ମା’ର ମୃତଦେହକୁ ଶ୍ମଶାନରେ ରଖି ତିନିଝିଅଙ୍କ ଜମି ଭାଗବଣ୍ଟା

Above Post Content

ନୂଆଦିଲ୍ଲୀ:ଶଶ୍ମାନରେ ପଡ଼ି ରହିଛି ମା’ର ମୃତଦେହ । କେହି ମୁଖାଗ୍ନୀ ଦେଉ ନ ଥିଲେ । କାରଣ ତିନି ଝିଅଙ୍କ ଜମି ଭାଗ ଛିଣ୍ଡୁ ନ ଥିଲା । ଯେପର୍ଯ୍ୟନ୍ତ ଜମି ଭାଗବଣ୍ଟା ନ ହୋଇଛି, ସେ ପର୍ଯ୍ୟନ୍ତ ମୃତଦେହ ଏମିତି ଶ୍ମଶାନରେ ପଡ଼ି ରହିବ ବୋଲି ଜିଦ୍ ଧରିଲେ ତିନି ଝିଅ । ଘଣ୍ଟେ କି ୨ ଘଣ୍ଟା ନୁହେଁ, ଦୀର୍ଘ ୯ ଘଣ୍ଟା ଧରି ଶ୍ମଶାନରେ ଚାଲିଥିଲା ହାଇଭୋଲଟେଜ୍ ଡ଼୍ରାମା । ଏହି ଖବର ପ୍ରଚାର ହେବା ପରେ ଧୀରେ ଧୀରେ ଶ୍ମଶାନରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମଥୁରାରେ ।

୯ ଘଣ୍ଟା ଧରି ଶ୍ମଶାନରେ ପଡ଼ି ରହିଲା ମୃତଦେହ

After 2nd paragraph post ads
Middle post content

ଉତ୍ତରପ୍ରଦେଶର ମଥୁରାରେ ରହୁଥିବା ୮୫ବର୍ଷୀୟ ବୃଦ୍ଧା ପୁଷ୍ପାଙ୍କ ମୃତ୍ୟୁ ହୋଇଥିଲା । ପୁଷ୍ପାଙ୍କର ଥିଲେ ତିନି ଝିଅ ମିଥିଲେଶ, ସୁନୀତା ଓ ଶଶି । ସମସ୍ତେ ବିବାହ କରି ସାରିଛନ୍ତି । ମାଙ୍କ ମୃତ୍ୟୁ ଖବର ପାଉ ପାଉ ପହଞ୍ଚିଗଲେ ଝିଅମାନେ । ଅନ୍ତିମ ସଂସ୍କାର ପାଇଁ ପୁଷ୍ପାଙ୍କୁ ନିଆଗଲା ମସାନିସ୍ଥିତ ଶ୍ମଶାନ । ମାଆଙ୍କ ଅନ୍ତିମ ସଂସ୍କାର କିପରି ସୁରୁଖୁରରେ ହେବ ସେ ନେଇ ଚିନ୍ତା କାହାରି ନ ଥିଲା । ହଠାତ୍ ଶ୍ମଶାନରେ ଚାଲିଲା ହାଇଭୋଲଟେଜ୍ ଡ଼୍ରାମା । ଜମି ଭାଗବଣ୍ଟା ଯେ ପର୍ଯ୍ୟନ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ଜିଦ୍ ଧରିଲେ ତିନି ଝିଅ । କଥା କଟାକଟି ବି ଆରମ୍ଭ ହୋଇଗଲା । ମୃତ ମା’ ସେମିତି ଶ୍ମଶାନରେ ୮ରୁ୯ ଘଣ୍ଟା ପଡ଼ି ରହିଥିଲେ । କେହି ବି ତାଙ୍କୁ ମୁଖାଗ୍ନୀ ଦେଇ ନ ଥିଲେ । ଏମିତି କି ଅନ୍ତିମ ସଂସ୍କାର ପାଇଁ ଆସିଥିବା ବ୍ରାହ୍ମଣ ମଧ୍ୟ ଫେରି ଯାଇଥିଲେ ।

ହାଇଭୋଲଟେଜ ଡ୍ରାମାକୁ ସମ୍ପର୍କୀୟଙ୍କ ନିନ୍ଦା

ଅଭିଯୋଗ ହୋଇଥିଲା କି ପୁଷ୍ପାଙ୍କ ବଡ଼ ଝିଅ ମିଥିଲେଶ କିଛିଦିନ ହେବ ବାପ ଘରେ ଆସି ରହୁଥିଲେ । ସେ ମା’କୁ ଫୁସୁଲାଇ କାହାକୁ କିଛି ନ କହି ଦେଢ଼ ଏକର ଜମି ବିକ୍ରି କରି ଦେଇଥିଲେ । ପୁଷ୍ପାଙ୍କ ମୃତ୍ୟୁ ପରେ ସମସ୍ତ ରୀତିନୀତିରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନିଆଯାଇଥିଲା । ଏହି ସମୟରେ ପୁଷ୍ପାଙ୍କ ଅନ୍ୟ ଦୁଇଝିଅ ସୁନୀତା ଓ ଶଶି ଭଉଶୀ ମିଥିଲେଶଙ୍କ ଏହି ଚଲାଖି ସମ୍ପର୍କରେ ଖବର ପାଇ ଶ୍ମଶାନକୁ ଯାଇ ଅନ୍ତିମ ସଂସ୍କାର ଅଟାକାଇଥିଲେ । ସଠିକ ଭାବେ ଜମି ଭାଗବଣ୍ଟା ପାଇଁ ଅଡି ବସିଥିଲେ । ଶେଷର କିଛି ବରିଷ୍ଠଲୋକ ଓ ଅମିନଙ୍କ ହସ୍ତପେକ୍ଷ ପରେ ସୂଚାରୁରୂପେ ଜମି ଭାଗବଣ୍ଟା ହୋଇଥିଲା । ଘଣ୍ଟାଘଣ୍ଟା ଧରି ଶ୍ମଶାନରେ ତିନିଝିଙ୍କ ହାଏଭୋଲଟେଜ ଡ୍ରାମା ଦେଖି ମୃତକଙ୍କ ପରିବାରଲୋକ ନିନ୍ଦା କରିବା ସହିତ ବିଚଳିତ ହୋଇପଡ଼ିଥିଲେ । ଶେଷରେ ଷ୍ଟାମ୍ପ ସହିତ ଝିଅମାନଙ୍କ ମଧ୍ୟରେ ଜମି ଭାଗବଣ୍ଟା ହୋଇଥିଲା । ପରେ ପୁଷ୍ପାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami