ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି

Above Post Content

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜମ୍ମୁ ଘାଟି ଉପରେ ଡ୍ରୋନ୍ ଆକ୍ରମଣରେ ବଡ଼ ଧରଣର କ୍ଷତି ହୋଇନାହିଁ ସତ କିନ୍ତୁ ଏହା ସୁରକ୍ଷା ଏଜେନ୍ସୀଙ୍କ ନିଦ ଉଡାଇ ଦେଇଛି କିମ୍ବା ଡ୍ରୋନକୁ ନେଇ ସେମାନଙ୍କ ନିଦ ଭାଙ୍ଗି ଦେଇଛି । କାରଣ କିଛି ସମୟ ହେଲା କେବଳ ଭାରତ ନୁହେଁ ପୁରା ଦୁନିଆରେ ‘ଡ୍ରୋନ୍ ଆଟାକ’ ଆତଙ୍କବାଦୀଙ୍କ ନୂଆ ହତିଆର ପାଲଟିଛି । ଏଥିରେ ଖର୍ଚ୍ଚ କମ, ସଫଳତା ହାର ଅଧିକ ଥିବାରୁ ଆତଙ୍କବାଦୀ ଡ୍ରୋନକୁ ହତିଆର ଭାବେ ବ୍ୟବହାର କରୁଛନ୍ତି । ଗତ ଦୁଇ ବର୍ଷ ଭିତରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏଭଳି ଆକ୍ରମଣ ହୋଇଛି । ତେବେ ଭାରତରେ ଏହା ଏଭଳି ପ୍ରଥମ ଆକ୍ରମଣ ଥିଲା

କେଉଁଠୁ ଆରମ୍ଭ ହୋଇଥିଲା ଡ୍ରୋନ୍ ହମଲା ?

After 2nd paragraph post ads

୧୪ ଡିସେମ୍ବର ୨୦୧୯ । ଏହି ଦିନ ପ୍ରଥମ ଥର ପାଇଁ ଆତଙ୍କବାଦୀ ଡ୍ରୋନ୍ ବ୍ୟବହାର କରି ଆକ୍ରମଣ କରିଥିଲେ । ସାଉଦି ଆରବର ସବୁଠାରୁ ବଡ ତେଲ କମ୍ପାନୀ ଆରମାକୋର ଦୁଇଟି ପ୍ଲାଣ୍ଟ୍ ଉପରେ ୟମନରେ ବସିଥିବା ଆତଙ୍କବାଦୀ ଡ୍ରୋନ୍ ଦ୍ୱାରା ହମଲା କରିଥିଲେ । ଏହି ହମଲା ପରେ ଦୁଇଟି ଯାକ ତୈଳକୂପରେ ଭୟଙ୍କର ନିଆଁ ଲାଗିଥିଲା । ଦୁନିଆର ସବୁଠାରୁ ବଡ ତୈଳ କୂପ ଉପରେ ହୋଇଥିବା ଆକ୍ରମଣ କାରଣରୁ ବିଶ୍ୱରେ ତୈଳ ଦର ବୃଦ୍ଧି ପାଇଥିଲା । ମାତ୍ର ଅଳ୍ପ ଟଙ୍କା ଖର୍ଚ୍ଚ କରି ଆତଙ୍କବାଦୀ ବିଶ୍ୱକୁ ଚମକାଇ ଦେବା ସହିତ ନିଜ ଆଡକୁ ଦୃଷ୍ଟି ଆକର୍ଷଣ କରିଥିଲେ । ୟମନର ହୁତି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଉତ୍ତରଦାୟିତ୍ୱ ନେଇଥିଲା । ସାଉଦି ଆରବର ୟମନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପର ଜବାବ ଦେବାକୁ ଏମିତି ଆକ୍ରମଣ କରିଥିଲା ବୋଲି ହୁତି କହିଥିଲା ।

୪୪ ଦିନର ଯୁଦ୍ଧରେ ଜମେଇକି ହୋଇଥିଲା ଡ୍ରୋନ୍ ବ୍ୟବହାର

ଏହା ବ୍ୟତିତ ଆଜାରବୈଜାନ ଓ ଆର୍ମେନିଆ ମଧ୍ୟରେ ହୋଇଥିବା ଯୁଦ୍ଧରେ ମଧ୍ୟ ଡ୍ରୋନକୁ ବହୁଳ ବ୍ୟବହାର କରାଯାଇଥିଲା । ସେପ୍ଟେମ୍ବର ୨୦୨୦ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ୪୪ ଦିନ ଯାଏ ଚାଲିଥିଲା । ନଭେମ୍ବର ମାସରେ ଋଷ ମଧ୍ୟସ୍ଥତାରେ ଯୁଦ୍ଧ ସରିଥିଲା । ଏହି ୪୪ ଦିନରେ ଉଭୟ ପକ୍ଷ ଡ୍ରୋନ୍, ୟୁଏଭି ଓ କ୍ଷେପଣାସ୍ତ୍ରର ବ୍ୟବହାର କରିଥିଲେ । ପ୍ରଥମ ଥର ପାଇଁ ଦୁଇଟି ଦେଶ ପରସ୍ପର ଉପରେ ଆକ୍ରମଣ ପାଇଁ ଡ୍ରୋନ୍ ବ୍ୟବହାର କରିଥିଲେ

Middle post content

ସାଉଦି ଆରବ ଓ ଆଜାରବୈଜନାଠାରୁ ଶିଖୁ ଭାରତ

ସାଉଦି ଆରବ ଓ ଆଜାରବୈଜାନଠାରୁ ଭାରତ ଡ୍ରୋନ୍ ଆକ୍ରମଣ ବାବଦରେ ଶିକ୍ଷା ନେବାର ଅଛି ।ଏହି ଦୁଇ ଦେଶ ଡ୍ରୋନ୍ ଆକ୍ରମଣର ଭୟାବହତାକୁ ଅଙ୍ଗେ ନିଭାଇଛନ୍ତି । ଗତ କିଛି ଦିନ ଧରି ପାକିସ୍ତାନ ମଧ୍ୟ ଏହାକୁ ଆତଙ୍କବାଦର ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଉଦ୍ୟମ ଆରମ୍ଭ କରିଛି । ଆତଙ୍କବାଦୀ ଭାରତ ଭିତରକୁ ଅସ୍ତ୍ର ସପ୍ଲାଏ କରିବାକୁ ଡ୍ରୋନ୍ ବ୍ୟବହାର କରୁଛନ୍ତି । ବିଏସଫ ଓ ଭାରତୀୟ ସେନା ହାତରେ ଏମିତି କିଛି ଡ୍ରୋନ୍ ପଡିଛି ।

ଡ୍ରୋନ୍ କ’ଣ ପାଇଁ ବଡ଼ ମୁଣ୍ଡବିନ୍ଧା ?

ଡ୍ରୋନ୍ ଜରିଆରେ ଆକ୍ରମଣ ସୁରକ୍ଷା ଏଜେନ୍ସିଙ୍କ ପାଇଁ ବଡ ମୁଣ୍ଡବିନ୍ଧା ହେବାର ଗୋଟିଏ କାରଣ ହେଉଛି ଏଥିରେ କମ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଆତଙ୍କବାଦୀଙ୍କ ଟ୍ରେନିଂ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଫିଲ୍ଡ ଆକ୍ରମଣ ତୁଳନାରେ ଅପରେଟିଂ କଷ୍ଟ୍ ବହୁତ କମ । ଆତଙ୍କବାଦୀଙ୍କୁ ପଠାଇ ଆକ୍ରମଣ କରିବାରେ ବିପଦ ରହିଛି କିନ୍ତୁ ଏଥିରେ ସେଭଳି ରିସ୍କ ନାହିଁଡ୍ରୋନ୍ କମ ଉଚ୍ଚତାରେ ଉଡିଥାଏ, ତେଣୁ ଏହାକୁ ରାଡାରରେ ଠାବ କରିବା ସହଜ ନୁହେଁ । ତେଣୁ ଏହା ଏକ ପ୍ରକାର ଅଦୃଷ୍ୟ ଅସ୍ତ୍ର ପାଲଟି ଯାଏ । ଆଗକୁ ଆତଙ୍କବାଦୀ ଭାରତୀୟ ସେନାର ବେସ୍ ଉପରେ ଆକ୍ରମଣ ପାଇଁ ଡ୍ରୋନ୍ ବ୍ୟବହାର କରିବେ ଏଥିରେ ସନ୍ଦେହ ନାହିଁ । ତେଣୁ ଏବେଠାରୁ ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କୁ ଏହା ବିରୋଧରେ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ।

ଭାରତ ପାଖରେ ବିକଳ୍ପ କ’ଣ ?

ଭାରତକୁ ସୀମାରେ ନିଜ ସୁରକ୍ଷା ପାଇଁ ଉପାୟକୁ କଡାକଡି କରିବାକୁ ପଡିବ । ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଆଡଭାନ୍ସ ରାଡାର ସିଷ୍ଟମ, ଆଣ୍ଟି ଡ୍ରୋନ୍ ମିଲିଟାରୀ ଟେକ୍ନୋଲୋଜି, ରେଡିଓ ଜାମର ଆଦିରେ ଭାରତକୁ ଅଧିକ ବ୍ୟୟ କରିବାକୁ ପଡିବ । ଏହାସହିତ ମିଲିଟାରି ଇଣ୍ଟେଲିଜେନ୍ସକୁ ଅଧିକ ଶକ୍ତ କରିବାକୁ ପଡିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami