ଟିମ୍ ଇଣ୍ଡିଆରେ ବିଦ୍ରୋହର ନିଆଁ, ବିରାଟଙ୍କ ବିରୋଧରେ ରାହାଣେ ଓ ପୂଜାରେ

Above Post Content

ଟି୨୦ ଟିମ୍ ଅଧିନାୟକ ପଦରୁ ବିରାଟ ହଟିବା ପରେ ଆଶଙ୍କା କରାଯାଉଥିଲା ଯେ, ପିକଚର ସେଇଆ ନୁହେଁ ଯାହା ଦେଖାଯାଉଛି । ଟିମ୍ ଇଣ୍ଡିଆରେ ଅସଲ ଚିତ୍ର ଅଲଗା କିଛି ଥିଲା । ଧିରେ ଧିରେ ଏବେ ସେହି ଆଶଙ୍କା ସତ ହେବାକୁ ଯାଉଛି ଟିମ୍ ଇଣ୍ଡିଆ ଭିତରେ ମତଭେଦ ରହିଥିବା ଜଣା ପଡିଛିଦଳର ଅନେକ ବରିଷ୍ଠ କ୍ୟାପ୍ଟେନ୍ କୋହଲିଙ୍କୁ ନେଇ ସନ୍ତୁଷ୍ଟ ନଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ବିସିସିଆଇ ସେକ୍ରେଟେରି ଜୟ ଶାହଙ୍କୁ ଅଭିଯୋଗ କରିଥିବା ଜଣା ପଡିଛି । ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରହାଣେ ବିରାଟଙ୍କ ବିରୋଧରେ ଫେରାଦ ହୋଇଥିବା କୁହାଯାଉଛି ।

ଏକ ରିପୋର୍ଟ ଅନୁସାରେ ଜୁନରେ ଟିମ୍ ଇଣ୍ଡିଆ ଇଂଲଣ୍ଡରେ ପହଂଚିବା ପର୍ଯ୍ୟନ୍ତ ପରିସ୍ଥିତି ଠିକ୍ ଥିଲା । କିନ୍ତୁ ୱାର୍ଲଡ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲରେ ନ୍ୟୁଜଲାଣ୍ଡଠାରୁ ମିଳିଥିବା ପରାଜୟ ସବୁକିଛି ବଦଳାଇ ଦେଇଥିଲା । ଖରାପ ବ୍ୟାଟିଂ ପାଇଁ ଏହି ମ୍ୟାଚ୍ ଭାରତ ହାତରୁ ଖସି ଯାଇଥିଲା । ଏଥିପାଇଁ ବିରାଟ କୋହଲି ଦଳର ସିନିୟର ଖେଳାଳୀଙ୍କୁ ଦାୟି କରିଥିଲେ । ମ୍ୟାଚ୍ ହାରିବା ପରେ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ରନ କରିବା ଓ ରନ ସଂଗ୍ରହ କରିବାର ତରିକା ଖୋଜିବାର ମାନସିକତା ରଖିବା ଉଚିତ । ଆପଣ ଆଉଟ୍ ହେବେ ବୋଲି ବହୁତ ଚିନ୍ତା କରିବା ଠିକ୍ ନୁହେଁ ।ଏମିତି କଲେ ଆପଣ ବୋଲରକୁ ନିଜ ଉପରେ ହାବି ହେବାକୁ ଦିଅନ୍ତି’’ ।

After 2nd paragraph post ads

ଫାଇନାଲ ପରେ ଟିମ୍ ମାହୋଲ ଖରାପ ହୋଇଥିଲା

Middle post content

ସୂତ୍ର ଅନୁସାରେ ଫାଇନାଲ ମ୍ୟାଚ୍ ହାରିବା ପରେ ବିରାଟ ଡ୍ରେସିଂ ରୁମରେ ପୂଜାରା ଓ ରାହାଣେଙ୍କୁ ନିଜ ମନକଥା କହିଥିଲେ । ସେ ପୂଜାରାଙ୍କ ସ୍ଲୋ ଷ୍ଟ୍ରାଇକ୍ ରେଟକୁ ନେଇ ପ୍ରଶ୍ନ ଉଠାଇବା ସହିତ ରାହାଣେଙ୍କ ଖରାପ ଫର୍ମକୁ ମଧ୍ୟ ଟାର୍ଗେଟ୍ କରିଥିଲେ । ଟିମ୍ ଭିତରେ ହୋଇଥିବା ଏହି ଭିଡାଭିଡି ବଡ ରୂପ ନେଇଥିଲା । ଫାଇନାଲ ପରେ ଦୁଇ ସପ୍ତାହ ପାଇଁ ଟିମ୍ ଇଣ୍ଡିଆ ବ୍ରେକରେ ଥିଲା । ଏହି ସମୟରେ ଦୁଇ ସିନିୟର ଖେଳାଳୀ ବିସିସିଆଇ ପାଖରେ ବିରାଟଙ୍କ ବ୍ୟବହାରକୁ ନେଇ ଅଭିଯୋଗ କରିଥିଲେ । ଉଭୟ ଜୟ ଶାହାଙ୍କୁ କଲ କରି ଘଟଣାର ସୂଚନା ଦେଇଥିଲେ । ଫଳରେ ବିସିସିଆଇକୁ ଦଖଲ ଦେବାକୁ ପଡିଥିଲା ।

କୋହଲି ହରାଇ ପାରନ୍ତି ୱାନଡେ ଅଧିନାୟକତ୍ୱ

ସୂଚନା ଅନୁସାରେ ଜୟଙ୍କୁ ଆସିଥିବା ଫୋନ୍ କଲ ପରେ ବିସିସିଆଇ ବାକି ଖେଳାଳୀଙ୍କ ଫିଡ୍ ବ୍ୟାକ୍ ଏହି ମାମଲା ଉପରେ ନେଇଥିଲା । ଫିଡ୍ ବ୍ୟାକ୍ ନେବା ପରେ ବିସିସିଆଇ ଇଂଲଣ୍ଡ ଗସ୍ତ ପରେ ଅନ୍ତିମ ନିଷ୍ପତ୍ତି ନେବାକୁ ସ୍ଥିର କରିଥିଲା । କାମ ଚାପ ଯୋଗୁ ଟି ୨୦ ଅଧିନାୟକତ୍ୱ ଛାଡିଥିବା କୋହଲି କହୁଥିଲେ ମଧ୍ୟ ଆଗକୁ ତାଙ୍କୁ ଦିନିକିଆ ମ୍ୟାଚର କ୍ୟାପ୍ଟେନ ପଦରୁ ମଧ୍ୟ ବିଦା ହେବାକୁ ପଡିପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami