ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜମ୍ମୁ ଘାଟି ଉପରେ ଡ୍ରୋନ୍ ଆକ୍ରମଣରେ ବଡ଼ ଧରଣର କ୍ଷତି ହୋଇନାହିଁ ସତ କିନ୍ତୁ ଏହା ସୁରକ୍ଷା ଏଜେନ୍ସୀଙ୍କ ନିଦ ଉଡାଇ ଦେଇଛି କିମ୍ବା ଡ୍ରୋନକୁ ନେଇ ସେମାନଙ୍କ ନିଦ ଭାଙ୍ଗି ଦେଇଛି । କାରଣ କିଛି ସମୟ ହେଲା କେବଳ ଭାରତ ନୁହେଁ ପୁରା ଦୁନିଆରେ ‘ଡ୍ରୋନ୍ ଆଟାକ’ ଆତଙ୍କବାଦୀଙ୍କ ନୂଆ ହତିଆର ପାଲଟିଛି । ଏଥିରେ ଖର୍ଚ୍ଚ କମ, ସଫଳତା ହାର ଅଧିକ ଥିବାରୁ ଆତଙ୍କବାଦୀ ଡ୍ରୋନକୁ ହତିଆର ଭାବେ ବ୍ୟବହାର କରୁଛନ୍ତି । ଗତ ଦୁଇ ବର୍ଷ ଭିତରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏଭଳି ଆକ୍ରମଣ ହୋଇଛି । ତେବେ ଭାରତରେ ଏହା ଏଭଳି ପ୍ରଥମ ଆକ୍ରମଣ ଥିଲା

କେଉଁଠୁ ଆରମ୍ଭ ହୋଇଥିଲା ଡ୍ରୋନ୍ ହମଲା ?

୧୪ ଡିସେମ୍ବର ୨୦୧୯ । ଏହି ଦିନ ପ୍ରଥମ ଥର ପାଇଁ ଆତଙ୍କବାଦୀ ଡ୍ରୋନ୍ ବ୍ୟବହାର କରି ଆକ୍ରମଣ କରିଥିଲେ । ସାଉଦି ଆରବର ସବୁଠାରୁ ବଡ ତେଲ କମ୍ପାନୀ ଆରମାକୋର ଦୁଇଟି ପ୍ଲାଣ୍ଟ୍ ଉପରେ ୟମନରେ ବସିଥିବା ଆତଙ୍କବାଦୀ ଡ୍ରୋନ୍ ଦ୍ୱାରା ହମଲା କରିଥିଲେ । ଏହି ହମଲା ପରେ ଦୁଇଟି ଯାକ ତୈଳକୂପରେ ଭୟଙ୍କର ନିଆଁ ଲାଗିଥିଲା । ଦୁନିଆର ସବୁଠାରୁ ବଡ ତୈଳ କୂପ ଉପରେ ହୋଇଥିବା ଆକ୍ରମଣ କାରଣରୁ ବିଶ୍ୱରେ ତୈଳ ଦର ବୃଦ୍ଧି ପାଇଥିଲା । ମାତ୍ର ଅଳ୍ପ ଟଙ୍କା ଖର୍ଚ୍ଚ କରି ଆତଙ୍କବାଦୀ ବିଶ୍ୱକୁ ଚମକାଇ ଦେବା ସହିତ ନିଜ ଆଡକୁ ଦୃଷ୍ଟି ଆକର୍ଷଣ କରିଥିଲେ । ୟମନର ହୁତି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଉତ୍ତରଦାୟିତ୍ୱ ନେଇଥିଲା । ସାଉଦି ଆରବର ୟମନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପର ଜବାବ ଦେବାକୁ ଏମିତି ଆକ୍ରମଣ କରିଥିଲା ବୋଲି ହୁତି କହିଥିଲା ।

୪୪ ଦିନର ଯୁଦ୍ଧରେ ଜମେଇକି ହୋଇଥିଲା ଡ୍ରୋନ୍ ବ୍ୟବହାର

ଏହା ବ୍ୟତିତ ଆଜାରବୈଜାନ ଓ ଆର୍ମେନିଆ ମଧ୍ୟରେ ହୋଇଥିବା ଯୁଦ୍ଧରେ ମଧ୍ୟ ଡ୍ରୋନକୁ ବହୁଳ ବ୍ୟବହାର କରାଯାଇଥିଲା । ସେପ୍ଟେମ୍ବର ୨୦୨୦ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ୪୪ ଦିନ ଯାଏ ଚାଲିଥିଲା । ନଭେମ୍ବର ମାସରେ ଋଷ ମଧ୍ୟସ୍ଥତାରେ ଯୁଦ୍ଧ ସରିଥିଲା । ଏହି ୪୪ ଦିନରେ ଉଭୟ ପକ୍ଷ ଡ୍ରୋନ୍, ୟୁଏଭି ଓ କ୍ଷେପଣାସ୍ତ୍ରର ବ୍ୟବହାର କରିଥିଲେ । ପ୍ରଥମ ଥର ପାଇଁ ଦୁଇଟି ଦେଶ ପରସ୍ପର ଉପରେ ଆକ୍ରମଣ ପାଇଁ ଡ୍ରୋନ୍ ବ୍ୟବହାର କରିଥିଲେ

ସାଉଦି ଆରବ ଓ ଆଜାରବୈଜନାଠାରୁ ଶିଖୁ ଭାରତ

ସାଉଦି ଆରବ ଓ ଆଜାରବୈଜାନଠାରୁ ଭାରତ ଡ୍ରୋନ୍ ଆକ୍ରମଣ ବାବଦରେ ଶିକ୍ଷା ନେବାର ଅଛି ।ଏହି ଦୁଇ ଦେଶ ଡ୍ରୋନ୍ ଆକ୍ରମଣର ଭୟାବହତାକୁ ଅଙ୍ଗେ ନିଭାଇଛନ୍ତି । ଗତ କିଛି ଦିନ ଧରି ପାକିସ୍ତାନ ମଧ୍ୟ ଏହାକୁ ଆତଙ୍କବାଦର ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଉଦ୍ୟମ ଆରମ୍ଭ କରିଛି । ଆତଙ୍କବାଦୀ ଭାରତ ଭିତରକୁ ଅସ୍ତ୍ର ସପ୍ଲାଏ କରିବାକୁ ଡ୍ରୋନ୍ ବ୍ୟବହାର କରୁଛନ୍ତି । ବିଏସଫ ଓ ଭାରତୀୟ ସେନା ହାତରେ ଏମିତି କିଛି ଡ୍ରୋନ୍ ପଡିଛି ।

ଡ୍ରୋନ୍ କ’ଣ ପାଇଁ ବଡ଼ ମୁଣ୍ଡବିନ୍ଧା ?

ଡ୍ରୋନ୍ ଜରିଆରେ ଆକ୍ରମଣ ସୁରକ୍ଷା ଏଜେନ୍ସିଙ୍କ ପାଇଁ ବଡ ମୁଣ୍ଡବିନ୍ଧା ହେବାର ଗୋଟିଏ କାରଣ ହେଉଛି ଏଥିରେ କମ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଆତଙ୍କବାଦୀଙ୍କ ଟ୍ରେନିଂ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଫିଲ୍ଡ ଆକ୍ରମଣ ତୁଳନାରେ ଅପରେଟିଂ କଷ୍ଟ୍ ବହୁତ କମ । ଆତଙ୍କବାଦୀଙ୍କୁ ପଠାଇ ଆକ୍ରମଣ କରିବାରେ ବିପଦ ରହିଛି କିନ୍ତୁ ଏଥିରେ ସେଭଳି ରିସ୍କ ନାହିଁଡ୍ରୋନ୍ କମ ଉଚ୍ଚତାରେ ଉଡିଥାଏ, ତେଣୁ ଏହାକୁ ରାଡାରରେ ଠାବ କରିବା ସହଜ ନୁହେଁ । ତେଣୁ ଏହା ଏକ ପ୍ରକାର ଅଦୃଷ୍ୟ ଅସ୍ତ୍ର ପାଲଟି ଯାଏ । ଆଗକୁ ଆତଙ୍କବାଦୀ ଭାରତୀୟ ସେନାର ବେସ୍ ଉପରେ ଆକ୍ରମଣ ପାଇଁ ଡ୍ରୋନ୍ ବ୍ୟବହାର କରିବେ ଏଥିରେ ସନ୍ଦେହ ନାହିଁ । ତେଣୁ ଏବେଠାରୁ ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କୁ ଏହା ବିରୋଧରେ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ।

ଭାରତ ପାଖରେ ବିକଳ୍ପ କ’ଣ ?

ଭାରତକୁ ସୀମାରେ ନିଜ ସୁରକ୍ଷା ପାଇଁ ଉପାୟକୁ କଡାକଡି କରିବାକୁ ପଡିବ । ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଆଡଭାନ୍ସ ରାଡାର ସିଷ୍ଟମ, ଆଣ୍ଟି ଡ୍ରୋନ୍ ମିଲିଟାରୀ ଟେକ୍ନୋଲୋଜି, ରେଡିଓ ଜାମର ଆଦିରେ ଭାରତକୁ ଅଧିକ ବ୍ୟୟ କରିବାକୁ ପଡିବ । ଏହାସହିତ ମିଲିଟାରି ଇଣ୍ଟେଲିଜେନ୍ସକୁ ଅଧିକ ଶକ୍ତ କରିବାକୁ ପଡିବ ।

advance radar systemair force base jammuanti-drone military technologyazerbaijan vs armenia drone warBSFdrone attackdrone attack by terroristsdrone attack saudi arabia 2021drone strike on saudi arabiaDrone strikes at world's largest oil processing facility in Saudidrone warfaredrones bomb attackdrones cheaperindian air forceIndian Armyintelligence agency of Indiajammu airportmilitary intelligencepakistan attacks Indiaradio jammerRAW agencysaudi aramco attackterror attackyemen terrorists drone strikeyemens houthi rebelsଆଜାରବୈଜାନ ଓ ଆର୍ମେନିଆଆଡଭାନ୍ସ ରାଡାର ସିଷ୍ଟମଆଣ୍ଟି ଡ୍ରୋନ୍ ମିଲିଟାରୀ ଟେକ୍ନୋଲୋଜିଆତଙ୍କବାଦର ଅସ୍ତ୍ରଆତଙ୍କବାଦୀଆତଙ୍କବାଦୀଙ୍କ ନୂଆ ହତିଆରଆରମାକୋଋଷ ମଧ୍ୟସ୍ଥତାଜମ୍ମୁ ଘାଟି ଉପରେ ଡ୍ରୋନ୍ ଆକ୍ରମଣଡ୍ରୋନ୍ ଆଟାକଡ୍ରୋନ୍ ବୋମାଡ୍ରୋନ୍ ବ୍ୟବହାରପାକିସ୍ତାନବଡ ତେଲ କମ୍ପାନୀ ଆରମାକୋବିଏସଫଭାରତୀୟ ବାୟୁସେନାଭାରତୀୟ ସୁରକ୍ଷା ଏଜେନ୍ସୀଭାରତୀୟ ସେନାମିଲିଟାରି ଇଣ୍ଟେଲିଜେନ୍ସୟମନର ହୁତି ଆତଙ୍କବାଦୀରେଡିଓ ଜାମରସୁରକ୍ଷା ଏଜେନ୍ସୀ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami