ଚୀନକୁ ଋଷ ଦେବ ପରମାଣୁ ବୁଡ଼ାଜାହଜ, ଚିନ୍ତାରେ ଭାରତ

ଆମେରିକା ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ସହିତ ମିଶି ‘ଅକ୍ସ’ ସାମରିକ ମେଣ୍ଟ୍ କରିଛି । ଆମେରିକା ଏବେ ଅଷ୍ଟ୍ରେଲିଆକୁ ପରମାଣୁ ବୁଡ଼ାଜାହଜ ଓ କ୍ରୁଇଜ୍ ମିଶାଇଲ ଦେବାକୁ ଯାଉଛି । ଅନ୍ୟପକ୍ଷରେ ବ୍ରିଟେନ୍ ପରମାଣୁ ଅସ୍ତ୍ରରେ ସଜ୍ଜିତ ନିଜ ପରମାଣୁ ବୁଡ଼ାଜାହଜକୁ ଅଷ୍ଟ୍ରେଲିଆରେ ମୁତ୍ତୟନ କରିବାକୁ ଯାଉଛି । ଯାହାକୁ ନେଇ ଚୀନ୍ କ୍ଷୁବ୍ଧ ଅଛି । ଏହାରି ଭିତରେ ଖବର ଆସୁଛି ଯେ, ଭାରତ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେରିକାର ପ୍ରଭାବକୁ ପ୍ରତିହତ କରିବାକୁ ଋଷ ଚୀନ ସହିତ ହାତ ମିଳାଇବାକୁ ଯାଉଛି । ଋଷ ଚୀନକୁ ପରମାଣୁ ବୁଡ଼ା ଜାହଜ ଦେଇପାରେ ବୋଲି ଅନୁମାନ କରାଯାଉଛି । ଯାହା ଭାରତର ଚିନ୍ତା ବଢାଇ ଦେଇଛି ।

ଏସିଆ ଟାଇମ୍ସ ରିପୋର୍ଟ ଅନୁସାରେ ଅକ୍ସ ସାମରିକ ଚୁକ୍ତିକୁ ନେଇ ଯେଉଁଠି ଚୀନ ଓ ଫ୍ରାନ୍ସ କଟୁ ଟିପ୍ପଣୀ କରିଛନ୍ତି ସେଠି ଜାପାନ ଓ ଫିଲିପାଇନ୍ସ ଏହାକୁ ସ୍ୱାଗତ କରିଛନ୍ତି । ଅନ୍ୟପକ୍ଷରେ ଏହି କ୍ଷେତ୍ରର ଅନ୍ୟତମ ଖେଳାଳୀ ଋଷ ମାପିଚୁପି ପ୍ରତିକ୍ରିୟା ଦେଇଛି । ଋଷର କିଛି ଅଧିକାରୀ ଚୀନ୍ ସ୍ୱର ସହିତ ସ୍ୱର ମିଳାଇ ପରମାଣୁ ଅପ୍ରସାର ଚିନ୍ତା ବ୍ୟକ୍ତ କରିଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଅକ୍ସ ଯୋଗୁ ଏହି କ୍ଷେତ୍ରରେ ଅସ୍ତ୍ର ପ୍ରତିଯୋଗୀତା ଆରମ୍ଭ ହୋଇଯିବ

ଅକ୍ସ କ’ଣ ଏସିଆର ନାଟୋ ?

ଋଷର ଏହି ମନୋଭାବ ମଧ୍ୟରେ ଅଷ୍ଟ୍ରେଲିଆରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଜୋ ହାଂକି ଖୋଲାଖୋଲି କହିଛନ୍ତି ଯେ, ଅକ୍ସ ଏସିଆରେ ଚୀନ୍ ଓ ଋଷ ପ୍ରଭାବକୁ କ୍ଷୁର୍ଣ୍ଣ କରିବ । ଏହି ବୟାନ ପରେ ଋଷ ସୁରକ୍ଷା ପରିଷଦ ସଚିବ ନିକୋଲାଇ ପତ୍ରୁଶେଭ୍ ଅକ୍ସ ଏସିଆର ନାଟୋ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଆମେରିକା ଏହି ମେଣ୍ଟରେ ଅନ୍ୟ ଦେଶଙ୍କୁ ସାମିଲ କରିବାକୁ ଚାହିଁବ ଯେମିତି ତୀନ୍ ଓ ଋଷ ବିରୋଧୀ ନୀତିକୁ ଆଗାକୁ ବଢାଯିବ ।

ଋଷ କେବଳ ଭାରତକୁ ପରମାଣୁ ବୁଡ଼ା ଜାହଜ ଦେଇଛି

ଏସିଆ ଟାଇମ୍ସ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ଋଷ କେବଳ ଭାରତକୁ ପରମାଣୁ ସବମେରିନ୍ ଦେଇଛି । ଋଷ କେବେ ମଧ୍ୟ କାହାରି ସହିତ ନିଜ ପରମାଣୁ ସବମେରିନ୍ ଟେକନିକ୍ ବାଣ୍ଟିନାହିଁ । ପରମାଣୁ ସବମେରିନ୍ ଟେକନିକ୍ ମାମଲାରେ ଋଷ ଆମେରିକାଠାରୁ ମଧ୍ୟ ଆଗରେ ରହିଛି । ଋଷ ଏପର୍ଯ୍ୟନ୍ତ କେବଳ ଭାରତକୁ ନିଜ ପରମାଣୁ ସବମେରିନ୍ ଲିଜରେ ଦେଇଛି । ଭାରତୀୟ ନୌସେନା ୧୯୮୭ ମସିହାରୁ ଏହାକୁ ବ୍ୟବହାର କରୁଛି । ଯଦି ଋଷ ନିଜ ପରମାଣୁ ଟେକ୍ନୋଲୋଜି ବିକ୍ରି କରେ ତେବେ ଅନେକ ଦେଶ ଏହାକୁ କିଣିବାକୁ ଚାହିଁବେ ।

ଚୀନକୁ ପରମାଣୁ ସବମେରିନ ମିଳିଲେ ଭାରତର ଚିନ୍ତା ବଢିବ

ବିଶେଷଜ୍ଞଙ୍କ ଅନୁସାରେ ଚୀନ୍ ଓ ଋଷ ମଧ୍ୟରେ ନୌସୈନିକ ସହଯୋଗ ବଢୁଛିଯଦି ମସ୍କୋ, ୱାସିଂଟନର ପ୍ରଭାବକୁ ପ୍ରତିହତ କରିବାକୁ ପରମାଣୁ ବୁଡ଼ା ଜାହଜ ଦିଏ ତେବେ ଏହା ଭାରତ ପାଇଁ ବିପଜ୍ଜନକ ହେବ । କାରଣ ସାମରିକ ମାମଲାରେ ଭାରତ କେବଳ ପରମାଣୁ ବୁଡ଼ା ଜାହଜ ମାମଲାରେ ଚୀନଠାରୁ ଆଗରେ ଅଛି । ଚୀନକୁ ଯଦି ପରମାଣୁ ସବମେରିନ୍ ମିଳେ ତେବେ ଏହାର ଶକ୍ତି ଅନେକ ଗୁଣ ବଢିଯିବକାରଣ ଏହାର ପରମାଣୁ ଅସ୍ତ୍ର ବିଶ୍ୱର ଯେକୌଣସି ସ୍ଥାନରେ ପହଂଚି ପାରିବ ।

asian times reportaustralia and briatinax military agreementChinaFormer US Ambassador in Australia Joe Hunkindia and russia relationsIndia china navyindian navyindian navy and chines navyindian oceanNuclear submarinenuclear submarine techniquepacific oceanrussiarussia can give nuclear submarine to chinaUnited statesଅକ୍ସ ସାମରିକ ଚୁକ୍ତିଅଷ୍ଟ୍ରେଲିଆ ଓ ବ୍ରିଟେନ୍ଆମେରିକା ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେଋଷ ଚୀନକୁ ପରମାଣୁ ବୁଡ଼ା ଜାହଜ ଦେଇପାରେଏସିଆ ଟାଇମ୍ସ ରିପୋର୍ଟପରମାଣୁ ବୁଡ଼ାଜାହଜପୂର୍ବତନ ରାଷ୍ଟ୍ରଦୂତ ଜୋ ହାଂକିଭାରତ ପାଇଁ ବିପଜ୍ଜନକଭାରତୀୟ ନୌସେନାସବମେରିନ୍ ଟେକନିକ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami