ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ

ବର୍ଜ୍ୟବସ୍ତୁରୁ ନିଆରା ଉଦ୍ଭାବନ । କୁନି ବୟସରେ ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଏତେ ଶକ୍ତିଶାଳୀ ଯେ, ନିଜର ସୃଜନଶୀଳତା ତାଙ୍କୁ ବିଜ୍ଞାନ ସୃଷ୍ଟି କରିବାର ରାସ୍ତା ଦେଖାଇଛି । ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ସେଥିରେ ବିଜ୍ଞାନର କୌଶଳକୁ ଖଟାଇ ସେ ତିଆରି କରିଛନ୍ତି ରୋବଟ୍ । ଯାହା ମଣିଷ ପରି କାମ କରିପାରୁଛି । ଏହି ୧୫ ବର୍ଷୀୟ ପ୍ରବୋଧ କୁମାର ନାୟକ ରହନ୍ତି ଭୁବନେଶ୍ୱର ଖଣ୍ଡଗିରିବାରୀ ବସ୍ତିରେଜାଗମରା ହାଇସ୍କୁଲରେ ପଢ଼ନ୍ତି । ଏହି ବାଳକ ଆଜି ବସ୍ତିର ଉଜ୍ଜ୍ୱଳ ତାରକା ଭାବେ ପରିଚିତ ହୋଇପାରିଛନ୍ତି ।

ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ପ୍ରବୋଧଙ୍କୁ ଦେଇଛି ସୁଯୋଗ । ଅବଶ୍ୟ ପିଲାବେଳୁ କିଛି ନୂଆ ଏବଂ ବିରଳ କରିବାର ଆଶା ଓ ଆକାଂକ୍ଷା ମନରେ ରହିଆସିଛି । ଘରେ ଥିବା କିଛି ଖେଳନା ସାମଗ୍ରୀକୁ ସଂଗ୍ରହ କରି ସେ ରୋବଟ୍ ତିଆରି ପାଇଁ ବୈଜ୍ଞାନିକ ମନସ୍କ ହୋଇଥିଲେ । ଏମିତିକି ପ୍ଲାଷ୍ଟିକ୍ ଡବା ଏବଂ ଖେଳଣାର ଚକ ଏବଂ କମ୍ପ୍ୟୁଟର ସୁଇଚ୍‌କୁ ନେଇ ଏହି ରୋବଟ୍ ତିଆରି ହୋଇଛି । ଏଥିରେ ବିଭିନ୍ନ ପ୍ରକାରର ତାର ଏବଂ ସୁଇଚ୍ ଖଞ୍ଜିଛନ୍ତି । ଏଥିପାଇଁ ସେ ଦିନରାତି ଏକ କରିଦେଇଛନ୍ତି । ସୁଇଚ୍ ଟିପିଲାମାତ୍ରେ ରୋବଟ୍ କାମ କରିବା ଆରମ୍ଭ କରିଥାଏ । ପ୍ରଥମ ଲକ୍‌ଡାଉନ୍ ବେଳେ ସେ ରୋବଟ୍ ୧.୦ ତିଆରି କରିଥିଲେ । ଏଥର ତାକୁ ଆଉଟିକେ ଉନ୍ନତମାନର କରିବାକୁ ଚିନ୍ତା କରି ରୋବଟ୍ ୨.୦ ପ୍ରସ୍ତୁତ କରିଛନ୍ତି । ବସ୍ତିି ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମଲ କରିବା ସହ ସେମାନଙ୍କ ଅନ୍ତର୍ନିହତ ପ୍ରତିଭାର ପରିପ୍ରକାଶ ପାଇଁ କାର୍ଯ୍ୟ କରୁଥିବା ଉନ୍ମୁକ୍ତ ଫାଉଣ୍ଡେସନ୍‌ର ସ୍ୱେଚ୍ଛାସେବୀଙ୍କ ସହାୟତାରେ ସେ ଏହି ରୋବଟ୍ ତିଆରି କରିଛନ୍ତି । ବିଶେଷ କରି ତାଙ୍କୁ ମେଂଟର ଭାବେ ସହାୟତା କରିଛନ୍ତି ଶ୍ୱେତା ଅଗ୍ରୱାଲରୋବଟ୍ ମଣିଷଙ୍କ ପରି ଚାଲିବା ସହ ହାତ ହଲାଇପାରୁଛି । ଗଛରେ ପାଣି ଦେବା ସହ ଗଛପତ୍ର କାଟିପାରୁଛି । ନିଆଁ ଲିଭାଇ ପାରିବାର ସାମର୍ଥ୍ୟ ରଖିଛି ତାଙ୍କ ରୋବଟ୍ । ଏହି ରୋବଟ୍ ତିଆରି ପାଇଁ ତାଙ୍କୁ ୧୫ରୁ ୨୦ ଦିନ ସମୟ ଲାଗିଥିଲା । ପ୍ରବୋଧଙ୍କ ଏହି ନୂଆ ଉଦ୍ଭାବନା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏ ସମ୍ପର୍କରେ ପ୍ରବୋଧ କୁହନ୍ତି, ବହୁତ ଆଗରୁ ସୃଜନାତ୍ମକ ଶୈଳୀରେ କିଛି ତିଆରି କରିବା ପାଇଁ ଇଚ୍ଛା ଥିଲା । ମାତ୍ର ଲକ୍‌ଡାଉନ୍‌ରେ ସେ ସୁଯୋଗ ମିଳିଲା । ଶ୍ୱେତା ଦିଦିଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଲା । ପୂର୍ବରୁ ଇଲେକ୍ଟ୍ରୋନିକ୍ ଘର, ଡ୍ରୋନ ଆଦି ତିଆରି କରିଥିଲି । ଆଉ ଏବେ ରୋବଟ୍ ମଣିଷ ପରି କାମ କରୁଥିବାରୁ ଅଧିକ ଖୁସି ଦେଇଥିବା ସେ କହିଛନ୍ତି । ସହଯୋଗ ତଥା ପ୍ରୋତ୍ସାହନ ପାଇଲେ ଭବିଷ୍ୟତରେ ଆହୁରି ନୂଆ କିଛି କରିବାର ଆଶା ରଖିଛନ୍ତି ପ୍ରବୋଧ ।

artificial intelligencebhubaneswarboy from slumbuilds robotdroneselectronic househuman-like robothumanoid robotjagmara high schoolkhandagiri slumlockdownOdishaprabodh kumar nayakreal human robotsrobotrobot 1.0robot 2.0robot boyroboticsscience and technologyshutdownshweta agarwalUnmukt Creative CenterUnmukt Foundationଉନ୍ମୁକ୍ତ ଫାଉଣ୍ଡେସନ୍‌ଖେଳନା ସାମଗ୍ରୀଜାଗମରା ହାଇସ୍କୁଲପ୍ରବୋଧ କୁମାର ନାୟକପ୍ଲାଷ୍ଟିକ୍ ଡବାଭୁବନେଶ୍ୱର ଖଣ୍ଡଗିରିବାରୀ ବସ୍ତିରୋବଟ୍ରୋବଟ୍ ୧.୦ରୋବଟ୍ ୨.୦ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ଶ୍ୱେତା ଅଗ୍ରୱାଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami