ଟିମ୍ ଇଣ୍ଡିଆରେ ବିଦ୍ରୋହର ନିଆଁ, ବିରାଟଙ୍କ ବିରୋଧରେ ରାହାଣେ ଓ ପୂଜାରେ

ଟି୨୦ ଟିମ୍ ଅଧିନାୟକ ପଦରୁ ବିରାଟ ହଟିବା ପରେ ଆଶଙ୍କା କରାଯାଉଥିଲା ଯେ, ପିକଚର ସେଇଆ ନୁହେଁ ଯାହା ଦେଖାଯାଉଛି । ଟିମ୍ ଇଣ୍ଡିଆରେ ଅସଲ ଚିତ୍ର ଅଲଗା କିଛି ଥିଲା । ଧିରେ ଧିରେ ଏବେ ସେହି ଆଶଙ୍କା ସତ ହେବାକୁ ଯାଉଛି ଟିମ୍ ଇଣ୍ଡିଆ ଭିତରେ ମତଭେଦ ରହିଥିବା ଜଣା ପଡିଛିଦଳର ଅନେକ ବରିଷ୍ଠ କ୍ୟାପ୍ଟେନ୍ କୋହଲିଙ୍କୁ ନେଇ ସନ୍ତୁଷ୍ଟ ନଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ବିସିସିଆଇ ସେକ୍ରେଟେରି ଜୟ ଶାହଙ୍କୁ ଅଭିଯୋଗ କରିଥିବା ଜଣା ପଡିଛି । ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରହାଣେ ବିରାଟଙ୍କ ବିରୋଧରେ ଫେରାଦ ହୋଇଥିବା କୁହାଯାଉଛି ।

ଏକ ରିପୋର୍ଟ ଅନୁସାରେ ଜୁନରେ ଟିମ୍ ଇଣ୍ଡିଆ ଇଂଲଣ୍ଡରେ ପହଂଚିବା ପର୍ଯ୍ୟନ୍ତ ପରିସ୍ଥିତି ଠିକ୍ ଥିଲା । କିନ୍ତୁ ୱାର୍ଲଡ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲରେ ନ୍ୟୁଜଲାଣ୍ଡଠାରୁ ମିଳିଥିବା ପରାଜୟ ସବୁକିଛି ବଦଳାଇ ଦେଇଥିଲା । ଖରାପ ବ୍ୟାଟିଂ ପାଇଁ ଏହି ମ୍ୟାଚ୍ ଭାରତ ହାତରୁ ଖସି ଯାଇଥିଲା । ଏଥିପାଇଁ ବିରାଟ କୋହଲି ଦଳର ସିନିୟର ଖେଳାଳୀଙ୍କୁ ଦାୟି କରିଥିଲେ । ମ୍ୟାଚ୍ ହାରିବା ପରେ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ରନ କରିବା ଓ ରନ ସଂଗ୍ରହ କରିବାର ତରିକା ଖୋଜିବାର ମାନସିକତା ରଖିବା ଉଚିତ । ଆପଣ ଆଉଟ୍ ହେବେ ବୋଲି ବହୁତ ଚିନ୍ତା କରିବା ଠିକ୍ ନୁହେଁ ।ଏମିତି କଲେ ଆପଣ ବୋଲରକୁ ନିଜ ଉପରେ ହାବି ହେବାକୁ ଦିଅନ୍ତି’’ ।

ଫାଇନାଲ ପରେ ଟିମ୍ ମାହୋଲ ଖରାପ ହୋଇଥିଲା

ସୂତ୍ର ଅନୁସାରେ ଫାଇନାଲ ମ୍ୟାଚ୍ ହାରିବା ପରେ ବିରାଟ ଡ୍ରେସିଂ ରୁମରେ ପୂଜାରା ଓ ରାହାଣେଙ୍କୁ ନିଜ ମନକଥା କହିଥିଲେ । ସେ ପୂଜାରାଙ୍କ ସ୍ଲୋ ଷ୍ଟ୍ରାଇକ୍ ରେଟକୁ ନେଇ ପ୍ରଶ୍ନ ଉଠାଇବା ସହିତ ରାହାଣେଙ୍କ ଖରାପ ଫର୍ମକୁ ମଧ୍ୟ ଟାର୍ଗେଟ୍ କରିଥିଲେ । ଟିମ୍ ଭିତରେ ହୋଇଥିବା ଏହି ଭିଡାଭିଡି ବଡ ରୂପ ନେଇଥିଲା । ଫାଇନାଲ ପରେ ଦୁଇ ସପ୍ତାହ ପାଇଁ ଟିମ୍ ଇଣ୍ଡିଆ ବ୍ରେକରେ ଥିଲା । ଏହି ସମୟରେ ଦୁଇ ସିନିୟର ଖେଳାଳୀ ବିସିସିଆଇ ପାଖରେ ବିରାଟଙ୍କ ବ୍ୟବହାରକୁ ନେଇ ଅଭିଯୋଗ କରିଥିଲେ । ଉଭୟ ଜୟ ଶାହାଙ୍କୁ କଲ କରି ଘଟଣାର ସୂଚନା ଦେଇଥିଲେ । ଫଳରେ ବିସିସିଆଇକୁ ଦଖଲ ଦେବାକୁ ପଡିଥିଲା ।

କୋହଲି ହରାଇ ପାରନ୍ତି ୱାନଡେ ଅଧିନାୟକତ୍ୱ

ସୂଚନା ଅନୁସାରେ ଜୟଙ୍କୁ ଆସିଥିବା ଫୋନ୍ କଲ ପରେ ବିସିସିଆଇ ବାକି ଖେଳାଳୀଙ୍କ ଫିଡ୍ ବ୍ୟାକ୍ ଏହି ମାମଲା ଉପରେ ନେଇଥିଲା । ଫିଡ୍ ବ୍ୟାକ୍ ନେବା ପରେ ବିସିସିଆଇ ଇଂଲଣ୍ଡ ଗସ୍ତ ପରେ ଅନ୍ତିମ ନିଷ୍ପତ୍ତି ନେବାକୁ ସ୍ଥିର କରିଥିଲା । କାମ ଚାପ ଯୋଗୁ ଟି ୨୦ ଅଧିନାୟକତ୍ୱ ଛାଡିଥିବା କୋହଲି କହୁଥିଲେ ମଧ୍ୟ ଆଗକୁ ତାଙ୍କୁ ଦିନିକିଆ ମ୍ୟାଚର କ୍ୟାପ୍ଟେନ ପଦରୁ ମଧ୍ୟ ବିଦା ହେବାକୁ ପଡିପାରେ ।

ajinkya rahanebcci secretarycaptain kohlicheteswar pujaraDisagreement within Team IndiaIndian cricket teamindian teamjay shahkohlipujarapujara slow strike raterahanerahane and pujara against kohlirahane poor formt20 captaincyteam Indiavirat kohliworld test championship final losswtc finalଅଂଜିକେୟ ରହାଣେକ୍ୟାପ୍ଟେନ୍ କୋହଲିଚେତେଶ୍ୱର ପୂଜାରାଟିମ୍ ଇଣ୍ଡିଆଟିମ୍ ଇଣ୍ଡିଆ ଭିତରେ ମତଭେଦପୂଜାରାଙ୍କ ସ୍ଲୋ ଷ୍ଟ୍ରାଇକ୍ ରେଟବିରାଟଙ୍କ ବିରୋଧରେବିସିସିଆଇ ସେକ୍ରେଟେରି ଜୟ ଶାହରାହାଣେଙ୍କ ଖରାପ ଫର୍ମୱାର୍ଲଡ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami