ଦେଶ ବ୍ୟାପି ଖୋଲିବ ସ୍କୁଲ, କରୋନାର ବଦଳୁଥିବା ରୂପକୁ ଦେଖି ସରକାର ତିଆରି କରୁଛନ୍ତି ଫୁଲପ୍ରୁଫ୍ ମଡେଲ

କେନ୍ଦ୍ର ସରକାର କୋଭିଡ୍ -୧୯ ସମ୍ବନ୍ଧିତ ସବୁ ପ୍ରୋଟକଲର ପାଳନ ସହିତ ଅଫଲାଇନ୍ କ୍ଲାସ ସବୁକୁ ଖୋଲିବା ପାଇଁ ଏକ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି । ଓମିକ୍ରନ୍ ଭାଇରସ ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିବା ପରେ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲର ଅଫଲାଇନ୍ କ୍ଲାସକୁ ବନ୍ଦ କରି ଦିଆଯାଇଛି । କରୋନା ଭାଇରସ ମହାମାରୀ କାରଣରୁ ଛାତ୍ର ମାତ୍ର କମ ସମୟକୁ ଛାଡି ଗଲା ଦୁଇ ବର୍ଷ ହେଲା ଅନ ଲାଇନ୍ କ୍ଲାସ ଜରିଆରେ ପାଠ ପଢୁଛନ୍ତି ।

କୁହାଯାଉଛି ଯେ, ଅଭିଭାବକ ସ୍କୁଲ ଖୋଲିବା ପାଇଁ ଦାବି କରୁଥିବା ବେଳେ କେନ୍ଦ୍ର ସରକାର କୋଭିଡ୍ ସମ୍ବନ୍ଧିତ ସବୁ ନିୟମାବଳି ପାଳନ ପୂର୍ବକ ସ୍କୁଲ ଖୋଲିବା ପାଇଁ ଏକ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି

ସୂଚନାଯୋଗ୍ୟ ଯେ, ମହାମାରୀ ବିଶେଷଜ୍ଞ ଓ ସାର୍ବଜନିକ ନୀତି ବିଶେଷଜ୍ଞ ଚନ୍ଦ୍ରକାନ୍ତ ଲହରିଆ ଓ ସେଣ୍ଟର ଫର ପଲିସି ରିସର୍ଚ୍ଚର ଏକ ଟିମ୍ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆଙ୍କୁ ସାକ୍ଷାତ କରି ୧୬ଶହରୁ ଅଧିକ ଅଭିଭାବକଙ୍କ ସ୍ୱାକ୍ଷରିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଯେଉଁଥିରେ ସ୍କୁଲକୁ ପୁଣିଥରେ ଖୋଲିବା ପାଇଁ ଦାବି କରାଯାଇଥିଲା । କିଛି ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଦାବି ହେଉଛି । ଯଦିଓ କିଛି ଅଭିଭାବକ ଏବେ ସ୍କୁଲ ଖୋଲିବା ପକ୍ଷରେ ନାହାନ୍ତି

ସ୍କୁଲ ଶୀଘ୍ର ଖୋଲିବା ଚାହାନ୍ତି ପିଲା

ସ୍କୁଲ ଶୀଘ୍ର ଖୋଲିବା ପିଲା ଚାହୁଁଛନ୍ତିଟିକାକରଣ ସରିଥିବାରୁ ଅନେକ ରାଜ୍ୟରେ ପିଲା ସ୍କୁଲ ଯିବାକୁ ଚାହୁଁଛନ୍ତିଅନଲାଇନ୍ କ୍ଲାସ୍ ଓ ଅନଲାଇନ୍ ପରିକ୍ଷା ପିଲାଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିଛି ବୋଲି କୁହାଯାଉଛିପିଲାଙ୍କ ସହିତ ଅଭିଭାବକଙ୍କ ଏକ ବିରାଟ ବର୍ଗ ମଧ୍ୟ ସ୍କୁଲ ଖୋଲିବା ପକ୍ଷରେ ଅଛନ୍ତି । ଅନଲାଇନ୍ କ୍ଲାସ କେବଳ ଔପଚାରିକତା ବୋଲି ଅନେକ ଛାତ୍ର କହୁଛନ୍ତି । କ୍ଲାସରେ ବସି ଶିକ୍ଷକଙ୍କ ଉପସ୍ଥିତିରେ ନିଜ ସାଥିଙ୍କ ସହିତ ପଢିବାର ଅଲଗା ଅଭିଜ୍ଞତା ଅଛି ବୋଲି ସେମାନେ କୁହନ୍ତିଏହାସହିତ ଟେକନିକ୍ ସମସ୍ୟା କାରଣରୁ ଅନଲାଇନ୍ କ୍ଲାସ୍ ମଧ୍ୟ ବାଧିତ ହେଉଛି । ତେଣୁ ସ୍କୁଲ ଖୋଲିବା ସପକ୍ଷରେ ଅଧିକ ଦାବି ହେଉଛି ।

central govtcentre for policy researchChandrakant Lahariyacoronavirus pandemiccovid-19 protocolDelhi Deputy Chief Minister Manish SisodiaepidemiologistEpidemiologist and public policy expert Chandrakant Lahariaoffline classomicron coronavirusomicron in Indiaomicron variantomicron virusonline classonline examspolicy expertpublic healthschool openvaccinationvaccinologistଅନ ଲାଇନ୍ କ୍ଲାସଓମିକ୍ରନ୍ ଭାଇରସକରୋନା ଭାଇରସ ମହାମାରୀକେନ୍ଦ୍ର ସରକାରକୋଭିଡ୍ -୧୯ ସମ୍ବନ୍ଧିତ ସବୁ ପ୍ରୋଟକଲଟିକାକରଣଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆମହାମାରୀ ବିଶେଷଜ୍ଞ ଓ ସାର୍ବଜନିକ ନୀତି ବିଶେଷଜ୍ଞ ଚନ୍ଦ୍ରକାନ୍ତ ଲହରିଆସେଣ୍ଟର ଫର ପଲିସି ରିସର୍ଚ୍ଚ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami