ଯାତ୍ରୀବାହି ବିମାନର ରଙ୍ଗ କାହିଁକି ଧଳା ହୋଇଥାଏ ? ଜାଣନ୍ତୁ କାରଣ

ଯେତେବେଳେ ବି ଆପଣ କୌଣସି ପାସେଞ୍ଜର ପ୍ଲେନରେ ବସିଥିବେ ଆପଣଙ୍କ ମନକୁ ଗୋଟିଏ ପ୍ରଶ୍ନ ଆସିଥିବା ଯେ, ସବୁ ଯାତ୍ରୀବାହି ବିମାନର ରଙ୍ଗ କାହିଁକି ଧଳା ହୋଇଥାଏ ? ଆପଣ କେବେ ମଧ୍ୟ କୌଣସି ବି ଏୟାରଲାଇନ୍ସର ଯାତ୍ରୀବାହି ବିମାନକୁ ଅଲଗା ରଙ୍ଗରେ ଦେଖିନଥିବେ । ତେଣୁ ଏହି ପ୍ରଶ୍ନ ମନକୁ ଆସିବା ସ୍ୱଭାବିକ ଯେ, କ’ଣ ପାଇଁ କୌଣସି ଏୟାରଲାଇନ୍ସ ଅଲଗା ରଙ୍ଗର ବିମାନ ବ୍ୟବହାର କରନ୍ତି ନାହିଁ । ଆସନ୍ତୁ ଜାଣିବା ଏହାର ଉତ୍ତର ।

ଗୋଟିଏ ସମୟରେ ବିମାନର ରଙ୍ଗ ଥିଲା କଳା

ଏବେ ଆପଣ ଯେଉଁ ପାସେଞ୍ଜର ପ୍ଲେନକୁ ଧଳା ରଙ୍ଗରେ ଦେଖୁଛନ୍ତି ଗୋଟିଏ ସମୟରେ ତାହାର ରଙ୍ଗ କଳା ଥିଲାଧଳା ରଙ୍ଗର ପାସେଞ୍ଜର ପ୍ଲେନ୍ ସେତେବେଳ ଅସାଧାରଣ ଥିଲା । ବିମାନ ଚଳାଚଳ ଆରମ୍ଭ କାଳରେ ପାନ୍ ଆମେରିକାନ ଭଳି ଏୟାରଲାଇନ୍ସ କଳା ରଙ୍ଗର ବିମାନ ଉଡାଉଥିଲେ ।

ଏଥିପାଇଁ ବଛା ଯାଇଥିଲା ମେଟାଲ ପ୍ଲେନ୍

ଧଳା ପ୍ଲେନ୍ ସ୍ଥାନରେ କଳା ରଙ୍ଗର ମେଟାଲ ପ୍ଲେନକୁ କାହିଁକି ବଛାଯାଇଥିଲା ? ଏହାର ଉତ୍ତର ହେଉଛି ଯେ, ରଙ୍ଗ କରାଯାଇଥିବା କୌଣସି ପ୍ଲେନର କିଛି ଭାଙ୍ଗିଗଲେ କିମ୍ବା କ୍ରାକ୍ ଆସିଲେ ତାହା ସହଜରେ ନଜର ଆସିବ ନାହିଁ । କିନ୍ତୁ ମେଟାଲ ପ୍ଲେନର ଅନବୋର୍ଡରେ କୌଣସି ସମସ୍ୟା ଆସିଲେ ତାକୁ ଜାଣିବା ଓ ଠିକ୍ କରିବା ସହଜ ହେବ । ତେବେ ଏହି କଳା ରଙ୍ଗର ପ୍ଲେନକୁ କିଛି ଦିନ ପରେ ବାହାର କରିଦିଆଯାଇଥିଲା । ଏଗୁଡିକ ସ୍ଥାନରେ ଧଳା ରଙ୍ଗର ପ୍ଲେନକୁ ଅଣା ଯାଇଥଇଲା । ଏହା ସହିତ ଧଳା ରଙ୍ଗ ତୁଳନାରେ କଳା ରଙ୍ଗ କରିବା ଅଧିକ ଖର୍ଚ୍ଚ ବହୁଳ ଥିଲା ।

ସୂର୍ଯ୍ୟ କିରଣରେ ସଫା ଦେଖାଯାଏ

ମେଟାଲ ପ୍ଲେନକୁ କଳା ରଙ୍ଗ କରିବା ଦ୍ୱାରା କେବଳ ଖର୍ଚ୍ଚ ବଢୁନଥିଲା ଆହୁରି ମଧ୍ୟ ଏହାର ଓଜନ ବଢୁଥିଲା । ବୋଇଁ ୭୪୭ ଭଳି ପ୍ଲେନକୁ କଳା ରଙ୍ଗ କରିବା ଦ୍ୱାରା ଅନେକ କିଲୋ ରଙ୍ଗ ଖର୍ଚ୍ଚ ହେଉଥିଲା । ଏହା ସହିତ ଏହାର ଓଜନରେ ୨୫୦ କିଲୋଗ୍ରାମ ବୃଦ୍ଧି ଘଟୁଥିଲା । ବିମାନ କମ୍ପାନୀ ଏହା ଭାବିଲେ ଯେ, ରଙ୍ଗ କଳା ହେଲେ ଓଜନ ବଢୁଛି । ଏହା ସହିତ ଧଳା ରଙ୍ଗ ସୂର୍ଯ୍ୟ କିରଣକୁ ସଠିକ ଭାବେ ରିଫ୍ଲେଟ୍ କରିଥାଏ ଓ ବିମାନର ବୟସ ମଧ୍ୟ ବଢାଇଥାଏ । ଅନ୍ୟ ରଙ୍ଗ ଶୀଘ୍ର ଫିକା ପଡୁଥଇବା ବେଳେ ଧଳା ରଙ୍ଗ ସହଜରେ ଉଡେ ନାହିଁ ।

କିଛି ରଙ୍ଗୀନ ବିମାନ

ତେବେ ଏମିତି ନୁହେଁ ଯେ, ସବୁ ଏୟାର ଲାଇନ୍ସ ଧଳା ରଙ୍ଗର ବିମାନ ବ୍ୟବହାର କରନ୍ତି । ଏଠି ନେଦରଲ୍ୟାଣ୍ଡର କେଏଲଏମ ନ୍ୟାସନାଲ ଏୟାର ଲାଇନ୍ସକୁ ଉଦାହରଣ ଭାବେ ନିଆଯାଇପାରେ । ଏହାର ବିମାନର ଉପରେ ହାଲୁକ ନାରଙ୍ଗୀ ରଙ୍ଗ ରହିଥାଏ । ଏହା ସହିତ ସାଉଥ ୱେଷ୍ଟ୍ ଏୟାର ଲାଇନ୍, ଯାହାକି ଦୁନିଆର ସବୁଠାରୁ ଶସ୍ତା ଏୟାରଲାଇନ୍ସ ଭାବେ ପରିଚିତ, ତା’ର ବିମାନକୁ ସୁନେଲି, ନୀଳ ଓ କଳା ରଙ୍ଗରେ ରଙ୍ଗେଇ ଥାଏ ।

aeroplanesairlines passenger planeairplaneboeing 747color of the passenger planemetal plane onboardnetherland KLM national airlinespan america airlinespassenger planesouth west airlinewhite colour planeଏୟାରଲାଇନ୍ସର ଯାତ୍ରୀବାହି ବିମାନଧଳା ରଙ୍ଗର ପ୍ଲେନନେଦରଲ୍ୟାଣ୍ଡର କେଏଲଏମ ନ୍ୟାସନାଲ ଏୟାର ଲାଇନ୍ସପାନ୍ ଆମେରିକାନପାସେଞ୍ଜର ପ୍ଲେନବୋଇଁ ୭୪୭ମେଟାଲ ପ୍ଲେନର ଅନବୋର୍ଡଯାତ୍ରୀବାହି ବିମାନର ରଙ୍ଗସାଉଥ ୱେଷ୍ଟ୍ ଏୟାର ଲାଇ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami