କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କେଜ୍ରିୱାଲ ଦେଶର ‘ବିଶ୍ୱାସ’ ହରାଇଲେ ?

ପଂଜାବ ବିଧାନସଭା ପାଇଁ ଆଉ ୪ ଦିନ ବାକି ରହିଛିବିଜେପି, କଂଗ୍ରେସ ଓ ଅକାଳୀ ଦଳଙ୍କ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ଚତୁର୍ଥ ଦାବିଦାର ଭାବେ ଆମ ଆଦମୀ ପାର୍ଟି ଉଭା ହୋଇଛି । ଏହାରି ଭିତରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପୁରୁଣା ସାଥୀ କୁମାର ବିଶ୍ୱାସ ଗୋଟିଏ ବୋମା ଫୁଟାଇଛନ୍ତି । ସେ ସିଧାସଳଖ କେଜ୍ରିୱାଲଙ୍କ ବିରୋଧରେ ଖଲିସ୍ତାନୀ ବିଛିନ୍ନତାବାଦ ଆନ୍ଦୋଳନକୁ ସମର୍ଥନର ଅଭିଯୋଗ ଆଣିଛନ୍ତି । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ବିଶ୍ୱାସ କହିଛନ୍ତି ଯେ, କ୍ଷମତା ହାସଲ ପାଇଁ କେଜ୍ରିୱାଲ କିଛି ମଧ୍ୟ କରିପାରନ୍ତି ।

କୁମାର ବିଶ୍ୱାସ କହିଛନ୍ତି ଯେ, କେଜ୍ରିୱାଲ ସବୁବେଳ ଖଲିସ୍ତାନର ସମର୍ଥକ ଥିଲେ । ଯେତେବେଳେ ମୁଁ ତାଙ୍କ ସହିତ ଥିଲି ସେତେବେଳେ ସେ ସବୁବେଳେ ତାଙ୍କ ଯୋଜନା ବାବଦରେ ମୋତେ କହୁଥିଲେ । ଦିନେ ସେ ମୋତେ କହିଥିଲେ ଯେ, ମୁଁ ପଂଜାବର ମୁଖ୍ୟମନ୍ତ୍ରୀ ହେବି କିମ୍ବା ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବି ।

ବିଛିନ୍ନତାବାଦୀଙ୍କ ସମର୍ଥନ କରିବାରେ କେଜ୍ରିୱାଲଙ୍କ ଅସୁବିଧା ନାହିଁ

କୁମାର ବିଶ୍ୱାସଙ୍କ ଅନୁସାରେ କେଜ୍ରିୱାଲ କ୍ଷମତା ପାଇଁ ବିଛିନ୍ନତାବାଦୀଙ୍କ ସମର୍ଥନ ବି ନେଇ ପାରିବେ । ପଂଜାବ କେବଳ ଗୋଟିଏ ରାଜ୍ୟ ନୁହେଁ ଏହା ଏକ ଭାବନା । ପୁରା ବିଶ୍ୱରେ ପଞ୍ଜାବିପଣ ଏକ ଭାବନା । ଗୋଟିଏ ସମୟରେ ମୁଁ ତାଙ୍କୁ ବିଛିନ୍ନତାବାଦୀଙ୍କ ସମର୍ଥନ ନନେବକୁ କହିଥିଲି । କିନ୍ତୁ ସେ ମୋତେ କହିଥିଲେ ଯେ, ନା ସବୁକିଛି ଠିକ୍ ହେଇଯିବ

ପଂଜାବରେ ୨୦ ଫେବ୍ରୁଆରିରେ ହେବ ଭୋଟ୍

ପଂଜାବର ୧୧୭ ବିଧାନସଭା ଆସନ ପାଇଁ ଫେବ୍ରୁଆରି ୨୦ ତାରିଖ ଦିନ ଭୋଟ୍ ହେବ । ଅନ୍ୟପକ୍ଷରେ ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଆସିବ । ଭୋଟ୍ ପାଇଁ କେଜ୍ରିୱାଲ ପଂଜାବୀ ଭୋଟରଙ୍କୁ ମାଗଣା ବିଜୁଳି ସହିତ ଅନେକ କିଛି ପ୍ରତିଶ୍ରୁତି ଦେଇଛନ୍ତି ।

କୁମାର ବିଶ୍ୱାସଙ୍କ ଅଭିଯୋଗକୁ ଆମ୍ ଆଦମି ପାର୍ଟିର ଖଣ୍ଡନ

ଅନ୍ୟପକ୍ଷରେ କୁମାର ବିଶ୍ୱାସଙ୍କ ଅଭିଯୋଗକୁ ଆପ୍ ଖଣ୍ଡନ କରିଛିଆପ୍ ମୁଖପାତ୍ର ରାଘବ ଚଢା କହିଛନ୍ତି ଯେ, କୁମାର ବିଶ୍ୱାସ ମନଗଢା କଥା କହୁଛନ୍ତି । କେଜ୍ରିୱାଲଙ୍କୁ ବଦନାମ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ଅନ୍ୟପକ୍ଷରେ କୁମାର ବିଶ୍ୱାସଙ୍କ ଅଭିଯୋଗ ଭାନୁମତି ପେଟି ଖୋଲି ଦେଇଛି ।

କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କିଛି ପ୍ରଶ୍ନ ଉଠୁଛି ଆଉ ତା’ ହେଲା

୧. କେଜ୍ରିୱାଲ ଭାରତର ଅଖଣ୍ଡତା ପ୍ରତି ବିପଦ କି ? ସେ ଭାରତୀୟ ସମ୍ବିଧାନରେ ବିଶ୍ୱାସ ରଖନ୍ତି କି ?
୨. ରାଜନୀତିରୁ କାଦୁଅ ସଫା କରିବାକୁ ଆସିଥିବା କେଜ୍ରିୱାଲ କ୍ଷମତା ପାଇଁ ଦେଶର ଅଖଣ୍ଡତାକୁ ବି ବଳି ପକାଇଦେବେ କି ?
୩. କୁମାର ବିଶ୍ୱାସ ଯାହା କହିଛନ୍ତି ସେଥିରୁ ଗୋଟିଏ କଥା ସଫା. ରାଜନୀତିରେ ସବୁକିଛି ଠିକ୍ ଏହି ନୀତିକୁ କେଜ୍ରିୱାଲ ଆପଣାଇଲେଣି କି ? ଯେଣତେଣ ହେଉ କ୍ଷମତା ହାସଲ କରିବା କେଜ୍ରିୱାଲଙ୍କ ଲକ୍ଷ୍ୟ ନୁହେଁ କି ?
୪. ମୁ ମୁଖ୍ୟମନ୍ତ୍ରୀ ନହେଲେ ନାହିଁ ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବି .. ଏଭଳି ବୟାନ ସେହି ନେତାଙ୍କ ମୁହଁରୁ ଆସୁଛି ଯିଏ ରାଜନୀତିରେ ସୂଚିତା, ସାଧୁତା କଥା କହୁଥିଲେ… କେମିତି ଦେଖୁଛନ୍ତି ଏହାକୁ ଆପଣ ?
୫. କେଜ୍ରିୱାଲ ପ୍ରଥମେ ଯେତେବେଳେ ଭାରତୀୟ ରାଜନୀତିକୁ ଧସେଇ ପସିଥିଲେ ସେତେବେଳେ ଗୋଟିଏ ଆଶା ସୃଷ୍ଟି ହୋଇଥିଲା… ଏବେ ଲାଗୁନି କି କେଜ୍ରିୱାଲ ସେହିମାନଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ଯେଉଁମାନେ ତାଙ୍କୁ ବିଶ୍ୱାସ କରିଥିଲେ ?
୬. ଦେଶର ଗୋଟିଏ ରାଜ୍ୟକୁ ସ୍ୱାଧିନ କରିବା କଥା କହି ସେ ଭାରତୀୟ ସମ୍ବିଧାନ ଓ ସାର୍ବଭୌମତ୍ୱକୁ ଚ୍ୟାଲେଂଜ୍ କରିନାହାନ୍ତି କି ? ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ ହେବା କଥା ନୁହେଁ କି ?
୭. ତେବେ କ’ଣ କେଜ୍ରିୱାଲଙ୍କୁ ନେଇ ଯେଉଁ ଆଶଙ୍କା ବ୍ୟକ୍ତ କରାଯାଉଥିଲା ଯେ, ସେ ଜଣେ ଅରାଜକତାବାଦୀ ସେହି ଆଶଙ୍କ ସତ ହେଉଛି ?
୮. ଇଣ୍ଡିଆ ଏଗନେଷ୍ଟ କରପସନ୍ ମଂଚରୁ ରାଜନୀତିକୁ ଲମ୍ଫ ମାରିବା ପରେ କେଜ୍ରିୱାଲ ସବୁ ଦଳଙ୍କ ବିରୋଧରେ ଦୁର୍ନୀତି ଅଭିୋଗ ଆଣିଥିଲେ. ଆଉ ବଡ଼ ଜୋରରେ କହିଥିଲେ ଯେ, ମୁଁ ଜଣେ ଅରାଜକତାବାଦୀ. I am anarchist. କେଜ୍ରିୱାଲଙ୍କ ନୀତି ଦେଶର ଅଖଣ୍ଡତା ପାଇଁ ବିପଦ ନୁହେଁ କି ?
୯. ତେବେ କ’ଣ ଏହି ଅଭିଯୋଗରେ ସତ୍ୟତା ଅଛି ଯେ,କେଜ୍ରିୱାଲ ଓ ତାଙ୍କ ଦଳ ପଛରେ ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ସମର୍ଥନ ରହିଛି ? ଆଗରୁ ଅଭିଯୋଗ ହେଉଥିଲା ଯେ, କେଜ୍ରିୱାଲଙ୍କୁ ସିଖ୍ ବିଛିନ୍ନତାବାଦୀ ସଂଗଠନ ସମର୍ଥନ କରୁଛନ୍ତି… କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ ଲାଗୁନି କି ଏବେ ସମୟ ଆସିଛି ଯେ, କେନ୍ଦ୍ର ସରକାର କେଜ୍ରିୱାଲ ଓ ତାଙ୍କ ଦଳ ଖଲିସ୍ତାନୀ ସମର୍ଥକଙ୍କଠାରୁ ଫଣ୍ଡ୍ ଓ ସମର୍ଥନ ପାଉଛି କି ନାହିଁ ତା’ର ତଦନ୍ତ କରିବେ ?

Aam Aadmi Partyaap spokesperson raghav chaddaAAP supremo arvind kejriwalakali dalBJPcongresskejriwal supports khalistani terroristskumar vishwaspunjab assembly electionspunjab elections 2022The Khalistani separatist movementଅକାଳୀ ଦଳଆପ୍ ମୁଖପାତ୍ର ରାଘବ ଚଢାଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଆମ ଆଦମୀ ପାର୍ଟିକଂଗ୍ରେସକୁମାର ବିଶ୍ୱାସକେଜ୍ରିୱାଲ ସବୁବେଳ ଖଲିସ୍ତାନର ସମର୍ଥକଖଲିସ୍ତାନୀ ବିଛିନ୍ନତାବାଦ ଆନ୍ଦୋଳନପଂଜାବ ବିଧାନସଭାବିଜେପି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami