ଗୋପାଳପୁରରେ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ଼ ଶୋ । ଛକଛକରେ ଜନସମୁଦ୍ର, ଲୋକାରଣ୍ୟ ରାଜପଥ । ଗୋପାଳପୁରରୁ ଲାଞ୍ଜିପଲ୍ଲୀ. ଲାଞ୍ଜିପଲ୍ଲୀରୁ ଲୋଚାପଡ଼ା । ବିଜେଡିର ଷ୍ଟାର କ୍ୟାମ୍ପେନର କାର୍ତ୍ତିକ ପାଣ୍ଡିଆନଙ୍କୁ ସବୁଠି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା, ଉଲ୍ଲସିତ ସ୍ୱାଗତ । ହଜାର ହଜାର ଲୋକଙ୍କ ଗହଣରେ ବିଶାଳ ରୋଡ୍ ଶୋ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ଗୋପାଳପୁରରୁ ରୋଡ୍ ଶୋ ଆରମ୍ଭ କରିଥିଲେ ପାଣ୍ଡିଆନ । ରାଲିରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜଙ୍କ ସମେତ ବିଜେଡିର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ ।

ରୋଡ୍ ଶୋକୁ ମିଳିଥିଲା ଅଦ୍ଭୁତପୂର୍ବ ସମର୍ଥନ

ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ବି ପାଣ୍ଡିଆନଙ୍କ ରୋଡ୍ ଶୋକୁ ଅଦ୍ଭୁତପୂର୍ବ ସ୍ନେହ ଓ ସମର୍ଥନ ମିଳିଥିଲା । ଲମ୍ବା ରାସ୍ତାରେ ବିଜେଡି ପ୍ରତି ଦେଖିବାକୁ ମିଳିଥିଲା ଲୋକଙ୍କ ଭଲପାଇବା ଓ ସମର୍ଥନର ଅଦ୍ଭୁତପୂର୍ବ ଭିଡ଼ । ବିଶାଳ ରୋଡ ଶୋରେ ଜନତାଙ୍କୁ ଉଦବୋଧନ ଦେଇଥିଲେ ପାଣ୍ଡିଆନ । ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲପାଇବା ଓ ଭରସାକୁ ପ୍ରତିପାଦିତ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଯୁବକ, ଛାତ୍ର, ମହିଳା ଏକାଠି ହୋଇ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ପାଣ୍ଡିଆନଙ୍କ ଉପରକୁ କିଏ ଫୁଲ ପକାଇ ସ୍ୱାଗତ କରୁଥିଲା ତ ଆଉ କିଏ ସେଲଫି ନେଇଥିଲେ । ପାଣ୍ଡିଆନ ମଧ୍ୟ ଲୋକଙ୍କ ସହ ହାତ ମିଳାଇ ଫଟୋ ଉଠାଇଥିଲେ ।

ନବୀନଙ୍କ ହାତମୁଠାକୁ ଟାଣ କରିବାକୁ କଲେ ଅନୁରୋଧ

ଏହି ରୋଡ୍ ଶୋରେ ବିଜେଡି ପାଇଁ ଭୋଟ ମାଗିଥିଲେ ପାଣ୍ଡିଆନ । ଭଲ ଲୋକଙ୍କୁ କାମ କରିବା ପାଇଁ ସୁଯୋଗ ଦେବାକୁ ସେ ଅନୁରୋଧ କରିଥିଲେ । ଉଭୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଥିଲେ । ୨ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ବଡ଼ ବ୍ୟବଧାନରେ ଜିତାଇବାକୁ ଅନୁରୋଧ କରିଥିଲେ । ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଥିଲେ ବିଜେଡିର ଏହି ଦୁଇ ପ୍ରାର୍ଥୀ ଗୁଣ୍ଡାଗର୍ଦ୍ଦି କରିବେନି କି ଚୋରି କରିବେନି । ବରଂ ଲୋକଙ୍କ ସେବାରେ ନିୟୋଜିତ ହେବେ । ପ୍ରଚାର ସମୟରେ ବିକାଶର ହିସାବ ଦେଇଥିଲେ ପାଣ୍ଡିଆନ । ବିଗତ ଦିନରେ ନିର୍ବାଚନ ମଣ୍ଡଳିରେ ରୂପାନ୍ତରଣ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିକାଶ ପାଇଁ ନିରନ୍ତର ଲାଗିପଡ଼ିଛନ୍ତି । ଏଣୁ ଏଥର ଡବଲ ଶଙ୍ଖରେ ଭୋଟ ଦେଇ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଛନ୍ତି ।

5t chairman kartik pandian campaign5T Secretary VK Pandianpandian road showpandian road show at gopalpur
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami