୨୪ ଆଗରୁ ସେମିଫାଇନାଲ : ବାଜିରେ ବିଜେପି ପାଇଁ ଉତ୍ତର ପ୍ରଦେଶ, ପଂଜାବରେ କଂଗ୍ରେସର ପ୍ରତିଷ୍ଠା

୫ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନ ବିଗୁଲମୁଖ୍ୟ ନିର୍ବାଚନ କମିଶନ ଘୋଷଣା କଲେ ତାରିଖ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନଉତ୍ତରପ୍ରଦେଶ, ପଞ୍ଜାବ, ଗୋଆା, ଉତ୍ତରାଖଣ୍ଡ ଓ ମଣିପୁରରେ ଭୋଟର କରିବେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ପରେ ଏହି ୫ଟି ରାଜ୍ୟବାସୀ ପାଇବେ ନୂଆ ସରକାର

ଏହି ୫ ରାଜ୍ୟର ନିର୍ବାଚନକୁ ଆଗାମୀ ସାଧାରଣ ନିର୍ବାଚନ.ଯାହାକି ୨୦୨୪ରେ ହେବାକୁ ଯାଉଛି ତା’ର ଟ୍ରେଲର ବୋଲି କୁହାଯାଉଛି । ଉତ୍ତର ପ୍ରଦେଶ ଭଳି ରାଜ୍ୟରେ କ୍ଷମତା ବଜାୟ ରଖିବା ବିଜେପି ପାଇଁ ବଡ଼ ଚ୍ୟାଲେଂଜ୍ ହେବ । ଉତ୍ତର ପ୍ରଦେଶ ଯଦି ବିଜେପି ହାତରୁ ଖସେ ତେବେ ୨୦୨୪ ମୋଦି ଆଣ୍ଡ୍ କୋ’ଙ୍କ ପାଇଁ ସହଜ ହେବ ନାହିଁ । ସେହିଭଳି ପଂଜାବ ଯଦି କଂଗ୍ରେସ ହାତରୁ ଖସି ଯାଏ ତେବେ ଦେଶର ସବୁଠାରୁ ପୁରୁଣା ଦଳ ପାଇଁ ଅଣ୍ଟା ସଳଖିବା ମଧ୍ୟ କାଠିକର ପାଠ ହୋଇଯିବ । ପଂଜାବରେ ଯଦି କଂଗ୍ରେସ ମାଟି କାମୁଡେ ତେବେ ଏହାର ସବୁଦୋଷ ପ୍ରିୟଙ୍କା ଓ ରାହୁଲଙ୍କୁ ଦିଆଯିବ । କାରଣ ଏହି ଦୁଇ ଜଣ ହିଁ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ବିଦା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସିଦ୍ଧୁଙ୍କୁ ଯେମିତି ପ୍ରାଥମିକତା ଦେଇ ଫ୍ୟାମିଲିର ପୁରୁଣା ବିଶ୍ୱସ୍ତ କ୍ୟାପ୍ଟେନଙ୍କୁ ଗାନ୍ଧି ପରିବାର କ୍ଷମତାରୁ ବିଦା କରିଥିଲା-ସେହି ନିଷ୍ପତି ପାଇଁ ଆଗାମୀ ନିର୍ବାଚନ ହେବ ଲିଟମସ୍ ଟେଷ୍ଟ୍ । ଆଉ ଯଦି କଂଗ୍ରେସ ହାତରୁ ପଂଜାବ ଖସି ଆମ୍ ଆଦମୀ ପାର୍ଟି ହାତକୁ ଯାଏ ତେବେ ରାହୁଲଙ୍କ ନେତୃତ୍ୱରେ ମୋଦି ବିକଳ୍ପ ସ୍ୱପ୍ନ ମଧ୍ୟ ଭାଙ୍ଗି ଯିବ ।

ଯୋଗୀଙ୍କ ପାଇଁ ଅଗ୍ନୀପରିକ୍ଷା

ଉତ୍ତର ପ୍ରଦେଶର ଯାହା ସରକାର ସେହି ଦିଲ୍ଲୀ ଗାଦିର ଦାବିଦାର । ଏହାର କାରଣ ହେଉଛି ରାଜ୍ୟର ଆୟତନ ଓ ଲୋକସଭାରେ ସିଟ୍ ସଂଖ୍ୟା । ଉତ୍ତର ପ୍ରଦେଶ ହିଁ ବିଜେପିକୁ ଏକ ନମ୍ବର ଦଳ କରିଛି । ସେହି ଉତ୍ତର ପ୍ରଦେଶରେ ଏବେ ବିଜେପି ସରକାର । ପୁଣି ସେହି ଯୋଗୀ ରାଜ୍ୟ ଶାସନର ମଙ୍ଗ ଧରିଛନ୍ତି ଯାହାଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି । ଉତ୍ତର ପ୍ରଦେଶରେ ଶକ୍ତ ପ୍ରଦର୍ଶନ ଯୋଗୀଙ୍କ ଦିଲ୍ଲୀ ଗାଦି ଉପରେ ଦାବିକୁ ଅଧିକ ଦମଦାର କରିବ ଓ ମୋଦିଙ୍କୁ ରାଜନୈତିକ ଅକ୍ସିଜେନ୍ ଦେବ । କାରଣ କୃଷି ଆଇନ୍ ପ୍ରତ୍ୟାହର କରି ମୋଦି ବିରୋଧୀଙ୍କ ଆଗରେ ନତମସ୍ତକ ହୋଇଛନ୍ତି ବୋଲି କୁହାଯାଉଛି । ଉତ୍ତର ପ୍ରଦେଶରେ ବିଜୟ ମୋଦିଙ୍କୁ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସୁଯୋଗ ଦେବ ଓ ଏହା ସହିତ ୨୦୨୪ ନିର୍ବାଚନ ପାଇଁ ନୈତିକ ବଳ ଦେବ ।

୪୦୩ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ୨୦୧୭ରେ ବିଜେପି ମେଣ୍ଟ ଏନଡିଏ ୩୨୫ ଆସନରେ ଜିତି କ୍ଷମତାକୁ ଫେରିଥିଲା । ଯୋଗୀ ଆଦିତ୍ୟନାଥ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ ନିଷାଦ ପାର୍ଟି ସହ ବିଜେପି ୨୦୨୨ ନିର୍ବାଚନରେ ମୈଦାନକୁ ଓହ୍ଲାଇଛି । ୟୁପିରେ ଚୌକି ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ, ଅମିତ ଶାହ, ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତା ପୂରା ଦମ୍ ଲଗାଇ ଦେଇଛନ୍ତି । ସେପଟେ ଜାତିକୁ ନେଇ ଗଠନ ହୋଇଥିବା ଛୋଟ ଦଳଙ୍କୁ ସାଙ୍ଗରେ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି । ଯୋଗୀଙ୍କୁ ହଟାଇବାକୁ ପ୍ରାୟ ୧୨ଟି ଦଳ ସହ ଅଖିଳେଶ ମେଣ୍ଟ କରିଛନ୍ତି ।

ଏପଟେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ବରେ ୟୁପି ନିର୍ବାଚନକୁ ଡେଇଁଛି । ପ୍ରିୟଙ୍କ ମହିଳା କାର୍ଡ ଖେଳି ଗୃହଣୀଙ୍କୁ ନିଜ ଆଡ଼କୁ ନେବାକୁ ଚେଷ୍ଟା କରୁଛନ୍ତି । ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ ଦେବା ସହ ସେମାନଙ୍କ ପାଇଁ ଏକାଧିକ ଘୋଷଣା କରିସାରିଛନ୍ତି ।

୨୦୨୨ ନିର୍ବାଚନ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସହ ଦଳିତ ରାଜନୀତି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏଥର କାହା ସହ ହାତ ନମିଶାଇ ଏକାକୀ ମୈଦାନକୁ ଓହ୍ଲାଇଛନ୍ତି ମାୟାବତୀ ଓ ୨୦୦୭ ନିର୍ବାଚନ ପରି ଚଳିତଥର ବି ବ୍ରାହ୍ମଣ-ଦଳିତ ସମୀକରଣରେ କ୍ଷମତା ଦଖଲ ଲକ୍ଷ୍ୟରେ ରହିଛନ୍ତି । ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସୀ ମୁସଲିମ ଭୋଟ ନିଜ ପକେଟକୁ ନେଇ ଅନ୍ୟ ଦଳଙ୍କ ପାଇଁ ମୁଣ୍ଡବିନ୍ଧା ସୃଷ୍ଟି କରିବାକୁ ଫୁଲ୍ ପ୍ଲାନ୍ କରି ମୈଦାନରେ ହୁଙ୍କାର ଭରିବା ଆରମ୍ଭ କରିଦେଇଛନ୍ତି ।

ଉତ୍ତରାଖଣ୍ଡରେ ନିୟମ ବଦଳିବ କି ?

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ଏବେ ବିଜେପି କ୍ଷମତାରେ ଅଛି । । ଗତ ନିର୍ବାଚନରେ ୫୭ ସିଟ୍ ଜିତି ବହୁମତ ସହ ସରକାର ଗଠନ କରିଥିଲା । ହେଲେ ଚଳିତ ନିର୍ବାଚନ ବିଜେପି ପାଇଁ ଏତେ ସହଜ ହେବନି । କାରଣ ଉତ୍ତରାଖଣ୍ଡର ଇତିହାସ କହୁଛି ଯେ, ଏହାର ଭୋଟର ପ୍ରତି ୫ ବର୍ଷରେ ସରକାର ବଦଳାନ୍ତି । ଏଥର ପୁଣି କଂଗ୍ରେସ, ଆମ୍ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଅନ୍ୟ କିଛି ଛୋଟ ଦଳ ବିଜେପି ଓ ଚୌକି ରାସ୍ତାରେ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି । କାରଣ ଦୁଇ ଦଶନ୍ଧିରୁ ଏଠାରେ ପ୍ରତି ନିର୍ବାଚନରେ ସରକାର ବଦଳିବାର ପରମ୍ପରା ଚାଲି ଆସିଛି । ଅର୍ଥାତ ୨୦ ବର୍ଷ ହେଲା କ୍ଷମତାରେ ଥିବା ଦଳ ପରାଜୟର ସମ୍ମୁଖୀନ ହେଉଛି । ଏମିତି ସ୍ଥିତିରେ ଚଳିତ ନିର୍ବାଚନରେ ଉତ୍ତରାଖଣ୍ଡ ଜନତା ସେମାନଙ୍କ ମତଦାନ ପରମ୍ପାରାକୁ ଆଗକୁ ବଢ଼ାଇବେ ନା ବିଜେପି ଉପରେ ପୁଣି ଅସ୍ଥା ପ୍ରକଟ କରିବେ ଦେଖିବାକୁ ବାକି ରହିଲା । ତେବେ ଏହି ୫ ବର୍ଷରେ ଗୋଟିଏ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ୫ ବର୍ଷରେ ଥରେ ସରକାର ବଦଳାଉଥିବା ଜନତା ବଦଳରେ ଗୋଟିଏ ଦଳ ଅର୍ଥାତ ବିଜେପି ୫ ବର୍ଷ ଭିତରେ ୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି । ଏବେ ବିଜେପିର ଏହି ଚେହେରା ପରିବର୍ତ୍ତନ ନୀତି ଭୋଟରଙ୍କୁ ସରକାର ବଦଳାଇବାରୁ ଅଟକାଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

ପଂଜାବରେ ରାହୁଲ ଓ ପ୍ରିୟଙ୍କା ଇଜ୍ଜତ ବାଜିରେ

ହାଇ ଭୋଲଟେଜ ପଲିଟିକାଲ ଡ୍ରାମା ପାଇଁ ପଞ୍ଜାବ ବେଶ ପରିଚିତ । ଏ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି କଂଗ୍ରେସ କ୍ଷମତା ଭୋଗ କରୁଛି । ଏମିତି ସ୍ଥିତିରେ ସାତ ତାଳ ପଙ୍କରେ ଫସିଥିବା କଂଗ୍ରେସ ଏଠି କ୍ଷମତା ହରାଇବାକୁ କେବେ ଚାହିଁବ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚେତ୍ରୀ ଏବଂ ପ୍ରଦେଶ ଅଧ୍ୟକ୍ଷ ନବଜ୍ୟୋତି ସିଂ ସିଦ୍ଧୁଙ୍କ ନେତୃତ୍ବରେ କ୍ଷମତା ବଞ୍ଚାଇବାକୁ ଲାଗି ପଡ଼ିଛନ୍ତି ହାତ ଦଳିଆ ।

୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ହାତେଇବାକୁ ହେଲେ କଂଗ୍ରେସକୁ ଅତି କମରେ ୫୯ ସିଟରେ ଜିତିବାକୁ ପଡିବ । ତେବେ ୧୦ ବର୍ଷ ପରେ ପଞ୍ଜାବରେ କ୍ଷମତା ଦଖଲ କରିଥିବା କଂଗ୍ରେସ ପାଇଁ ବଡ ପ୍ରତିବନ୍ଧକଙ୍କ ହେବାକୁ ଯାଉଛନ୍ତି କ୍ୟାପଟେନ ଅମରେନ୍ଦ୍ର ସିଂ । ୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ପଦରୁ ହଟିବା ଓ ଦଳ ଛାଡ଼ି ନୂଆ ଦଳ ଗଠନ କରି କଂଗ୍ରେସ ବିରୋଧରେ କ୍ୟାପଟେନଙ୍କ ରଣହୁଙ୍କାର କେତେ ପ୍ରଭାବ ପକାଇବ ତାହା ତ ଭୋଟ ଗଣତି ପରେ ଜଣାପଡିବ ।

ଏପଟେ ନମ୍ବର ଦୁଇରେ ଥିବା ଆମ ଆଦମୀ ପାର୍ଟି ଏକ ନମ୍ବର ସ୍ଥାନକୁ ଆସି ପଞ୍ଜାବ ଦଖଲ ପାଇଁ ପୂରା ବଳ ଖଟାଇ ଦେଇଛି । ସେପଟେ ଅକାଳୀ ଦଳଠୁ ସମ୍ପର୍କ କାଟିବା ପରେ ବିଜେପି କ୍ୟାପଟେନ ଅମରେନ୍ଦ୍ର ସିଂ ଏବଂ ସୁଖଦେବ ଢିଢସାଙ୍କ ଦଳ ସହ ହାତ ମେଳାଇ ନିଜ ଉଜ୍ଜତ ବଞ୍ଚାଇବାକୁ ଉଦ୍ୟମ କରୁଛି ।

ମଣିପୁରରେ ପୂର୍ଣ୍ଣ ବହୁମତ ଲକ୍ଷ୍ୟରେ ବିଜେପି

୬୦ ଆସନ ବିଶିଷ୍ଟ ମଣିପୁରରେ ୨୦୧୭ରେ କୌଣସି ଦଳକୁ ମିଳି ନଥିଲା ପୂର୍ଣ୍ଣ ବହୁମତ । ବଡ଼ ଦଳ ଭାବେ ୨୪ ଆସନରେ ବିଜେପି ଜିତିଥିଲେ ବି ମୁଖ୍ୟମନ୍ତ୍ରୀ ଚୌକିଠାରୁ ୬ ପାଦ ପଛରେ ରହି ଯାଇଥିଲା । ୧୭ ଆସନରେ ଜିତି କଂଗ୍ରେସ ଦ୍ବିତୀୟ ବଡ଼ ଦଳ ଭାବେ ଉଭା ହୋଇଥିଲା । ତେବେ ଏନପିପି, ଏଲଜେପି ଓ ସ୍ବାଧୀନ ବିଧାୟକଙ୍କୁ ନେଇ ବିଜେପି ସରକାର ଗଠନ କରିଥିଲାଏନ୍ ବିରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଚଳିତବର୍ଷ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି ବିଜେପି ।

5 states7 phasesAam Aadmi PartyAAP in punjabAIMIM chief asaduddin owaisiamit shahassembly elections 2022bahujan samaj party chief mayavatiBJPbjp govt in uttar pradeshbjp in 2022 electionscaptain amarinder singhcongress govt in punjabcongress leader priyanka gandhiecielection commission of indiagoa electionsjp naddamanipur electionsmuslim votes in UPPM Narendra Modipriyanka and rahul gandhipunjab assembly electionspunjab cm charanjit singh channipunjab congress crisissamajwadi [arty chief akhilesh yadavuttar pradesh electionsuttarakhand electionsyogi adityanathyogi govt in UPଅମିତ ଶାହଆମ୍ ଆଦମୀ ପାର୍ଟିଉତ୍ତରପ୍ରଦେଶଉତ୍ତରାଖଣ୍ଡ ଓ ମଣିପୁରଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସୀକଂଗ୍ରେସକଂଗ୍ରେସ ପ୍ରିୟଙ୍କା ଗାନ୍ଧିଗୋଆାଜେପି ନଡ୍ଡାପଞ୍ଜାବପ୍ରିୟଙ୍କା ଓ ରାହୁଲବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀବିଜେପିବିଜେପି ୨୦୨୨ ନିର୍ବାଚନବିଧାନସଭା ନିର୍ବାଚନମୁଖ୍ୟ ନିର୍ବାଚନ କମିଶନଯୋଗୀ ଆଦିତ୍ୟନାଥଯୋଗୀ ରାଜ୍ୟ ଶାସନସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami