ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବା ପୂର୍ବରୁ କ୍ରେଡିଟ୍ ଓ ଡେବିଟ୍ କାର୍ଡ୍ ମଧ୍ୟରେ ଫରକ କ’ଣ ବୁଝାନ୍ତୁ

Above Post Content

କ୍ରେଡିଟ୍ କାର୍ଡ୍ ବର୍ତ୍ତମାନ ସମୟର ଏକ ଆବଶ୍ୟକତା ପାଲଟି ଯାଇଛି୩୦ରୁ ୪୫ ଦିନ ପର୍ଯ୍ୟନ୍ତ କ୍ରେଡିଟ୍ ଲାଇନ୍ ମିଳିଥାଏ । ଅର୍ଥାତ ଆପଣଙ୍କ ପାଖରେ ଯଦି ବର୍ତ୍ତମାନ ଟଙ୍କା ନାହିଁ ତେବେ କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରି ପରେ ଶୁଝି ପାରିବେ । କିନ୍ତୁ ସମସ୍ୟା ହେଉଛି ଯଦି କ୍ରେଡିଟ୍ କାର୍ଡକୁ ଠିକ୍ ଭାବେ ବ୍ୟବହାର କରାନଯାଏ ତେବେ ଏହା ବୋଝ ପାଲଟିଯାଏ । ଅନେକ ଅଭିଭାବକ ଦୁରରେ ରହୁଥିବା ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବାକୁ ପସନ୍ଦ କରନ୍ତି । କାରଣ ଏହା ଦ୍ୱାରା ସବୁବେଳେ ପିଲାଙ୍କ ପାଖକୁ ଟଙ୍କା ପଠାଇବାର ଝଂଜଟ୍ ନଥାଏ । ଏହା ସହିତ ଦୁରରେ ରହୁଥିବା ପିଲା ମଧ୍ୟ ଜରୁରୀକାଳିନ ପରିସ୍ଥିତିରେ ଟଙ୍କା ଖର୍ଚ୍ଚ କରିପାରିବେ । ତେବେ ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବା ପୂର୍ବରୁ ଅଭିଭାବକଙ୍କ କର୍ତ୍ତବ୍ୟ ହେଉଛି ସେମାନଙ୍କୁ ଡେବିଟ୍ କାର୍ଡ୍ ଓ କ୍ରେଡିଟ୍ କାର୍ଡ୍ ମଧ୍ୟରେ ଫରକ କ’ଣ । ଏମିତି ନହେଲେ ପିଲା କ୍ରେଡିଟ୍ କାର୍ଡକୁ ଡେବିଟ୍ କାର୍ଡ୍ ଭାବି ଖର୍ଚ୍ଚ କରି ଚାଲିବେ ଓ ଅଭିଭାବକଙ୍କୁ ଖର୍ଚ୍ଚ ଉପରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ ପଡି ପାରେ ।

ଆମ ଭିତରୁ କିଛି ନିଜ ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେଇଥାଉ । ଏମିତିରେ ପିଲାଙ୍କୁ ଯଦି କ୍ରେଡିଟ୍ କାର୍ଡ ଆପଣ ମଧ୍ୟ ଦେଉଛନ୍ତି, ତେବେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ସେମାନଙ୍କୁ କ୍ରେଡିଟ୍ କାର୍ଡ କେମିତି ବ୍ୟବହାର କରାଯିବ ସେନେଇ ଶିକ୍ଷା ଦିଅନ୍ତୁ

After 2nd paragraph post ads

କ୍ରେଡିଟ୍ ଲିମିଟ୍

ଆଡ୍ ଅନ୍ କ୍ରେଡିଟ୍ କାର୍ଡ ସହ ପ୍ରାଇମେରି କ୍ରେଡିଟ୍ କାର୍ଡର କ୍ରେଡିଟ୍ ଲିମିଟ୍ ଶେୟାର ହୋଇଥାଏ । ନିଜ ପିଲାଙ୍କୁ କ୍ରେଡିଟ୍ ଲିମିଟ୍ କଣ ତାହା ବୁଝାନ୍ତୁ । କାର୍ଡର ଖର୍ଚ୍ଚ କଣ ପାଇଁ କ୍ରେଡିଟ୍ ଲିମିଟ୍ ଭିତରେ ରହିବା ଆବଶ୍ୟକ ତାହା ସେମାନଙ୍କୁ ବୁଝାନ୍ତୁ । ସେମାନଙ୍କୁ ବୁଝାନ୍ତୁ ଯେ, କେବେ ମଧ୍ୟ ଯେମିତି ଦୁଇଟି କାର୍ଡର (ପ୍ରାଇମେରି ଓ ଆଡ୍ ଅନ୍) ମୋଟ୍ ଖର୍ଚ୍ଚ କ୍ରେଡିଟ୍ ଲିମିଟର ୩୦ ପ୍ରତିଶତରୁ ଅଧିକ ହେବ ନାହିଁ । କାରଣ ୩୦ ପ୍ରତିଶତରୁ ଅଧିକ ହେଲେ ଆପଣଙ୍କ କ୍ରେଡିଟ୍ ରେଟିଂ ପ୍ରଭାବିତ ହେବ । ସେମାନଙ୍କୁ ମାସିକ ଖର୍ଚ୍ଚର ଲିମିଟ୍ ସେଟ୍ କରିବାକୁ କୁହନ୍ତୁ ଓ ସେହି ଲିମିଟ୍ ମଧ୍ୟରେ ରହିବାକୁ ସବୁବେଳେ ପରାମର୍ଶ ଦିଅନ୍ତୁ ।

କ୍ରେଡି୍ଟ୍ କାର୍ଡ୍ ଷ୍ଟେଟମେଣ୍ଟ୍: ବିଲ୍ ଜେନେରେସନ୍ ଡେଟ୍, ଡିୟୁ ଡେଟ୍ ଓ ମିନିମମ୍ ଡିୟୁ

ନିଜ ପିଲାଙ୍କୁ କ୍ରେଡିଟ୍ କାର୍ଡ ଷ୍ଟେଟମେଣ୍ଟ୍ ପଢିବା ଶିଖାନ୍ତୁ । ସେମାନଙ୍କୁ ବିଲ୍ ଜେନେରେସନ୍ ଡେଟ୍, ଡିୟୁ ଡେଟ୍ ଓ ମିନିମମ୍ ଡିୟୁ କଣ ବୁଝାନ୍ତୁ । ଏହା ସହ ସେମାନଙ୍କୁ ଏହା ମଧ୍ୟ ବୁଝାନ୍ତୁ ଯେ, ଅତିରିକ୍ତ ସୁଧ ଓ ଲେଟ୍ ପେମେଣ୍ଟ ଚାର୍ଜେସରୁ ବଂଚିବା ପାଇଁ ଠିକ୍ ସମୟରେ ଅର୍ଥାତ ଡିୟୁ ଡେଟରେ ପେମେଣ୍ଟ କରିବା କାହିଁକି ଜରୁରୀ । କେବଳ ମିନିମମ୍ ଡିୟୁ ଟୋଟାଲ ଆଉଟଷ୍ଟାଣ୍ଡିଂ ବିଲ୍ ଆମାଉଣ୍ଟର ଅଂଶ ହୋଇଥାଏ । ମିନିମମ୍ ଡିୟୁ ଦେଲେ ଆପଣଙ୍କ ଉପରେ ଲେଟ୍ ପେମେଣ୍ଟ୍ ଫିସ୍ ଚାର୍ଜ୍ ହୋଇନଥାଏ କିନ୍ତୁ ଆଉଟଷ୍ଟାଣ୍ଡିଂ ବାଲାନ୍ସ ଉପରେ ସୁଧ ଲାଗିଥାଏ

Middle post content

କାର୍ଡର ସୁରକ୍ଷା

କ୍ରେ଼ଡିଟ୍ କାର୍ଡର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହନ୍ତୁ । କାରଣ ଅନଲାଇନ୍ ଠକେଇ ଦ୍ୱାରା କାର୍ଡରୁ ଟଙ୍କା ଚୋରି ହେବା ନିତି ଦିନିଆ ଘଟଣା ହୋଇ ଗଲାଣି । ନିଜ ପିଲାଙ୍କୁ କାର୍ଡ ସୁରକ୍ଷାର ମୌଳିକ ନିୟମ କଥା ବୁଝାନ୍ତୁ । କାର୍ଡ ପିନ୍, ସିଭିଭି କେବେ ମଧ୍ୟ କାହାରି ସହିତ ସେୟାର ନକରିବାକୁ କୁହନ୍ତୁସେମାନଙ୍କୁ ନିୟମିତ ପିନ୍ ଅପଡେଟ୍ କରିବାକୁ କୁହନ୍ତୁ । ଠକେଇର ବିଭିନ୍ନ ଉପାୟ ଯେମିତି, କାର୍ଡ୍ କ୍ଲୋନିଂ, ସ୍କିମିଂ ବାବଦରେ ବୁଝାନ୍ତୁ

ଠିକ୍ ସମୟରେ ରିପେମେଣ୍ଟ୍

ଠିକ୍ ସମୟରେ କାର୍ଡର ଥିବା ବକେୟା ରାଶି ପେମେଣ୍ଟ୍ ନକଲେ ଅଧିକ ସୁଧ ଲାଗିଥାଏ । ବ୍ୟାଙ୍କ ଅନୁସାରେ ଏହି ସୁଧ ମାସିକ ୩ରୁ ୪ ପ୍ରତିଶତ ହୋଇଥାଏ । ଅର୍ଥାତ ଆପଣଙ୍କୁ ବାର୍ଷିକ ୪୮ ପ୍ରତିଶତ ସୁଧ ଦେବାକୁ ପଡିବ । ତେଣୁ ପିଲାଙ୍କୁ ମୁଳରୁ ବୁଝାଇ ଦିଅନ୍ତୁ ଯେ, ସମୟ ପୂର୍ବରୁ ପେମେଣ୍ଟ ନକଲେ ସେମାନଙ୍କୁ ଅଧିକ ସୁଧ ଦେବାକୁ ପଡିବ

କ୍ରେଡିଟ୍ କାର୍ଡରେ କ୍ୟାସ ଉଠାଇବା

ପିଲାଙ୍କୁ କ୍ରେ଼ଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ମଧ୍ୟରେ ଅନ୍ତର ବୁଝାନ୍ତୁ । ଡେବିଟ୍ କାର୍ଡରେ ଆପଣ ଏଟିଏମରୁ ନିଜ ଟଙ୍କା ଉଠାନ୍ତି । କିନ୍ତୁ କ୍ରେଡିଟ୍ କାର୍ଡରେ ଆପଣ ବ୍ୟାଙ୍କଠାରୁ ଉଧାର ନିଅନ୍ତି । ଏଟିଏମରୁ ଉଠା ଯାଇଥିବା ଟଙ୍କା କେତେ ଦିନରେ ଶୁଝା ଯିବା ତାକୁ ନେଇ ବିଭିନ୍ନ କଂପାନିର ଅଲଗା ନିୟମ ଅଛି । କ୍ରେଡିଟ କାର୍ଡରେ ଟଙ୍କା ଉଠାଇବା ଦିନଠାରୁ ହିଁ ସୁଧ ଚାର୍ଜ୍ ଆରମ୍ଭ ହୋଇଥାଏ । ତେଣୁ କ୍ରେଡିଟ୍ କାର୍ଡରେ ଟଙ୍କା ନଉଠାଇବାକୁ ପିଲାଙ୍କୁ ପ୍ରେରିତ କରନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami