ଆଫଗାନିସ୍ତାନରେ ‘ବଚ୍ଚାବାଜୀ’ ପରମ୍ପରା କ’ଣ ? ଯେଉଁଥିରେ ଛୋଟ ପିଲାଙ୍କ ଦ୍ୱାରା କରାଯାଇଥାଏ ଘୃଣ୍ୟ କାମ..

ତାଲିବାନ ଆଫଗାନିସ୍ତାନକୁ ନିଜ ଅଧିକାରକୁ ନେବା ପରଠାରୁ ସେହି ଦେଶର ନାଗରିକ ଆତଙ୍କ ଭିତରେ ଯିଇଁବାକୁ ବାଧ୍ୟ । ପୁରା ଦେଶକୁ ତାଲିବାନ ସିଲ୍ କରିଦେଇଥିବା ବେଳେ ମହିଳାଙ୍କ ଉପରେ ଆରମ୍ଭ ହୋଇଗଲାଣି ଅତ୍ୟାଚାର । ତାଲିବାନ କ୍ଷମତାକୁ ଆସିବା ସହିତ ମହିଳାଙ୍କ ଅଧିକାର ଆଉ କିଛି ରହିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଉଛି । ତେବେ ଏମିତି ନୁହେଁ ଯେ, ତାଲିବାନ ପାଇଁ ହିଁ ଆଫଗାନିସ୍ତାନରେ ସବୁକିଛି ଖରାପ ହେଉଛି । ଆଫଗାନିସ୍ତାନରେ ତାଲିବାନ ଉଦୟ ପୂର୍ବରୁ ମଧ୍ୟ ଅନେକ ଖରାପ ସାମାଜିକ ପ୍ରଥା ରହିଛି ଯାହା ଏବେ ମଧ୍ୟ ଜାରି ରହିଛି । ଏହା ମଧ୍ୟରୁ ଗୋଟିଏ ହେଉଛି ବଚ୍ଚାବାଜୀ ।

ଏହି ବଚ୍ଚାବାଜୀ ପ୍ରଥାକୁ ପୁରା ଦୁନିଆ ବିରୋଧ କରୁଥିଲେ ମଧ୍ୟ ଏହା ଅନେକ ଶତାବ୍ଦୀ ଧରି ଆଫଗାନିସ୍ତାନରେ ବେରୋକଟୋକ ଚାଲିଆସିଛି । ତାଲିବାନ ଥାଉ ନଥାଉ ବଚ୍ଚାବାଜୀ ରହିଛି । ଏମିତିରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ବଚ୍ଚାବାଜୀ ପରମ୍ପରା କ’ଣ ? କେମିତି ଏହା ଦ୍ୱାରା ନାବାଳକଙ୍କ ଶୋଷଣ ହେଉଛି ।

ବଚ୍ଚା ବାଜୀ କ’ଣ ?

ବଚ୍ଚା ବାଜୀ ଗୋଟିଏ ପ୍ରକାରର ପ୍ରଥା । ଯେଉଁଥିରେ ୧୦ ବର୍ଷରୁ କମ ପୁଅ ପିଲାଙ୍କୁ ଝିଅ ପିଲାଙ୍କ ପୋଷାକ ଓ ମେକଅପ କରି ଧନି ଲୋକଙ୍କ ପାର୍ଟି ଓ ଭୋଜିରେ ନାଚିବାକୁ କୁହାଯାଇଥାଏ । ତେବେ ଏହା ପିଲାଙ୍କ ଟ୍ୟାଲେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ନୁହେଁ ଅଧିକନ୍ତୁ ସେମାନଙ୍କ ଯୌନ ଶୋଷଣ ପାଇଁ ହୋଇଥାଏ । ଏହି ପ୍ରଥାରେ ଝିଅଙ୍କ ପୋଷାକ ପିନ୍ଧି ନାଚୁଥିବା ପୁଅଙ୍କୁ ଯୌନ ନିର୍ଯାତନା ଦିଆଯାଇଥାଏ । ଗରିବ ଘରରୁ ଆସୁଥିବା ଏହି ନାବାଳକଙ୍କୁ ତାଲିବାନ ଭଳି ମୌଳବାଦୀ ସଂଗଠନ ଓ ୱାରଲର୍ଡସ ମାନେ ନିଜ ମନୋରଞ୍ଜନ ପାଇଁ ବ୍ୟବହାର କରିଥାନ୍ତି ।

ତେବେ ଅନେକ ପିଲା ସେମାନଙ୍କ ମାଲିକଙ୍କ କବଜାରୁ ମୁକୁଳି ଆସି ପରେ ସାମାନ୍ୟ ଜୀବନ ଯିଇଁବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କଠାରୁ ଏହି କଳା ସତ୍ୟ ବାବଦରେ ଦୁନିଆ ଜାଣିଥିଲା । ଗୋଟିଏ ପଟେ ଇସଲାମିକ ଦେଶରେ ସମଲୈଙ୍ଗିତା ପାଇଁ ମୃତ୍ୟୁଦଣ୍ଡ ମିଳୁଥିବା ବେଳେ ଅନ୍ୟପଟେ ଏଭଳି ପ୍ରର୍ଥା ଆଫଗାନିସ୍ତାନ ଭଳି ମୁସଲିମ ରାଷ୍ଟ୍ରର ପାଖଣ୍ଡପଣକୁ ପଦାରେ ପକାଉଛି । ଏହି ଘୃଣ୍ୟ ପ୍ରଥାକୁ ନେଇ ଗୋଟିଏ ଡକ୍ୟୁମେଣ୍ଟାରି ଫିଲ୍ମ ମଧ୍ୟ ତିଆରି ହୋଇଛି , ଯାହାର ନାମ ହେଉଛି ଡ୍ୟାନ୍ସିଂ ବୟଜ୍ ଅଫ୍ ଆଫଗାନିସ୍ତାନ ।

ଏହି ଭଳି ପ୍ରଥାର ଶିକାର ହୋଇଥିବା ପିଲାଙ୍କୁ ତାଙ୍କ ଅଭିଭାବକ ଦାରିଦ୍ର୍ୟତା କାରଣରୁ ପିଲାବେଳୁ ବିକ୍ରି କରିଦେଇଥାନ୍ତି । ସେମାନଙ୍କ ମାଲିକ ସେମାନଙ୍କୁ ନିଜ ଫାଇଦା ପାଇଁ ବ୍ୟବହାର କରିଥାଏ । ପିଲାଙ୍କୁ ଏହି ନିର୍ଯାତନା ବଦଳରେ କେବଳ ଖାଇବାକୁ ଖାଦ୍ୟ ଓ ପିନ୍ଧିବାକୁ ପୋଷାକ ମିଳିଥାଏ । ଅନେକ ସମୟରେ ପିଲାଙ୍କୁ ଅପହରଣ କରି ମଧ୍ୟ ବିକ୍ରି କରାଯାଇଥାଏ ।

୧୦ ବର୍ଷରୁ କମ ପୁଅ ପିଲାbacha bazibacha bazi afghanistanchild abusechildrens below 10 yearschildrens sexual abusedancing boys of afghanistandocumentary film on bacha bazigirls costume and makeupHomosexuality in Islamic countriesHow it is exploiting minorsmuslim fundamentalist and warlordssex exploitationtalibanwhat is bacha bazi traditionଇସଲାମିକ ଦେଶରେ ସମଲୈଙ୍ଗିତାଝିଅ ପିଲାଙ୍କ ପୋଷାକ ଓ ମେକଅପଡକ୍ୟୁମେଣ୍ଟାରି ଫିଲ୍ମଡ୍ୟାନ୍ସିଂ ବୟଜ୍ ଅଫ୍ ଆଫଗାନିସ୍ତାନନାବାଳକଙ୍କ ଶୋଷଣପୁଅଙ୍କୁ ଯୌନ ନିର୍ଯାତନାବଚ୍ଚାବାଜୀବଚ୍ଚାବାଜୀ ପରମ୍ପରା କ’ଣମୌଳବାଦୀ ସଂଗଠନ ଓ ୱାରଲର୍ଡସଯୌନ ଶୋଷଣ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami