ଜୋସ୍ +ହୋସ୍ = ଅଗ୍ନିବୀର, ମୋବାଇଲ ଓ ବୋମା ଦ୍ୱାରା କ’ଣ ବୁଝାଇଲା ସେନା ?

Above Post Content

ଦେଶବ୍ୟାପୀ ଅଗ୍ନିପଥ ଯୋଜନାକୁ ନେଇ ବିଭିନ୍ନ ରାଜ୍ୟରେ ହିଂସତ୍ମକ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ରବିବାର ଦିନ ତିନି ସେନାର ମିଳିତ ସାମ୍ବାଦିକ ସମ୍ମିଳନୀରେ ଆଶାୟୀ ସୈନିକଙ୍କୁ ଅଗ୍ନିପଥ ଯୋଜନା ବାବଦରେ ବୁଝାଇଛନ୍ତି । ଏହା ସହିତ ଚେତାବନୀ ଦେଇଛନ୍ତି ଯେ, ପୋଲିସ ଫାଇଲ୍ କ୍ଲିନ୍ ନଥିଲେ ସେନାରେ ଚାକିରି ମିଳିବ ନାହିଁ । କ’ଣ ପାଇଁ ସେନା ଅଗ୍ନିପଥ ଯୋଜନାକୁ ଗ୍ରହଣ କଲା ତାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଶଦ ଆଲୋଚନା କରିଥିଲେ ତିନିସେନାର ବରିଷ୍ଠ ଅଧିକାରୀ । ଆସନ୍ତୁ ୮ ଟି ବିନ୍ଦୁରେ ଜାଣିବା ସେନା କ’ଣ କହି ଅଗ୍ନିପଥକୁ ନେଇ ଥିବା ଦ୍ୱନ୍ଦ୍ୱକୁ ଦୁର କରିବା ଚେଷ୍ଟା କରିଛି..

୧. ପ୍ରତିରକ୍ଷା ବିଭାଗ ତରଫରୁ ଲେଫ୍ଟନାଣ୍ଟ୍ ଜେନରାଲ ଅନିଲ ପୁରୀ କ’ଣ ପାଇଁ ନୂଆ ନିଯୁକ୍ତି ସିଷ୍ଟମ ଆସିଲା କହିଥିଲେ । ସେନାର ବଢୁଥିବା ବୟସର ଉଦାହରଣ ଦେଇ ସେ କହିଥିଲେ ଯେ, ଦେଶର ରକ୍ଷକ ସେନାର ବୟସ ୩୨ ବର୍ଷ ହେବା କ’ଣ ଠିକ୍ ? ଏହାକୁ ନେଇ ସେନା ଅଧିକାରୀ ବିଭିନ୍ନ ଦେଶର ସିଷ୍ଟମକୁ ଅଧ୍ୟୟନ କରିବା ପରେ ଏହି ନିଷ୍ପତି ନେଇଥିବା ସେ କହିଥିଲେ ।

After 2nd paragraph post ads

୨. ସେନା ତରଫରୁ କୁହାଯାଇଥିଲା ଯେ, ଆଜିର ପିଲା ମୋବାଇଲ ସହ ଜନ୍ମ ହେଉଛନ୍ତି । ସେମାନେ ନୂଆ ଟେକ୍ନୋଲୋଜିକୁ ଅଧିକ ଭଲ ଭାବେ ବୁଝି ପାରୁଛନ୍ତି । ଆଜିର ସମୟରେ ଯୁଦ୍ଧ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ । ନୂଆ ନୂଆ ଟେକ୍ନୋଲୋଜି ଆସି ସାରିଛି । ଏଣୁ ଆମ ସୈନିକ ସବୁବେଳେ ଓ ସବୁ ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ।

୩. ଦେଶ ସେବାରେ ଯଦି କୌଣସି ଅଗ୍ନିବୀର ପ୍ରାଣବଳୀ ଦିଅନ୍ତି ତେବେ ତାଙ୍କ ପରିବାରକୁ ଏକ କୋଟିର କ୍ଷତିପୁରଣ ମିଳିବ ବୋଲି ସେନା ସ୍ପଷ୍ଟ କରିଛି । ପ୍ରତିବର୍ଷ ୧୭ ହଜାର ୬ଶହ ସୈନିକ ତିନି ସେନାରୁ ସମୟ ପୂର୍ବରୁ ଅବସର ନେଉଛନ୍ତି । ତେବେ କେବେ କେହି ସେମାନଙ୍କୁ ପଚାରିଛି କି ସେମାନେ ସମୟ ଆଗରୁ ଅବସର ନେଇ କ’ଣ କରୁଛନ୍ତି ?

Middle post content

୪. ଜନସଂଖ୍ୟାର ଲାଭ ସେନା ଉଠାଇବାର ଆବଶ୍ୟକତା ରହିଛି । ସେନା ଯୁବରକ୍ତ ଆବଶ୍ୟକ କରେ । ସେନା ଅଧିକାରୀ ଅନିଲ ପୁରୀ କହିଥିଲେ ଯେ, ଆଜି ଯବାନଙ୍କୁ ଯେଉଁ ଆଲାଉନ୍ସ ମିଳୁଛି ଅଗ୍ନିବୀରଙ୍କୁ ତା’ଠାରୁ ଅଧିକ ମିଳିବ ।

୫. ଲେ.ଜେନରାଲ ଅନିଲ ପୁରୀ କହିଥିଲେ ଯେ, ‘‘ ଆମାଜନ,ଫ୍ଲିପକାର୍ଟର ନାମ ଆପଣ ଆଜି ଶୁଣୁଥିବେ.. ଆମେ ଯେବେଠାରୁ ଛିଡା ହୋଇଛୁ ସେବେଠାରୁ ଏହା କରି ଆସୁଛୁ । ବାସ୍ ଆମେ ପ୍ୟାକେଟ୍ ବଦଳରେ ବୋମା ନେଇ ଯାଉ’’

୬. ବାୟୁସେନା ତରଫରୁ ଏୟାର ମାର୍ଶାଲ ଏସ କେ ଝା କହିଥିଲେ ଯେ, ୨୪ ଜୁନରୁ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବର ୩୧ ସୁଧା ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ସାମିଲ ହେବେ । ୩୦ ଡିସେ

୭. ଲେ.ଜେନରାଲ ଅନିଲ ପୁରୀ କହିଥିଲେ ଯେ, ଅଗ୍ନିପଥ ଯୋଜନା ବିରୋଧରେ ଯୁବକଙ୍କୁ ଉସକା ଯାଉଛି । ସେ ଏଥିପାଇଁ କୋଚିଂ ସଂଚାଳକଙ୍କୁ ଦାୟୀ କରିଥିଲେ । ପୁରୀ କହିଥିଲେ ଯେ, ପ୍ରତି ଆବେଦକଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡିବ ଯେ,ସେ ବିରୋଧ ପ୍ରଦର୍ଶନରେ ସାମିଲ ହୋଇନଥିଲେ । ତାଙ୍କ ବିରୋଧରେ କୌଣସି କେସ୍ ଦାୟର ହୋଇ ନାହିଁ ।

୮. ପୁରୀ କହିଥିଲେ ଯେ, ଯେଉଁମାନେ ଏଣେତେଣେ ବୁଲୁଛନ୍ତି ସେମାନେ ସମୟ ନଷ୍ଟ ନକରି ନିଜକୁ ଟେଷ୍ଟ ପାଇଁ ପ୍ରସ୍ତୁତ କରନ୍ତୁ । କାରଣ ଶାରିରିକ ପରୀକ୍ଷା ପାସ କରିବା ସହଜ ନୁହେଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami