୟୁନିଟ୍ -୫ ଅଂଚଳରେ ରହି ଗାଡ଼ି ଚଳାଇ ଜୀବିକା ନିର୍ବାହ କରନ୍ତି ପ୍ରକାଶ ମହାରଣା । 

ବୁଲା କୁକୁରଙ୍କୁ ଅଧିକ ଭଲ ପାଉଥିବା ଲୋକଙ୍କ ଭିତରେ ସେ ହେଉଛନ୍ତି ଭିନ୍ନ । କେତେବେଳେ କୁକୁରଙ୍କୁ  ମାସ୍କ ପିନ୍ଧାଇ କରୋନା ସଚେତନତାର ବାର୍ତା ଦେଉଛନ୍ତି ତ ଆଉ କେତେବେଳେ ହେଲମେଟ୍ ପିନ୍ଧାଇ ଲୋକଙ୍କୁ ସତର୍କ କରାଇ ଦିଅନ୍ତି । ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ ବୁଲା କୁକୁରଙ୍କ ପ୍ରତି ଏହି ଭଳ ପାଇବା ତାଙ୍କୁ ଏକ ନିଆରା ପରିଚୟ ଦେଇଛି । ରାସ୍ତାକଡ଼ର ଏହି ବୁଲା କୁକୁରଙ୍କ ନାମକରଣ ମଧ୍ୟ କରିଛନ୍ତି ପ୍ରକାଶ ।  ଓଟି, ଚନ୍ଦ୍ରମୁଖୀ ଏବଂ ସ୍ୱିଟି ଆଦି ନାମ ଦେଇ ଅତି ଗେହ୍ଲାରେ ସେମାନଙ୍କୁ ଡାକନ୍ତି ପ୍ରକାଶ । ସକାଳୁ ସେମାନଙ୍କୁ ବ୍ୟାୟାମର ଅଭ୍ୟାସ କରାଇବା ସହ ବିଭିନ୍ନ ସାମାଜିକ ସଚେତନତା ବାର୍ତା ଦେବା ପାଇଁ ଶିକ୍ଷା ଦେଉଛନ୍ତି । କୁକୁରମାନେ ବି ବେଶ ଆଶ୍ଚର୍ଯ୍ୟଜନକ ଭାବେ ହେଲେମେଟ୍ ଓ ମାସ୍କ ପିନ୍ଧି ପ୍ରକାଶଙ୍କ ସହ ବୁଲି ବାହାରି ପଡ଼ନ୍ତି । ହାଟ ବଜାର କରିବାଠାରୁ ଆରମ୍ଭ କରି ପ୍ରକାଶଙ୍କ ସହ ସମସ୍ତ କାମରେ ସେମାନେ ଯାଇଥାନ୍ତିି । ସବୁଠାରୁ ବଡ଼ କଥା ହେଲା ସେ ମଧ୍ୟ ପ୍ରତ୍ୟେକ ଦିନ ପର୍ଯ୍ୟାୟକ୍ରମେ ୩-୪ କୁକୁରଙ୍କୁ ନିଜ ବାଇକ୍‌ରେ ଧରି ବୁଲାନ୍ତି । କେବଳ ବୁଲାଇବାକୁ ନିଅନ୍ତି, ତାହା  ନୁହେଁ ଦୋକାନରେ ସେମାନଙ୍କୁ ଜଳଖିଆ ବି ଖୁଆଇଥାନ୍ତି । ପ୍ରତିଦିନ ବ୍ୟାୟାମରେ ୩-୪ କିଲୋମିଟର ଦୌଡାନ୍ତିି ଏବଂ ୨୦ କିଲୋମିଟର ଗାଡ଼ିରେ ବୁଲାନ୍ତି । ଗତବର୍ଷ କରୋନାଠାରୁ ମାସ୍କ ପିନ୍ଧି ଏହି କୁକୁରମାନେ ରାଜଧାନୀରେ ବୁଲି ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ନିଜର ସୀମିତ ରୋଜଗାର ସତ୍ୱେ ବୁଲା କୁକୁରଙ୍କର ଲାଳନ ପାଳନ କରୁଛନ୍ତି ସେ ।

ବୁଲା କୁକୁରଙ୍କ ପ୍ରତି ଅନେକ ଲୋକଙ୍କର ରହିଥାଏ ଘୃଣା ମନୋଭାବ । କିନ୍ତୁ  ପ୍ରକାଶ ଏମିତି ଦୀର୍ଘଦିନ ହେବ ବୁଲା କୁକୁରଙ୍କୁ ଛୋଟରୁ ଯତ୍ନ ସହକାରେ ବଡ଼ କରିଛନ୍ତି ।  କୁକୁରଙ୍କୁ ଖାଇବାକୁ ଦେବାଠାରୁ ଆରମ୍ଭ କରି ସେମାନଙ୍କ ସେବା ଶୁଶ୍ରୁଷା କରିବାରେ ସେ ନିଜକୁ  ନିୟୋଜିତ କରିଛନ୍ତି । ଏ ସମ୍ପର୍କରେ ପ୍ରକାଶ କହନ୍ତି ଏବେ ବି ଅନେକ ଲୋକ ବୁଲା କୁକୁରଙ୍କ ପ୍ରତି ଆକ୍ରୋଶ କରନ୍ତି । ଯାହା କି ଅତ୍ୟନ୍ତ ଦୁଃଖର ବିଷୟ । ବିଦେଶୀ କୁକୁରଙ୍କୁ ଅଧିକ ଟଙ୍କା ଦେଇ ଘରେ ପାଳି ପୋଷି ନିଜ ପିଲାଙ୍କ ପରି ରଖୁଛନ୍ତି । କିନ୍ତୁ ବୁଲା କୁକୁରଙ୍କ ପ୍ରତି ସାମାନ୍ୟ ଦୟା ଦେଖାନ୍ତି ନାହିଁ । ଯାହା ତାଙ୍କୁ କଷ୍ଟ ଦେଇଥାଏ ବୋଲି କ୍ଷୋଭର ସହ କହନ୍ତି ପ୍ରକାଶ ।

bhubaneswar unit 5dog man bhubaneswardogman bhubaneswarfeeds stray dogsprakash maharanasocial awarenessstray dogsstray dogs exercisestray dogs ride on bikesstray dogs wear helmetsstray dogs wear masksstreet dogsଜଳଖିଆ ବି ଖୁଆଇଥାନ୍ତିପ୍ରକାଶ ମହାରଣାବାଇକ୍‌ରେ ଧରି ବୁଲାନ୍ତିବୁଲା କୁକୁରଙ୍କୁ ଖାଦ୍ୟବୁଲା କୁକୁରଙ୍କୁ ଛୋଟରୁ ଯତ୍ନବ୍ୟାୟାମର ଅଭ୍ୟାସ କରାଇବାଭୁବନେଶ୍ୱର ୟୁନିଟ୍ -୫ସାମାଜିକ ସଚେତନତାସୀମିତ ରୋଜଗାରହେଲମେଟ୍ ପିନ୍ଧାଇ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami