ଏକ ହଜାର କୋଟି ବର୍ଷ ପରେ ଆମ ସୂର୍ଯ୍ୟର ହେବ ମୃତ୍ୟୁ, ସେତେବେଳେ ମାନବ ପ୍ରଜାତି କେଉଁଠି ଥିବ ?

ସୂର୍ଯ୍ୟ ଯଦି ନରହିବ ତେବେ କ’ଣ ହେବ ? ନିଶ୍ଚିତ ରୂପେ ବିନା ସୂର୍ଯ୍ୟରେ ପୃଥିବୀରେ ଜୀବନ ଅସମ୍ଭବ ହୋଇଯିବ । ତେବେ ପ୍ରଶ୍ନ ହେଉଛି ଯେତେବେଳେ ସୂର୍ଯ୍ୟ ରହିବ ନାହିଁ ସେତେବେଳେ ମାନବ ପ୍ରଜାତି କେଉଁଠି ଥିବ ? ମାନବ ତା’ ପାଇଁ ଆଉ ଗୋଟିଏ ସୌର ମଣ୍ଡଳରେ ଆଉ ଗୋଟିଏ ପୃଥିବୀ ଖୋଜି ନେଇଥିବ କି ?

ବୈଜ୍ଞାନିକଙ୍କ ଅନୁସାରେ ଆଜିଠାରୁ ଏକ ହଜାର କୋଟି ବର୍ଷ ପରେ ଆମ ସୌର ମଣ୍ଡଳର କେନ୍ଦ୍ର ସୂର୍ଯ୍ୟର ମୃତ୍ୟୁ ହେବ । ଅର୍ଥାତ ସୂର୍ଯ୍ୟର ମୃତ୍ୟୁ ବେଳକୁ ତାକୁ ପାଖାପାଖି ୧୪୬୦ କୋଟି ବର୍ଷ ହୋଇଥିବ ।

ପ୍ରଥମେ ବୈଜ୍ଞାନିକ ଭାବୁଥିଲେଯେ ସୂର୍ଯ୍ୟର ବିନାଶ ହେବାମାତ୍ରେ ସୌରମଣ୍ଡଳ ଏକ ନେବୁଲାରେ ପରିଣତ ହୋଇଯିବ । ଯେଉଁଥିରେ ସମସ୍ତ ଗ୍ରହ ଗ୍ୟାସରେ ବଦଳିଯିବ । କିନ୍ତୁ ଅଧ୍ୟୟନ ପରେ ସାମ୍ନାକୁ ଆସିଛି କିଛି ଭିନ୍ନ କାରଣ । ଅଧ୍ୟୟନରେ ଜଣାପଡ଼ିଛି ଯେ ଏହା ଖୁବ୍ ଭୟଙ୍କର ହେବ । ସୂର୍ଯ୍ୟର ବୟସ ପ୍ରାୟ ୪୬୦ କୋଟି ବର୍ଷ । ପ୍ରାୟ ଏହି ସମୟରେ ସୌରମଣ୍ଡଳର ଅନ୍ୟ ସମସ୍ତ ଗ୍ରହ ସୃଷ୍ଟି ହୋଇଥିଲେ । ସମସ୍ତ ଗ୍ରହ ଏବଂ ସୂର୍ଯ୍ୟକୁ ନେଇ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ସୂର୍ଯ୍ୟ ଆଗାମୀ ୧ ହଜାର କୋଟି ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବ । ଏହାର ଅନ୍ତ ହେବା ସହିତ ଏକାଧିକ ପ୍ରତିକ୍ରିୟା ଘଟିବ । ଆଗାମୀ ୫ ଶହ କୋଟି ବର୍ଷରେ ଏହି ପ୍ରକ୍ରିୟା ଧୀରେଧୀରେ ଆରମ୍ଭ ହୋଇଯିବ । ଅନ୍ତ ସମୟରେ ସୂର୍ଯ୍ୟ ଏକ ରେଡ୍ ଜ୍ୟାଣ୍ଟରୁ ହ୍ୱାଇଟ୍ ଡ୍ୱାର୍ଫରେ ପରିଣତ ହେବ । ସୂର୍ଯ୍ୟର ଉଷ୍ଣତା କମିଯିବ ଏବଂ ତାହାର ବାହାର ସ୍ତର ଥଣ୍ଡା ହେବା ଆରମ୍ଭ କରିବ । ଏହା ସହିତ ଏହା ମଙ୍ଗଳ କକ୍ଷରେ ପହଞ୍ଚିବ । ଏହି ପ୍ରକ୍ରିୟାରେ ପୃଥିବୀ ଉପରେ ଏକ ବିରାଟ ଧରଣର ପ୍ରଭାବ ପଡ଼ିବ । ସୂର୍ଯ୍ୟ ଥଣ୍ଡା ହେବା ଆରମ୍ଭ କରିବା ମାତ୍ରେ ପୃଥିବୀରେ ଜୀବନ ଶେଷ ହେବାକୁ ଲାଗିବ । ମ୍ୟାଗ୍ନେଟିକ ଫିଲ୍ଡ୍ ର ଅନ୍ତ ଘଟିବ । ମାଧ୍ୟକର୍ଷଣ ଶକ୍ତି କାମ କରିବା ବନ୍ଦ କରିଦେବ । ଏଭଳି ସ୍ଥିତିରେ ଜୀବନର ପରିକଳ୍ପନା କରିବା ଅସମ୍ଭବ । କିନ୍ତୁ ଏ ସବୁ ଦେଖିବା ପାଇଁ ମଣିଷ ନଥିବ । ଗବେଷଣା ମୁତାବକ ଆଗାମୀ ୧୦୦ କୋଟି ବର୍ଷ ମଧ୍ୟରେ ମଣିଷ ପ୍ରଜାତିର ଅନ୍ତ ଘଟିବ ।

ଅନ୍ୟପଟେ ସୂର୍ଯ୍ୟର ବଢ଼ୁଥିବା ତାପମାତ୍ରା ପୃଥିବୀ ଉପରେ ଏକ ବଡ଼ ଧରଣର ପ୍ରଭାବ ପକାଇବ । ପୃଥିବୀ ଏତେ ଉତ୍ତପ୍ତ ହୋଇଯିବଯେ ବଞ୍ଚିବା କଷ୍ଟ ହୋଇପଡ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସମୟରେ ଆପଣ ନିହାତି ଭାବରେ ଅନୁଭବ କରୁଥିବେ । ପୃଥିବୀର ତାପମାତ୍ରା ବଢ଼ିବାରେ ଲାଗିଛି ଏବଂ ପ୍ରଭାବ ମଧ୍ୟ ଏବେଠାରୁ ଅନୁଭବ ହେଲାଣି ।

୨୦୧୮ରେ ହୋଇଥିବା ଗବେଷଣାରେ କମ୍ପ୍ୟୁଟର ମଡେଲର ବ୍ୟବହାର ହୋଇଥିଲା । ଗବେଷଣା ଅନୁସାରେ ୯୦ ପ୍ରତିଶତ ତାରାଙ୍କ ସହିତ ଏହା ଘଟିଛି । ଏଗୁଡ଼ିକ ରେଡ୍ ଜ୍ୟାଣ୍ଟରୁ ହ୍ୱାଇଟ୍ ଡ୍ୱାର୍ଫରେ ପରିଣତ ହୋଇଛନ୍ତି । ମାଞ୍ଚଷ୍ଟରର ଏଷ୍ଟ୍ରୋଫିଜିସିଷ୍ଟ ଅଲବର୍ଟ ଜିଲ୍ସଟ୍ରାଙ୍କ କହିବା ହେଉଛି ଯେତେବେଳେ କୌଣସି ତାରା ରେଡ୍ ଜ୍ୟାଣ୍ଟରୁ ହ୍ୱାଇଟ୍ ଡ୍ୱାର୍ଫରେ ପରିଣତ ହୁଏ କୌଣସି ଏକ ବଡ଼ ଧରଣର ଘଟଣା ଘଟିଥାଏ । ଅଲବର୍ଟ ଏହା ମଧ୍ୟ କହିଛନ୍ତିଯେ, ତାରାର ଅନ୍ତ ଘଟିବା ଦ୍ୱାରା ପ୍ରଚୁର ଧୂଳି, ପଥର ଏବଂ ଗ୍ୟାସ୍ ଉତ୍ପନ୍ନ ହୁଏ । ଯାହା ତୀବ୍ର ବେଗରେ ଚାରିଆଡ଼େ ଖେଳିଯାଏ । ତେବେ ସୂର୍ଯ୍ୟକୁ ନେଇ ଅଧ୍ୟୟନ କରୁଥିବା ଟିମରେ ନିଜେ ଅଲବର୍ଟ ମଧ୍ୟ ଅନ୍ତର୍ଭୁକ୍ତ ।

ଅଲବର୍ଟ କହିଛନ୍ତିଯେ, ଯେତେବେଳେ ସୂର୍ଯ୍ୟର ଅନ୍ତ ଘଟିବ ସେଥିରୁ ଉତ୍ପନ୍ନ ହେବାକୁ ଥିବା ଗ୍ୟାସ୍ ଏବଂ ପଥର ୧୦ ହଜାର ବର୍ଷ ପର୍ଯ୍ୟନ୍ତ ମହାକାଶରେ ଭାସିବ । ଯାହା ମହାକାଶରେ ଖୁବ କମ୍ ସମୟ । ଏହି କାରଣରୁ ନେବୁଲା ସୃଷ୍ଟି ହେବ । ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଦେଖାଦେବ ।

ସୂର୍ଯ୍ୟର ଅନ୍ତକୁ ମଣିଷ ଦେଖି ପାରିବ କି ?

ଏକ ହଜାର କୋଟି ବର୍ଷ ପରେ ଯେତେବେଳେ ସୂର୍ଯ୍ୟର ଅନ୍ତ ଘଟିବ ସେତେବେଳେ ମଣିଶ କେଉଁଠି ଥିବ ? ମାନବ କ’ଣ ସୂର୍ଯ୍ୟର ଅନ୍ତକୁ ଦେଖି ପାରିବ ? ଏହାର ଦୁଇଟି ଉତ୍ତର ରହିଛି । ହୁଏତ ଏକ ଶହ କୋଟି ବର୍ଷ ପରେ ମାନବ ପ୍ରଜାତିର ଅନ୍ତ ଘଟିଯିବ । ଅର୍ଥାତ ସୂର୍ଯ୍ୟ ମୃତ୍ୟୁର ୯ଶହ କୋଟି ବର୍ଷ ପୂର୍ବରୁ ପୃଥିବୀରୁ ମାନବ ପ୍ରଜାତିର ଲୋପ ଘଟିଥିବ । ଯାହାର ଅର୍ଥ ହେଲା ମାନବ ସୂର୍ଯ୍ୟର ମୃତ୍ୟୁକୁ ଦେଖି ପାରିବ ନାହିଁ । କିନ୍ତୁ ଯଦି ବିଜ୍ଞାନ ଆମ ଜାଣିବାଠାରୁ ଅଧିକ ପ୍ରଗତି କରିଥିବ ତେବେ ହୁଏତ ମାନବ ଅନ୍ୟ କୌଣସି ସୌର ମଣ୍ଡଳରେ ନିଜ ପାଇଁ ନୂଆ ଗ୍ରହ ଖୋଜି ନେଇଥିବ । ଆଉ ସେଠାରୁ ହୁଏତ ମାନବ ନିଜ ପୁରୁଣା ସୂର୍ଯ୍ୟର ମୃତ୍ୟୁକୁ ଦେଖି ଶୋକ ପ୍ରକଟ କରିବ ।

Albert Zillstra astrophysicist in Manchesterearths temperature increasinghuman racehuman race will endmagnetic fieldred giant to white dwarfscientistssolar systemsunSun is 460 billion years oldsun will diewhite dwarfପୃଥିବୀର ତାପମାତ୍ରାବୈଜ୍ଞାନିକଙ୍କ ଅନୁସାରେମଣିଷ ପ୍ରଜାତିର ଅନ୍ତମାଞ୍ଚଷ୍ଟରର ଏଷ୍ଟ୍ରୋଫିଜିସିଷ୍ଟ ଅଲବର୍ଟ ଜିଲ୍ସଟ୍ରାମାନବ ପ୍ରଜାତିମ୍ୟାଗ୍ନେଟିକ ଫିଲ୍ଡ୍ରେଡ୍ ଜ୍ୟାଣ୍ଟରୁ ହ୍ୱାଇଟ୍ ଡ୍ୱାର୍ଫସୂର୍ଯ୍ୟସୂର୍ଯ୍ୟର ଅନ୍ତ ଘଟିବସୂର୍ଯ୍ୟର ବଢ଼ୁଥିବା ତାପମାତ୍ରାସୂର୍ଯ୍ୟର ବୟସ ପ୍ରାୟ ୪୬୦ କୋଟି ବର୍ଷସୂର୍ଯ୍ୟର ହେବ ମୃତ୍ୟୁସୌର ମଣ୍ଡଳ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami