ଆଫଗାନିସ୍ତାନରେ ‘ବଚ୍ଚାବାଜୀ’ ପରମ୍ପରା କ’ଣ ? ଯେଉଁଥିରେ ଛୋଟ ପିଲାଙ୍କ ଦ୍ୱାରା କରାଯାଇଥାଏ ଘୃଣ୍ୟ କାମ..

Above Post Content

ତାଲିବାନ ଆଫଗାନିସ୍ତାନକୁ ନିଜ ଅଧିକାରକୁ ନେବା ପରଠାରୁ ସେହି ଦେଶର ନାଗରିକ ଆତଙ୍କ ଭିତରେ ଯିଇଁବାକୁ ବାଧ୍ୟ । ପୁରା ଦେଶକୁ ତାଲିବାନ ସିଲ୍ କରିଦେଇଥିବା ବେଳେ ମହିଳାଙ୍କ ଉପରେ ଆରମ୍ଭ ହୋଇଗଲାଣି ଅତ୍ୟାଚାର । ତାଲିବାନ କ୍ଷମତାକୁ ଆସିବା ସହିତ ମହିଳାଙ୍କ ଅଧିକାର ଆଉ କିଛି ରହିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଉଛି । ତେବେ ଏମିତି ନୁହେଁ ଯେ, ତାଲିବାନ ପାଇଁ ହିଁ ଆଫଗାନିସ୍ତାନରେ ସବୁକିଛି ଖରାପ ହେଉଛି । ଆଫଗାନିସ୍ତାନରେ ତାଲିବାନ ଉଦୟ ପୂର୍ବରୁ ମଧ୍ୟ ଅନେକ ଖରାପ ସାମାଜିକ ପ୍ରଥା ରହିଛି ଯାହା ଏବେ ମଧ୍ୟ ଜାରି ରହିଛି । ଏହା ମଧ୍ୟରୁ ଗୋଟିଏ ହେଉଛି ବଚ୍ଚାବାଜୀ ।

ଏହି ବଚ୍ଚାବାଜୀ ପ୍ରଥାକୁ ପୁରା ଦୁନିଆ ବିରୋଧ କରୁଥିଲେ ମଧ୍ୟ ଏହା ଅନେକ ଶତାବ୍ଦୀ ଧରି ଆଫଗାନିସ୍ତାନରେ ବେରୋକଟୋକ ଚାଲିଆସିଛି । ତାଲିବାନ ଥାଉ ନଥାଉ ବଚ୍ଚାବାଜୀ ରହିଛି । ଏମିତିରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ବଚ୍ଚାବାଜୀ ପରମ୍ପରା କ’ଣ ? କେମିତି ଏହା ଦ୍ୱାରା ନାବାଳକଙ୍କ ଶୋଷଣ ହେଉଛି ।

After 2nd paragraph post ads

ବଚ୍ଚା ବାଜୀ କ’ଣ ?

Middle post content

ବଚ୍ଚା ବାଜୀ ଗୋଟିଏ ପ୍ରକାରର ପ୍ରଥା । ଯେଉଁଥିରେ ୧୦ ବର୍ଷରୁ କମ ପୁଅ ପିଲାଙ୍କୁ ଝିଅ ପିଲାଙ୍କ ପୋଷାକ ଓ ମେକଅପ କରି ଧନି ଲୋକଙ୍କ ପାର୍ଟି ଓ ଭୋଜିରେ ନାଚିବାକୁ କୁହାଯାଇଥାଏ । ତେବେ ଏହା ପିଲାଙ୍କ ଟ୍ୟାଲେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ନୁହେଁ ଅଧିକନ୍ତୁ ସେମାନଙ୍କ ଯୌନ ଶୋଷଣ ପାଇଁ ହୋଇଥାଏ । ଏହି ପ୍ରଥାରେ ଝିଅଙ୍କ ପୋଷାକ ପିନ୍ଧି ନାଚୁଥିବା ପୁଅଙ୍କୁ ଯୌନ ନିର୍ଯାତନା ଦିଆଯାଇଥାଏ । ଗରିବ ଘରରୁ ଆସୁଥିବା ଏହି ନାବାଳକଙ୍କୁ ତାଲିବାନ ଭଳି ମୌଳବାଦୀ ସଂଗଠନ ଓ ୱାରଲର୍ଡସ ମାନେ ନିଜ ମନୋରଞ୍ଜନ ପାଇଁ ବ୍ୟବହାର କରିଥାନ୍ତି ।

ତେବେ ଅନେକ ପିଲା ସେମାନଙ୍କ ମାଲିକଙ୍କ କବଜାରୁ ମୁକୁଳି ଆସି ପରେ ସାମାନ୍ୟ ଜୀବନ ଯିଇଁବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କଠାରୁ ଏହି କଳା ସତ୍ୟ ବାବଦରେ ଦୁନିଆ ଜାଣିଥିଲା । ଗୋଟିଏ ପଟେ ଇସଲାମିକ ଦେଶରେ ସମଲୈଙ୍ଗିତା ପାଇଁ ମୃତ୍ୟୁଦଣ୍ଡ ମିଳୁଥିବା ବେଳେ ଅନ୍ୟପଟେ ଏଭଳି ପ୍ରର୍ଥା ଆଫଗାନିସ୍ତାନ ଭଳି ମୁସଲିମ ରାଷ୍ଟ୍ରର ପାଖଣ୍ଡପଣକୁ ପଦାରେ ପକାଉଛି । ଏହି ଘୃଣ୍ୟ ପ୍ରଥାକୁ ନେଇ ଗୋଟିଏ ଡକ୍ୟୁମେଣ୍ଟାରି ଫିଲ୍ମ ମଧ୍ୟ ତିଆରି ହୋଇଛି , ଯାହାର ନାମ ହେଉଛି ଡ୍ୟାନ୍ସିଂ ବୟଜ୍ ଅଫ୍ ଆଫଗାନିସ୍ତାନ ।

ଏହି ଭଳି ପ୍ରଥାର ଶିକାର ହୋଇଥିବା ପିଲାଙ୍କୁ ତାଙ୍କ ଅଭିଭାବକ ଦାରିଦ୍ର୍ୟତା କାରଣରୁ ପିଲାବେଳୁ ବିକ୍ରି କରିଦେଇଥାନ୍ତି । ସେମାନଙ୍କ ମାଲିକ ସେମାନଙ୍କୁ ନିଜ ଫାଇଦା ପାଇଁ ବ୍ୟବହାର କରିଥାଏ । ପିଲାଙ୍କୁ ଏହି ନିର୍ଯାତନା ବଦଳରେ କେବଳ ଖାଇବାକୁ ଖାଦ୍ୟ ଓ ପିନ୍ଧିବାକୁ ପୋଷାକ ମିଳିଥାଏ । ଅନେକ ସମୟରେ ପିଲାଙ୍କୁ ଅପହରଣ କରି ମଧ୍ୟ ବିକ୍ରି କରାଯାଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami