ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବା ପୂର୍ବରୁ କ୍ରେଡିଟ୍ ଓ ଡେବିଟ୍ କାର୍ଡ୍ ମଧ୍ୟରେ ଫରକ କ’ଣ ବୁଝାନ୍ତୁ

କ୍ରେଡିଟ୍ କାର୍ଡ୍ ବର୍ତ୍ତମାନ ସମୟର ଏକ ଆବଶ୍ୟକତା ପାଲଟି ଯାଇଛି୩୦ରୁ ୪୫ ଦିନ ପର୍ଯ୍ୟନ୍ତ କ୍ରେଡିଟ୍ ଲାଇନ୍ ମିଳିଥାଏ । ଅର୍ଥାତ ଆପଣଙ୍କ ପାଖରେ ଯଦି ବର୍ତ୍ତମାନ ଟଙ୍କା ନାହିଁ ତେବେ କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରି ପରେ ଶୁଝି ପାରିବେ । କିନ୍ତୁ ସମସ୍ୟା ହେଉଛି ଯଦି କ୍ରେଡିଟ୍ କାର୍ଡକୁ ଠିକ୍ ଭାବେ ବ୍ୟବହାର କରାନଯାଏ ତେବେ ଏହା ବୋଝ ପାଲଟିଯାଏ । ଅନେକ ଅଭିଭାବକ ଦୁରରେ ରହୁଥିବା ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବାକୁ ପସନ୍ଦ କରନ୍ତି । କାରଣ ଏହା ଦ୍ୱାରା ସବୁବେଳେ ପିଲାଙ୍କ ପାଖକୁ ଟଙ୍କା ପଠାଇବାର ଝଂଜଟ୍ ନଥାଏ । ଏହା ସହିତ ଦୁରରେ ରହୁଥିବା ପିଲା ମଧ୍ୟ ଜରୁରୀକାଳିନ ପରିସ୍ଥିତିରେ ଟଙ୍କା ଖର୍ଚ୍ଚ କରିପାରିବେ । ତେବେ ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବା ପୂର୍ବରୁ ଅଭିଭାବକଙ୍କ କର୍ତ୍ତବ୍ୟ ହେଉଛି ସେମାନଙ୍କୁ ଡେବିଟ୍ କାର୍ଡ୍ ଓ କ୍ରେଡିଟ୍ କାର୍ଡ୍ ମଧ୍ୟରେ ଫରକ କ’ଣ । ଏମିତି ନହେଲେ ପିଲା କ୍ରେଡିଟ୍ କାର୍ଡକୁ ଡେବିଟ୍ କାର୍ଡ୍ ଭାବି ଖର୍ଚ୍ଚ କରି ଚାଲିବେ ଓ ଅଭିଭାବକଙ୍କୁ ଖର୍ଚ୍ଚ ଉପରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ ପଡି ପାରେ ।

ଆମ ଭିତରୁ କିଛି ନିଜ ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେଇଥାଉ । ଏମିତିରେ ପିଲାଙ୍କୁ ଯଦି କ୍ରେଡିଟ୍ କାର୍ଡ ଆପଣ ମଧ୍ୟ ଦେଉଛନ୍ତି, ତେବେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ସେମାନଙ୍କୁ କ୍ରେଡିଟ୍ କାର୍ଡ କେମିତି ବ୍ୟବହାର କରାଯିବ ସେନେଇ ଶିକ୍ଷା ଦିଅନ୍ତୁ

କ୍ରେଡିଟ୍ ଲିମିଟ୍

ଆଡ୍ ଅନ୍ କ୍ରେଡିଟ୍ କାର୍ଡ ସହ ପ୍ରାଇମେରି କ୍ରେଡିଟ୍ କାର୍ଡର କ୍ରେଡିଟ୍ ଲିମିଟ୍ ଶେୟାର ହୋଇଥାଏ । ନିଜ ପିଲାଙ୍କୁ କ୍ରେଡିଟ୍ ଲିମିଟ୍ କଣ ତାହା ବୁଝାନ୍ତୁ । କାର୍ଡର ଖର୍ଚ୍ଚ କଣ ପାଇଁ କ୍ରେଡିଟ୍ ଲିମିଟ୍ ଭିତରେ ରହିବା ଆବଶ୍ୟକ ତାହା ସେମାନଙ୍କୁ ବୁଝାନ୍ତୁ । ସେମାନଙ୍କୁ ବୁଝାନ୍ତୁ ଯେ, କେବେ ମଧ୍ୟ ଯେମିତି ଦୁଇଟି କାର୍ଡର (ପ୍ରାଇମେରି ଓ ଆଡ୍ ଅନ୍) ମୋଟ୍ ଖର୍ଚ୍ଚ କ୍ରେଡିଟ୍ ଲିମିଟର ୩୦ ପ୍ରତିଶତରୁ ଅଧିକ ହେବ ନାହିଁ । କାରଣ ୩୦ ପ୍ରତିଶତରୁ ଅଧିକ ହେଲେ ଆପଣଙ୍କ କ୍ରେଡିଟ୍ ରେଟିଂ ପ୍ରଭାବିତ ହେବ । ସେମାନଙ୍କୁ ମାସିକ ଖର୍ଚ୍ଚର ଲିମିଟ୍ ସେଟ୍ କରିବାକୁ କୁହନ୍ତୁ ଓ ସେହି ଲିମିଟ୍ ମଧ୍ୟରେ ରହିବାକୁ ସବୁବେଳେ ପରାମର୍ଶ ଦିଅନ୍ତୁ ।

କ୍ରେଡି୍ଟ୍ କାର୍ଡ୍ ଷ୍ଟେଟମେଣ୍ଟ୍: ବିଲ୍ ଜେନେରେସନ୍ ଡେଟ୍, ଡିୟୁ ଡେଟ୍ ଓ ମିନିମମ୍ ଡିୟୁ

ନିଜ ପିଲାଙ୍କୁ କ୍ରେଡିଟ୍ କାର୍ଡ ଷ୍ଟେଟମେଣ୍ଟ୍ ପଢିବା ଶିଖାନ୍ତୁ । ସେମାନଙ୍କୁ ବିଲ୍ ଜେନେରେସନ୍ ଡେଟ୍, ଡିୟୁ ଡେଟ୍ ଓ ମିନିମମ୍ ଡିୟୁ କଣ ବୁଝାନ୍ତୁ । ଏହା ସହ ସେମାନଙ୍କୁ ଏହା ମଧ୍ୟ ବୁଝାନ୍ତୁ ଯେ, ଅତିରିକ୍ତ ସୁଧ ଓ ଲେଟ୍ ପେମେଣ୍ଟ ଚାର୍ଜେସରୁ ବଂଚିବା ପାଇଁ ଠିକ୍ ସମୟରେ ଅର୍ଥାତ ଡିୟୁ ଡେଟରେ ପେମେଣ୍ଟ କରିବା କାହିଁକି ଜରୁରୀ । କେବଳ ମିନିମମ୍ ଡିୟୁ ଟୋଟାଲ ଆଉଟଷ୍ଟାଣ୍ଡିଂ ବିଲ୍ ଆମାଉଣ୍ଟର ଅଂଶ ହୋଇଥାଏ । ମିନିମମ୍ ଡିୟୁ ଦେଲେ ଆପଣଙ୍କ ଉପରେ ଲେଟ୍ ପେମେଣ୍ଟ୍ ଫିସ୍ ଚାର୍ଜ୍ ହୋଇନଥାଏ କିନ୍ତୁ ଆଉଟଷ୍ଟାଣ୍ଡିଂ ବାଲାନ୍ସ ଉପରେ ସୁଧ ଲାଗିଥାଏ

କାର୍ଡର ସୁରକ୍ଷା

କ୍ରେ଼ଡିଟ୍ କାର୍ଡର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହନ୍ତୁ । କାରଣ ଅନଲାଇନ୍ ଠକେଇ ଦ୍ୱାରା କାର୍ଡରୁ ଟଙ୍କା ଚୋରି ହେବା ନିତି ଦିନିଆ ଘଟଣା ହୋଇ ଗଲାଣି । ନିଜ ପିଲାଙ୍କୁ କାର୍ଡ ସୁରକ୍ଷାର ମୌଳିକ ନିୟମ କଥା ବୁଝାନ୍ତୁ । କାର୍ଡ ପିନ୍, ସିଭିଭି କେବେ ମଧ୍ୟ କାହାରି ସହିତ ସେୟାର ନକରିବାକୁ କୁହନ୍ତୁସେମାନଙ୍କୁ ନିୟମିତ ପିନ୍ ଅପଡେଟ୍ କରିବାକୁ କୁହନ୍ତୁ । ଠକେଇର ବିଭିନ୍ନ ଉପାୟ ଯେମିତି, କାର୍ଡ୍ କ୍ଲୋନିଂ, ସ୍କିମିଂ ବାବଦରେ ବୁଝାନ୍ତୁ

ଠିକ୍ ସମୟରେ ରିପେମେଣ୍ଟ୍

ଠିକ୍ ସମୟରେ କାର୍ଡର ଥିବା ବକେୟା ରାଶି ପେମେଣ୍ଟ୍ ନକଲେ ଅଧିକ ସୁଧ ଲାଗିଥାଏ । ବ୍ୟାଙ୍କ ଅନୁସାରେ ଏହି ସୁଧ ମାସିକ ୩ରୁ ୪ ପ୍ରତିଶତ ହୋଇଥାଏ । ଅର୍ଥାତ ଆପଣଙ୍କୁ ବାର୍ଷିକ ୪୮ ପ୍ରତିଶତ ସୁଧ ଦେବାକୁ ପଡିବ । ତେଣୁ ପିଲାଙ୍କୁ ମୁଳରୁ ବୁଝାଇ ଦିଅନ୍ତୁ ଯେ, ସମୟ ପୂର୍ବରୁ ପେମେଣ୍ଟ ନକଲେ ସେମାନଙ୍କୁ ଅଧିକ ସୁଧ ଦେବାକୁ ପଡିବ

କ୍ରେଡିଟ୍ କାର୍ଡରେ କ୍ୟାସ ଉଠାଇବା

ପିଲାଙ୍କୁ କ୍ରେ଼ଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ମଧ୍ୟରେ ଅନ୍ତର ବୁଝାନ୍ତୁ । ଡେବିଟ୍ କାର୍ଡରେ ଆପଣ ଏଟିଏମରୁ ନିଜ ଟଙ୍କା ଉଠାନ୍ତି । କିନ୍ତୁ କ୍ରେଡିଟ୍ କାର୍ଡରେ ଆପଣ ବ୍ୟାଙ୍କଠାରୁ ଉଧାର ନିଅନ୍ତି । ଏଟିଏମରୁ ଉଠା ଯାଇଥିବା ଟଙ୍କା କେତେ ଦିନରେ ଶୁଝା ଯିବା ତାକୁ ନେଇ ବିଭିନ୍ନ କଂପାନିର ଅଲଗା ନିୟମ ଅଛି । କ୍ରେଡିଟ କାର୍ଡରେ ଟଙ୍କା ଉଠାଇବା ଦିନଠାରୁ ହିଁ ସୁଧ ଚାର୍ଜ୍ ଆରମ୍ଭ ହୋଇଥାଏ । ତେଣୁ କ୍ରେଡିଟ୍ କାର୍ଡରେ ଟଙ୍କା ନଉଠାଇବାକୁ ପିଲାଙ୍କୁ ପ୍ରେରିତ କରନ୍ତୁ ।

bill generation datecard cloningcredit cardcredit card pincredit card protectioncredit card statementcredit limitcredit linecredit ratingcredit scoreCVVdifference between debit card and credit carddue datelate payment chargesminimum dueonline fraudଅନଲାଇନ୍ ଠକେଇକାର୍ଡ ପିନ୍କାର୍ଡ୍ କ୍ଲୋନିଂକ୍ରେଡିଟ୍ କାର୍ଡ ଷ୍ଟେଟମେଣ୍ଟ୍କ୍ରେ଼ଡିଟ୍ କାର୍ଡର ସୁରକ୍ଷାକ୍ରେଡିଟ୍ କାର୍ଡ୍କ୍ରେଡିଟ୍ ରେଟିଂକ୍ରେଡିଟ୍ ଲାଇନ୍କ୍ରେଡିଟ୍ ଲିମିଟ୍ଡିୟୁ ଡେଟ୍ ଓ ମିନିମମ୍ ଡିୟୁଡେବିଟ୍ କାର୍ଡ୍ ଓ କ୍ରେଡିଟ୍ କାର୍ଡ୍ ମଧ୍ୟରେ ଫରକ କ’ଣବିଲ୍ ଜେନେରେସନ୍ ଡେଟ୍ଲେଟ୍ ପେମେଣ୍ଟ ଚାର୍ଜେସସିଭିଭିସ୍କିମିଂ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami