ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରବ୍ ଟାଇଫସ୍‌, ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ

Above Post Content

ଭୁବନେଶ୍ୱର : ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ରକ୍ତ ନମୁନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି । କୃଷି ସଚିବ ଅରବିନ୍ଦ ପାଢ଼ୀ ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷା କରାଇଥିଲେ । ଏବେ ନମୁନା ପରୀକ୍ଷା ପଜିଟିଭ ଆସିଛି । ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

Middle post content

ରାଜ୍ୟର ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ିଦେଲେ, ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରବ୍ ଟାଇଫସ । କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ଏହା ବ୍ୟାପିଲାଣି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଛି । ସେଥିରୁ ୨୮୨୦ ସ୍କ୍ରବ୍ ଟାଇଫସ ପଜିଟିଭ୍ ଚିହ୍ନଟ ହେଲେଣି । କେନ୍ଦ୍ରୀୟ ଟିମ ସ୍କ୍ରବ୍ ଟାଇଫସ ସମୀକ୍ଷା କରିବାକୁ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୁର୍ଲା ମେଡିକାଲ ଯାଇଥିଲେ । ସେମାନେ ଓଡ଼ିଶାର ମୁକାବିଲା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କାରଣ ୨୦୧୯ରୁ ଓଡ଼ିଶା ସ୍କ୍ରବ୍ ଟାଇଫସ ଟେଷ୍ଟିଙ୍ଗ କରୁଛି । ସେମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ଆମକୁ ଟେଷ୍ଟିଙ୍ଗ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପାଇଁ ସେମାନେ ମୌଖିକ ଭାବେ ପରାମର୍ଶ ଦେଇଛନ୍ତି । ଖୁବ ଶୀଘ୍ର ସେମାନେ ଲିଖିତ ସୁପାରିଶ ଦେବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେବୁ ।

After 2nd paragraph post ads

ରାଜ୍ୟ ସରକାରଙ୍କ ଟିମ ମଧ୍ୟ ବରଗଡ ଓ ସୁନ୍ଦରଗଡ଼ ଯାଇ ମୃତ୍ୟୁ ନେଇ ଯାଞ୍ଚ କରିଥିଲେ । ସମସ୍ତ ମୃତ୍ୟୁକୁ ଦ୍ୱନ୍ଦ୍ୱ ରହିଛି । କାରଣ ଘରୋଇ ହସ୍ପିଟାଲରେ ସେମାନଙ୍କ ମୃତ୍ୟୁ ହୋଇଛି । ଘରୋଇ ହସ୍ପିଟାଲରେ ଏଲିଶା ବଦଳରେ ରାପୀଡ଼ ଟେଷ୍ଟ ହେଉଛି । ହେଲେ କେବଳ ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ର୍ୱ ଟାଇଫସ ରୋଗ ଚିହ୍ନଟ କରି ପାରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami