ସେହି ପ୍ରତିବନ୍ଧିତ ଦ୍ୱିପ ଯେଉଁଠାରୁ ଉଡନ୍ତି ‘ଅଗ୍ନି’ ଓ ‘ଆକାଶ’

ଏହା ଏମିତି ଗୋଟିଏ ଦ୍ୱିପ ଯାହା ଉପରେ ସମସ୍ତେ ପାଦ ଦେଇ ପାରିବେ ନାହିଁ । ଏହି ବର୍ଜିତ ଦ୍ୱିପରେ ପହଂଚିବାକୁ ହେଲେ ଆପଣଙ୍କର ଆବଶ୍ୟକ ହୋଇଥାଏ ହାଇ ସିକ୍ୱୁରିଟି କ୍ଲିୟରାନ୍ସ । ଯାହାର ସୁରକ୍ଷାରେ ଥାଏ କୋଷ୍ଟ ଗାର୍ଡ୍ । କଡା ସୁରକ୍ଷା ଘେରରେ ଥିବା ଏହି ଦ୍ୱିପରୁ ଭାରତ କରିଥାଏ ‘ଅଗ୍ନି’ ବର୍ଷା । ସିଧା କହିଲେ ଆପଣ ଯେଉଁ ଅଗ୍ନି ସିରିଜର କ୍ଷେପଣାସ୍ତ୍ର ପରିକ୍ଷଣ କଥା ଶୁଣନ୍ତି ସେହି ସବୁ ଏହି ଦ୍ୱିପରୁ ହିଁ ଚୀନ୍ ଓ ପାକିସ୍ତାନକୁ ଚ୍ୟାଲେଂଜ୍ କରିଥାନ୍ତି । ସେହି ଦ୍ୱିପର ନାମ ହେଉଛି ହ୍ୱିଲର ବା ଅବଦୁଲ କଲାମ ଦ୍ୱିପ । ଆସନ୍ତୁ ଜାଣିବା ସେହି ଦ୍ୱିପ ବାବଦରେ କିଛି ତଥ୍ୟ ।

ରାଜଧାନୀ ଭୁବନେଶ୍ୱରଠାରୁ ୧୫୦ କିଲୋମିଟର ଦୂରରେ ଥିବା ଏହି ଦ୍ୱିପର ପୁରୁଣା ନାମ ହେଉଛି ହ୍ୱିଲର ଦ୍ୱିପବ୍ରିଟିଶ ଶାସନ କାଳର ଜଣେ ଅଧିକାରୀ ହଗ୍ ହ୍ୱିଲରଙ୍କ ନାମରେ ଏହି ଦ୍ୱିପର ନାମକରଣ ହୋଇଥିଲା । ତେବେ ୨୦୧୫ରେ ଏହାକୁ ପୂର୍ବତନ ରାଷ୍ଟ୍ରପତି ତଥା ଅଗ୍ନୀ କ୍ଷପଣାସ୍ତ୍ରର ବିନ୍ଧାଣୀ ପୂର୍ବତନ ରାଷ୍ଟ୍ରପତି ଡ.ଅବଦୁଲ କଲାମଙ୍କ ନାମରେ ନାମିତ କରାଯାଇଥିଲା ।

ବଙ୍ଗୋପ ସାଗରରେ ଅବସ୍ଥିତ ଏହି ଦ୍ୱିପର ଦୈର୍ଘ୍ୟ ୨ କିଲୋମିଟର । ଏହା ୩୯୦ ଏକରର ବ୍ୟପ୍ତ । ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ହେଉଛି ଏହାର ସବୁଠାରୁ ନିକଟତମ ବନ୍ଦର । ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କାଲାମଙ୍କ ଅନୁରୋଧରେ ଏହି ଦ୍ୱିପକୁ କ୍ଷପଣାସ୍ତ୍ର ପରିକ୍ଷଣ ପାଇଁ ଡିଆରଡିଓକୁ ଦେଇଥିଲେ । ଏହା ପରଠାରୁ ଏହି ଦ୍ୱିପରୁ ଆକାଶ, ଅଗ୍ନୀ, ନାଗ, ତ୍ରିଶୂଳ ଭଳି ଅନେକ କ୍ଷପଣାସ୍ତ୍ର ଉତକ୍ଷେପିତ ହୋଇଛନ୍ତି ।

୧୯୮୦ ଦଶକରେ ଭାରତ ତା’ର ମିଶାଇଲ ସିଷ୍ଟମର ବିକାଶ କରିବାକୁ ଚାହୁଁଥିଲା । ଡିଆରଡିଓ ନିଜ କ୍ଷପଣାସ୍ତ୍ରର ପରିକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ ଖୋଜୁଥିଲା । ହ୍ୱିଲର ଦ୍ୱିପ ସବୁ ଦୃଷ୍ଟିରୁ ପରିକ୍ଷଣ ପାଇଁ ଉପଯୁକ୍ତ ଥିଲା । ଡ.କଲାମଙ୍କ ଅନୁରୋଧରେ ବିଜୁ ପଟ୍ଟନାୟକ ଏହି ଦ୍ୱିପକୁ ଦେବାକୁ ରାଜି ହୋଇଥିଲେ ।

କଲାମ ସେହି ସମୟରେ ଏହି ଦ୍ୱିପକୁ ଥିଏଟର ଅଫ୍ ଆକ୍ସନ ବୋଲି କହୁଥିଲେ । ଅର୍ଥାତ ସେହି ସ୍ଥାନ ଯେଉଁଠି ତାଙ୍କ କଳ୍ପନା ଜୀବନ୍ତ ରୂପ ନେଉଥିଲା । ଏହା ହେଉଛି ସେହି ଦ୍ୱିପ ଯେଉଁଠାରୁ ବ୍ରାହ୍ମୋସ, ନିର୍ଭୟ, ପୃଥ୍ୱୀ ଭଳି କ୍ଷପଣାସ୍ତ୍ର ‘ପ୍ରହାର’ କରି ଆସୁଛନ୍ତି

ଏହି ଦ୍ୱିପକୁ ମୁଖ୍ୟଭୂମି ସହ ଯୋଡିବାକୁ କୌଣସି ପୋଲ କିମ୍ବା ବିମାନ ବନ୍ଦର ନାହିଁ । ଦ୍ୱିପରେ କେବଳ ଏକ ଛୋଟ ହେଲିପ୍ୟାଡ୍ ରହିଛି । ମିଶାଇଲଠାରୁ ଅନ୍ୟ ସାମଗ୍ରୀ ଜାହଜ ଦ୍ୱାରା ପହଂଚିଥାଏ । ଏହା ସହିତ ସାଧାରଣ ଲୋକଙ୍କ ପାଇଁ ଏହି ଦ୍ୱିପ ପ୍ରତିବନ୍ଧିତ । କେବଳ ଡିଆରଡିଓ ଓ ପ୍ରତିରକ୍ଷା ବିଭାଗର କର୍ମଚାରୀ ହିଁ ଏହି ଦ୍ୱିପକୁ ପ୍ରେବଶ କରି ପାରନ୍ତି ।

ଏହି ଦ୍ୱିପ ନିକଟରେ ରହିଛି ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ । ଏହି ଅଭୟାରଣ୍ୟରେ ବିରଳ ଅଲିଭ ରିଡଲେ କଇଁଛ ମିଳିଥାନ୍ତି । କାଲାମ ଦ୍ୱିପକୁ ମଧ୍ୟ ଅଲିଭ ରିଡଲେ ଆସିଥାନ୍ତି । ତେବେ ମିଶାଇଲ ପରିକ୍ଷଣ କାରଣରୁ କଇଁଛଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି ହୋଇଛି । କ୍ଷପଣାସ୍ତ୍ର ପରିକ୍ଷଣ କାଳରେ ସୃଷ୍ଟି ହେଉଥିବା ଉଜ୍ୱଳ ଆଲୋକ କାରଣରୁ ଅଲିଭ ରିଡଲେ ରାସ୍ତା ଭୁଲି ଯାନ୍ତି । ଫଳରେ ଅନେକଙ୍କ ମୃତ୍ୟୁ ହୁଏ ।

ତେବେ ଏବେ ଡିଆରଡିଓ ଏଥିପାଇଁ ବିଶେଷ ଧ୍ୟାନ ଦେଉଛି । ଦ୍ୱିପର ସବୁ ଲାଇଟକୁ ଢାଙ୍କି ରଖାଯାଉଛି କିମ୍ବା ଲାଇଟ୍ ଡିମ୍ କରାଯାଉଛି । ବିଶେଷକରି କଇଁଛଙ୍କ ପ୍ରଜନନ କାଳରେ ଏହି କଥା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।

agniakashapj abdul kalam islandbay of bengalbhadrak districtbiju patnaikbrahmosDefence Research and Development Organisationdhamara portdhamra portDRDODRDO's missile testinggahirmathagahirmatha wildlife sanctuaryhog wheelerindias missile manmissile systemmissile testsnagnirbhayaOdishaOdisha governmentolive ridleyolive ridley turtles gahirmathaprithvitheatre of actiontrishulwheeler islandWheeler Island in Bhadrak districtଅଗ୍ନି ସିରିଜର କ୍ଷେପଣାସ୍ତ୍ର ପରିକ୍ଷଣଅଗ୍ନୀଅଗ୍ନୀ କ୍ଷପଣାସ୍ତ୍ରର ବିନ୍ଧାଣୀଅବଦୁଲ କଲାମ ଦ୍ୱିପଅଲିଭ ରିଡଲେ କଇଁଛଆକାଶକଇଁଛଙ୍କ ପ୍ରଜନନକ୍ଷପଣାସ୍ତ୍ର ‘ପ୍ରହାରକ୍ଷପଣାସ୍ତ୍ର ପରିକ୍ଷଣଗହିରମଥା ସାମୁଦ୍ରିକ ଅଭୟାରଣ୍ୟଡିଆରଡିଓତ୍ରିଶୂଳଥିଏଟର ଅଫ୍ ଆକ୍ସନନାଗନିର୍ଭୟପୂର୍ବତନ ରାଷ୍ଟ୍ରପତି ଡ.ଅବଦୁଲ କଲାମପୃଥ୍ୱୀବିଜୁ ପଟ୍ଟନାୟକବ୍ରାହ୍ମୋସମିଶାଇଲ ପରିକ୍ଷଣମିଶାଇଲ ସିଷ୍ଟମହଗ୍ ହ୍ୱିଲରହ୍ୱିଲର ଦ୍ୱିପ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami