ବୁଲା କୁକୁରଙ୍କ ପ୍ରେମରେ ପ୍ରକାଶ

Above Post Content

ଜୀବ ପ୍ରତି ଦୟା ଭାବ ପୋଷଣ କରିବାକୁ ପୁରାଣ, ଶାସ୍ତ୍ରରେ ଅନେକ କଥା ବର୍ଣ୍ଣନା କରାଯାଇଛି । ସବୁ ପ୍ରାଣୀଙ୍କ ଦେହରେ ଈଶ୍ୱରଙ୍କ ସତା ବିଦ୍ୟମାନ । ତେଣୁ ପ୍ରାଣୀଙ୍କ ସେବାଯତ୍ନ କରିବା ହେଉଛି ପ୍ରକୃତ ମଣିଷ ପଣିଆ । ସେ ବୁଲା ହେଉ କି ଗୃହପାଳିତ, ସଭିଙ୍କ ପାଇଁ ମନରେ ଦୟାଭାବ ରହିବା ଉଚିତ୍ । କାହାରି ପ୍ରତି ଘୃଣାଭାବନା ଜାଗ୍ରତ ହେବା ଠିକ୍ ନୁହେଁ । ଏହି କଥାକୁ ପ୍ରମାଣ କରି ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି  ପ୍ରକାଶରାଜଧାନୀ ରାସ୍ତାକଡ଼ର ବୁଲା କୁକୁରଙ୍କୁ ନିଜ ପରିବାରର ସଦସ୍ୟ ଭାବି ନେଇଛନ୍ତି ସେ ।  ପ୍ରତିଦିନ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ସହ ନିଜ ବାଇକ୍‌ରେ ବସାଇ ସହର ବୁଲାଇଥାନ୍ତି ପ୍ରକାଶଭୁବନେଶ୍ୱର ୟୁନିଟ୍ -୫ ଅଂଚଳରେ ରହି ଗାଡ଼ି ଚଳାଇ ଜୀବିକା ନିର୍ବାହ କରନ୍ତି ପ୍ରକାଶ ମହାରଣା । 

Middle post content

ବୁଲା କୁକୁରଙ୍କୁ ଅଧିକ ଭଲ ପାଉଥିବା ଲୋକଙ୍କ ଭିତରେ ସେ ହେଉଛନ୍ତି ଭିନ୍ନ । କେତେବେଳେ କୁକୁରଙ୍କୁ  ମାସ୍କ ପିନ୍ଧାଇ କରୋନା ସଚେତନତାର ବାର୍ତା ଦେଉଛନ୍ତି ତ ଆଉ କେତେବେଳେ ହେଲମେଟ୍ ପିନ୍ଧାଇ ଲୋକଙ୍କୁ ସତର୍କ କରାଇ ଦିଅନ୍ତି । ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ ବୁଲା କୁକୁରଙ୍କ ପ୍ରତି ଏହି ଭଳ ପାଇବା ତାଙ୍କୁ ଏକ ନିଆରା ପରିଚୟ ଦେଇଛି । ରାସ୍ତାକଡ଼ର ଏହି ବୁଲା କୁକୁରଙ୍କ ନାମକରଣ ମଧ୍ୟ କରିଛନ୍ତି ପ୍ରକାଶ ।  ଓଟି, ଚନ୍ଦ୍ରମୁଖୀ ଏବଂ ସ୍ୱିଟି ଆଦି ନାମ ଦେଇ ଅତି ଗେହ୍ଲାରେ ସେମାନଙ୍କୁ ଡାକନ୍ତି ପ୍ରକାଶ । ସକାଳୁ ସେମାନଙ୍କୁ ବ୍ୟାୟାମର ଅଭ୍ୟାସ କରାଇବା ସହ ବିଭିନ୍ନ ସାମାଜିକ ସଚେତନତା ବାର୍ତା ଦେବା ପାଇଁ ଶିକ୍ଷା ଦେଉଛନ୍ତି । କୁକୁରମାନେ ବି ବେଶ ଆଶ୍ଚର୍ଯ୍ୟଜନକ ଭାବେ ହେଲେମେଟ୍ ଓ ମାସ୍କ ପିନ୍ଧି ପ୍ରକାଶଙ୍କ ସହ ବୁଲି ବାହାରି ପଡ଼ନ୍ତି । ହାଟ ବଜାର କରିବାଠାରୁ ଆରମ୍ଭ କରି ପ୍ରକାଶଙ୍କ ସହ ସମସ୍ତ କାମରେ ସେମାନେ ଯାଇଥାନ୍ତିି । ସବୁଠାରୁ ବଡ଼ କଥା ହେଲା ସେ ମଧ୍ୟ ପ୍ରତ୍ୟେକ ଦିନ ପର୍ଯ୍ୟାୟକ୍ରମେ ୩-୪ କୁକୁରଙ୍କୁ ନିଜ ବାଇକ୍‌ରେ ଧରି ବୁଲାନ୍ତି । କେବଳ ବୁଲାଇବାକୁ ନିଅନ୍ତି, ତାହା  ନୁହେଁ ଦୋକାନରେ ସେମାନଙ୍କୁ ଜଳଖିଆ ବି ଖୁଆଇଥାନ୍ତି । ପ୍ରତିଦିନ ବ୍ୟାୟାମରେ ୩-୪ କିଲୋମିଟର ଦୌଡାନ୍ତିି ଏବଂ ୨୦ କିଲୋମିଟର ଗାଡ଼ିରେ ବୁଲାନ୍ତି । ଗତବର୍ଷ କରୋନାଠାରୁ ମାସ୍କ ପିନ୍ଧି ଏହି କୁକୁରମାନେ ରାଜଧାନୀରେ ବୁଲି ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ନିଜର ସୀମିତ ରୋଜଗାର ସତ୍ୱେ ବୁଲା କୁକୁରଙ୍କର ଲାଳନ ପାଳନ କରୁଛନ୍ତି ସେ ।

After 2nd paragraph post ads

ବୁଲା କୁକୁରଙ୍କ ପ୍ରତି ଅନେକ ଲୋକଙ୍କର ରହିଥାଏ ଘୃଣା ମନୋଭାବ । କିନ୍ତୁ  ପ୍ରକାଶ ଏମିତି ଦୀର୍ଘଦିନ ହେବ ବୁଲା କୁକୁରଙ୍କୁ ଛୋଟରୁ ଯତ୍ନ ସହକାରେ ବଡ଼ କରିଛନ୍ତି ।  କୁକୁରଙ୍କୁ ଖାଇବାକୁ ଦେବାଠାରୁ ଆରମ୍ଭ କରି ସେମାନଙ୍କ ସେବା ଶୁଶ୍ରୁଷା କରିବାରେ ସେ ନିଜକୁ  ନିୟୋଜିତ କରିଛନ୍ତି । ଏ ସମ୍ପର୍କରେ ପ୍ରକାଶ କହନ୍ତି ଏବେ ବି ଅନେକ ଲୋକ ବୁଲା କୁକୁରଙ୍କ ପ୍ରତି ଆକ୍ରୋଶ କରନ୍ତି । ଯାହା କି ଅତ୍ୟନ୍ତ ଦୁଃଖର ବିଷୟ । ବିଦେଶୀ କୁକୁରଙ୍କୁ ଅଧିକ ଟଙ୍କା ଦେଇ ଘରେ ପାଳି ପୋଷି ନିଜ ପିଲାଙ୍କ ପରି ରଖୁଛନ୍ତି । କିନ୍ତୁ ବୁଲା କୁକୁରଙ୍କ ପ୍ରତି ସାମାନ୍ୟ ଦୟା ଦେଖାନ୍ତି ନାହିଁ । ଯାହା ତାଙ୍କୁ କଷ୍ଟ ଦେଇଥାଏ ବୋଲି କ୍ଷୋଭର ସହ କହନ୍ତି ପ୍ରକାଶ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami