୨୪ ଆଗରୁ ସେମିଫାଇନାଲ : ବାଜିରେ ବିଜେପି ପାଇଁ ଉତ୍ତର ପ୍ରଦେଶ, ପଂଜାବରେ କଂଗ୍ରେସର ପ୍ରତିଷ୍ଠା

Above Post Content

୫ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନ ବିଗୁଲମୁଖ୍ୟ ନିର୍ବାଚନ କମିଶନ ଘୋଷଣା କଲେ ତାରିଖ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନଉତ୍ତରପ୍ରଦେଶ, ପଞ୍ଜାବ, ଗୋଆା, ଉତ୍ତରାଖଣ୍ଡ ଓ ମଣିପୁରରେ ଭୋଟର କରିବେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ପରେ ଏହି ୫ଟି ରାଜ୍ୟବାସୀ ପାଇବେ ନୂଆ ସରକାର

ଏହି ୫ ରାଜ୍ୟର ନିର୍ବାଚନକୁ ଆଗାମୀ ସାଧାରଣ ନିର୍ବାଚନ.ଯାହାକି ୨୦୨୪ରେ ହେବାକୁ ଯାଉଛି ତା’ର ଟ୍ରେଲର ବୋଲି କୁହାଯାଉଛି । ଉତ୍ତର ପ୍ରଦେଶ ଭଳି ରାଜ୍ୟରେ କ୍ଷମତା ବଜାୟ ରଖିବା ବିଜେପି ପାଇଁ ବଡ଼ ଚ୍ୟାଲେଂଜ୍ ହେବ । ଉତ୍ତର ପ୍ରଦେଶ ଯଦି ବିଜେପି ହାତରୁ ଖସେ ତେବେ ୨୦୨୪ ମୋଦି ଆଣ୍ଡ୍ କୋ’ଙ୍କ ପାଇଁ ସହଜ ହେବ ନାହିଁ । ସେହିଭଳି ପଂଜାବ ଯଦି କଂଗ୍ରେସ ହାତରୁ ଖସି ଯାଏ ତେବେ ଦେଶର ସବୁଠାରୁ ପୁରୁଣା ଦଳ ପାଇଁ ଅଣ୍ଟା ସଳଖିବା ମଧ୍ୟ କାଠିକର ପାଠ ହୋଇଯିବ । ପଂଜାବରେ ଯଦି କଂଗ୍ରେସ ମାଟି କାମୁଡେ ତେବେ ଏହାର ସବୁଦୋଷ ପ୍ରିୟଙ୍କା ଓ ରାହୁଲଙ୍କୁ ଦିଆଯିବ । କାରଣ ଏହି ଦୁଇ ଜଣ ହିଁ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ବିଦା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସିଦ୍ଧୁଙ୍କୁ ଯେମିତି ପ୍ରାଥମିକତା ଦେଇ ଫ୍ୟାମିଲିର ପୁରୁଣା ବିଶ୍ୱସ୍ତ କ୍ୟାପ୍ଟେନଙ୍କୁ ଗାନ୍ଧି ପରିବାର କ୍ଷମତାରୁ ବିଦା କରିଥିଲା-ସେହି ନିଷ୍ପତି ପାଇଁ ଆଗାମୀ ନିର୍ବାଚନ ହେବ ଲିଟମସ୍ ଟେଷ୍ଟ୍ । ଆଉ ଯଦି କଂଗ୍ରେସ ହାତରୁ ପଂଜାବ ଖସି ଆମ୍ ଆଦମୀ ପାର୍ଟି ହାତକୁ ଯାଏ ତେବେ ରାହୁଲଙ୍କ ନେତୃତ୍ୱରେ ମୋଦି ବିକଳ୍ପ ସ୍ୱପ୍ନ ମଧ୍ୟ ଭାଙ୍ଗି ଯିବ ।

After 2nd paragraph post ads

ଯୋଗୀଙ୍କ ପାଇଁ ଅଗ୍ନୀପରିକ୍ଷା

ଉତ୍ତର ପ୍ରଦେଶର ଯାହା ସରକାର ସେହି ଦିଲ୍ଲୀ ଗାଦିର ଦାବିଦାର । ଏହାର କାରଣ ହେଉଛି ରାଜ୍ୟର ଆୟତନ ଓ ଲୋକସଭାରେ ସିଟ୍ ସଂଖ୍ୟା । ଉତ୍ତର ପ୍ରଦେଶ ହିଁ ବିଜେପିକୁ ଏକ ନମ୍ବର ଦଳ କରିଛି । ସେହି ଉତ୍ତର ପ୍ରଦେଶରେ ଏବେ ବିଜେପି ସରକାର । ପୁଣି ସେହି ଯୋଗୀ ରାଜ୍ୟ ଶାସନର ମଙ୍ଗ ଧରିଛନ୍ତି ଯାହାଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି । ଉତ୍ତର ପ୍ରଦେଶରେ ଶକ୍ତ ପ୍ରଦର୍ଶନ ଯୋଗୀଙ୍କ ଦିଲ୍ଲୀ ଗାଦି ଉପରେ ଦାବିକୁ ଅଧିକ ଦମଦାର କରିବ ଓ ମୋଦିଙ୍କୁ ରାଜନୈତିକ ଅକ୍ସିଜେନ୍ ଦେବ । କାରଣ କୃଷି ଆଇନ୍ ପ୍ରତ୍ୟାହର କରି ମୋଦି ବିରୋଧୀଙ୍କ ଆଗରେ ନତମସ୍ତକ ହୋଇଛନ୍ତି ବୋଲି କୁହାଯାଉଛି । ଉତ୍ତର ପ୍ରଦେଶରେ ବିଜୟ ମୋଦିଙ୍କୁ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସୁଯୋଗ ଦେବ ଓ ଏହା ସହିତ ୨୦୨୪ ନିର୍ବାଚନ ପାଇଁ ନୈତିକ ବଳ ଦେବ ।

୪୦୩ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ୨୦୧୭ରେ ବିଜେପି ମେଣ୍ଟ ଏନଡିଏ ୩୨୫ ଆସନରେ ଜିତି କ୍ଷମତାକୁ ଫେରିଥିଲା । ଯୋଗୀ ଆଦିତ୍ୟନାଥ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ ନିଷାଦ ପାର୍ଟି ସହ ବିଜେପି ୨୦୨୨ ନିର୍ବାଚନରେ ମୈଦାନକୁ ଓହ୍ଲାଇଛି । ୟୁପିରେ ଚୌକି ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ, ଅମିତ ଶାହ, ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତା ପୂରା ଦମ୍ ଲଗାଇ ଦେଇଛନ୍ତି । ସେପଟେ ଜାତିକୁ ନେଇ ଗଠନ ହୋଇଥିବା ଛୋଟ ଦଳଙ୍କୁ ସାଙ୍ଗରେ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି । ଯୋଗୀଙ୍କୁ ହଟାଇବାକୁ ପ୍ରାୟ ୧୨ଟି ଦଳ ସହ ଅଖିଳେଶ ମେଣ୍ଟ କରିଛନ୍ତି ।

ଏପଟେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ବରେ ୟୁପି ନିର୍ବାଚନକୁ ଡେଇଁଛି । ପ୍ରିୟଙ୍କ ମହିଳା କାର୍ଡ ଖେଳି ଗୃହଣୀଙ୍କୁ ନିଜ ଆଡ଼କୁ ନେବାକୁ ଚେଷ୍ଟା କରୁଛନ୍ତି । ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ ଦେବା ସହ ସେମାନଙ୍କ ପାଇଁ ଏକାଧିକ ଘୋଷଣା କରିସାରିଛନ୍ତି ।

୨୦୨୨ ନିର୍ବାଚନ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସହ ଦଳିତ ରାଜନୀତି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏଥର କାହା ସହ ହାତ ନମିଶାଇ ଏକାକୀ ମୈଦାନକୁ ଓହ୍ଲାଇଛନ୍ତି ମାୟାବତୀ ଓ ୨୦୦୭ ନିର୍ବାଚନ ପରି ଚଳିତଥର ବି ବ୍ରାହ୍ମଣ-ଦଳିତ ସମୀକରଣରେ କ୍ଷମତା ଦଖଲ ଲକ୍ଷ୍ୟରେ ରହିଛନ୍ତି । ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସୀ ମୁସଲିମ ଭୋଟ ନିଜ ପକେଟକୁ ନେଇ ଅନ୍ୟ ଦଳଙ୍କ ପାଇଁ ମୁଣ୍ଡବିନ୍ଧା ସୃଷ୍ଟି କରିବାକୁ ଫୁଲ୍ ପ୍ଲାନ୍ କରି ମୈଦାନରେ ହୁଙ୍କାର ଭରିବା ଆରମ୍ଭ କରିଦେଇଛନ୍ତି ।

Middle post content

ଉତ୍ତରାଖଣ୍ଡରେ ନିୟମ ବଦଳିବ କି ?

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ଏବେ ବିଜେପି କ୍ଷମତାରେ ଅଛି । । ଗତ ନିର୍ବାଚନରେ ୫୭ ସିଟ୍ ଜିତି ବହୁମତ ସହ ସରକାର ଗଠନ କରିଥିଲା । ହେଲେ ଚଳିତ ନିର୍ବାଚନ ବିଜେପି ପାଇଁ ଏତେ ସହଜ ହେବନି । କାରଣ ଉତ୍ତରାଖଣ୍ଡର ଇତିହାସ କହୁଛି ଯେ, ଏହାର ଭୋଟର ପ୍ରତି ୫ ବର୍ଷରେ ସରକାର ବଦଳାନ୍ତି । ଏଥର ପୁଣି କଂଗ୍ରେସ, ଆମ୍ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଅନ୍ୟ କିଛି ଛୋଟ ଦଳ ବିଜେପି ଓ ଚୌକି ରାସ୍ତାରେ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି । କାରଣ ଦୁଇ ଦଶନ୍ଧିରୁ ଏଠାରେ ପ୍ରତି ନିର୍ବାଚନରେ ସରକାର ବଦଳିବାର ପରମ୍ପରା ଚାଲି ଆସିଛି । ଅର୍ଥାତ ୨୦ ବର୍ଷ ହେଲା କ୍ଷମତାରେ ଥିବା ଦଳ ପରାଜୟର ସମ୍ମୁଖୀନ ହେଉଛି । ଏମିତି ସ୍ଥିତିରେ ଚଳିତ ନିର୍ବାଚନରେ ଉତ୍ତରାଖଣ୍ଡ ଜନତା ସେମାନଙ୍କ ମତଦାନ ପରମ୍ପାରାକୁ ଆଗକୁ ବଢ଼ାଇବେ ନା ବିଜେପି ଉପରେ ପୁଣି ଅସ୍ଥା ପ୍ରକଟ କରିବେ ଦେଖିବାକୁ ବାକି ରହିଲା । ତେବେ ଏହି ୫ ବର୍ଷରେ ଗୋଟିଏ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ୫ ବର୍ଷରେ ଥରେ ସରକାର ବଦଳାଉଥିବା ଜନତା ବଦଳରେ ଗୋଟିଏ ଦଳ ଅର୍ଥାତ ବିଜେପି ୫ ବର୍ଷ ଭିତରେ ୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି । ଏବେ ବିଜେପିର ଏହି ଚେହେରା ପରିବର୍ତ୍ତନ ନୀତି ଭୋଟରଙ୍କୁ ସରକାର ବଦଳାଇବାରୁ ଅଟକାଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

ପଂଜାବରେ ରାହୁଲ ଓ ପ୍ରିୟଙ୍କା ଇଜ୍ଜତ ବାଜିରେ

ହାଇ ଭୋଲଟେଜ ପଲିଟିକାଲ ଡ୍ରାମା ପାଇଁ ପଞ୍ଜାବ ବେଶ ପରିଚିତ । ଏ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି କଂଗ୍ରେସ କ୍ଷମତା ଭୋଗ କରୁଛି । ଏମିତି ସ୍ଥିତିରେ ସାତ ତାଳ ପଙ୍କରେ ଫସିଥିବା କଂଗ୍ରେସ ଏଠି କ୍ଷମତା ହରାଇବାକୁ କେବେ ଚାହିଁବ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚେତ୍ରୀ ଏବଂ ପ୍ରଦେଶ ଅଧ୍ୟକ୍ଷ ନବଜ୍ୟୋତି ସିଂ ସିଦ୍ଧୁଙ୍କ ନେତୃତ୍ବରେ କ୍ଷମତା ବଞ୍ଚାଇବାକୁ ଲାଗି ପଡ଼ିଛନ୍ତି ହାତ ଦଳିଆ ।

୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ହାତେଇବାକୁ ହେଲେ କଂଗ୍ରେସକୁ ଅତି କମରେ ୫୯ ସିଟରେ ଜିତିବାକୁ ପଡିବ । ତେବେ ୧୦ ବର୍ଷ ପରେ ପଞ୍ଜାବରେ କ୍ଷମତା ଦଖଲ କରିଥିବା କଂଗ୍ରେସ ପାଇଁ ବଡ ପ୍ରତିବନ୍ଧକଙ୍କ ହେବାକୁ ଯାଉଛନ୍ତି କ୍ୟାପଟେନ ଅମରେନ୍ଦ୍ର ସିଂ । ୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ପଦରୁ ହଟିବା ଓ ଦଳ ଛାଡ଼ି ନୂଆ ଦଳ ଗଠନ କରି କଂଗ୍ରେସ ବିରୋଧରେ କ୍ୟାପଟେନଙ୍କ ରଣହୁଙ୍କାର କେତେ ପ୍ରଭାବ ପକାଇବ ତାହା ତ ଭୋଟ ଗଣତି ପରେ ଜଣାପଡିବ ।

ଏପଟେ ନମ୍ବର ଦୁଇରେ ଥିବା ଆମ ଆଦମୀ ପାର୍ଟି ଏକ ନମ୍ବର ସ୍ଥାନକୁ ଆସି ପଞ୍ଜାବ ଦଖଲ ପାଇଁ ପୂରା ବଳ ଖଟାଇ ଦେଇଛି । ସେପଟେ ଅକାଳୀ ଦଳଠୁ ସମ୍ପର୍କ କାଟିବା ପରେ ବିଜେପି କ୍ୟାପଟେନ ଅମରେନ୍ଦ୍ର ସିଂ ଏବଂ ସୁଖଦେବ ଢିଢସାଙ୍କ ଦଳ ସହ ହାତ ମେଳାଇ ନିଜ ଉଜ୍ଜତ ବଞ୍ଚାଇବାକୁ ଉଦ୍ୟମ କରୁଛି ।

ମଣିପୁରରେ ପୂର୍ଣ୍ଣ ବହୁମତ ଲକ୍ଷ୍ୟରେ ବିଜେପି

୬୦ ଆସନ ବିଶିଷ୍ଟ ମଣିପୁରରେ ୨୦୧୭ରେ କୌଣସି ଦଳକୁ ମିଳି ନଥିଲା ପୂର୍ଣ୍ଣ ବହୁମତ । ବଡ଼ ଦଳ ଭାବେ ୨୪ ଆସନରେ ବିଜେପି ଜିତିଥିଲେ ବି ମୁଖ୍ୟମନ୍ତ୍ରୀ ଚୌକିଠାରୁ ୬ ପାଦ ପଛରେ ରହି ଯାଇଥିଲା । ୧୭ ଆସନରେ ଜିତି କଂଗ୍ରେସ ଦ୍ବିତୀୟ ବଡ଼ ଦଳ ଭାବେ ଉଭା ହୋଇଥିଲା । ତେବେ ଏନପିପି, ଏଲଜେପି ଓ ସ୍ବାଧୀନ ବିଧାୟକଙ୍କୁ ନେଇ ବିଜେପି ସରକାର ଗଠନ କରିଥିଲାଏନ୍ ବିରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଚଳିତବର୍ଷ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି ବିଜେପି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami