ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଗଲା ଅଗର ଖନନ ମେସିନ

Above Post Content

୧୩ ଦିନ ହେଲାଣି ଉତ୍ତରାଖଣ୍ଡ ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଶ୍ରମିକ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି଼ । ସେମାନଙ୍କୁ ଉଦ୍ଧାର କରିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତେ ଲାଗିପଡ଼ିଛନ୍ତି । ଏବେ ଏହି ଶ୍ରମିକଙ୍କ ପାଇଁ ସାହା ହୋଇଛି ହୀରାକୁଦର ସ୍ୱତନ୍ତ୍ର ଅଗର ମେସିନ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଯାଇଛି ହୀରାକୁଦରୁ ସ୍ୱତନ୍ତ୍ର ଅଗର ମେସିନ ।

ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିିଛି ଶ୍ରମିକ ଉଦ୍ଧାର କାର୍ଯ୍ୟ

After 2nd paragraph post ads
Middle post content

ନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ । ଏହି ସ୍ୱତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର । ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆଯାଇଥିଲା । ସେଠାରୁ ଏକ ଟ୍ରଲରରେ ଗ୍ୱାଲିୟର ନିଆଯାଇଥିଲା । ଗ୍ୱାଲିୟରରୁ ବାୟୁସେନାର ବିମାନରେ ଉତ୍ତରକାଶୀକୁ ନିଆଯାଇଛି । ଏହାର ଓଜନ ହେଉଛି ୩୮୦ ଟନ । ତେଣୁ ଭାଗ ଭାଗ କରି ନିଆଯାଇଛି । ଉତ୍ତରକାଶୀରେ ପୁଣି ଆସେମ୍ବୁଲ୍ କରି କାମରେ ଲଗାଯିବ । ଅନ୍ୟପକ୍ଷରେ ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କରିବା ପାଇଁ ଚାଲିଥିବା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିିଛି । ଏପର୍ଯ୍ୟନ୍ତ ସମୁଦାୟ ୪୮ ମିଟର ପାଇପ୍ ଡ୍ରିଲିଂ କରାଯାଇ ସରିଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଆଉ ୧୬.୨ ମିଟର ଡ୍ରିଲିଂ ବାକି ଥିବା ଜଣାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ୪୧ ଶ୍ରମିକଙ୍କ ସହ କଥା ହୋଇ ଆଶ୍ୱାସନା ଦେଇଥିଲେ । ଏଥିସହ ଟନେଲ୍ ବାହାରେ କ୍ୟାମ୍ପ ଅଫିସ୍ କରି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ।

ଡ଼୍ରୋନ୍ ସାହାଯ୍ୟରେ କରାଯାଉଛି ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ

ଗତ ରାତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆମେରିକାରୁ ଆସିଥିବା ଅଗର ଡ୍ରିଲିଂ ମେସିନ ଭାଙ୍ଗି ଯାଇଛି । ଫଳରେ ଡ୍ରିଲିଂ ବନ୍ଦ ରହିଛି । ତେଣୁ ଆଜି ସେମାନଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଛି । ଗୁରୁବାର ସକାଳ ସୁଦ୍ଧା ଶ୍ରମିକମାନେ ବାହାରକୁ ଆସିଯିବେ ବୋଲି କୁହାଯାଉଥିଲା । କିନ୍ତୁ ଡ୍ରିଲିଂରେ ସମସ୍ୟା ଓ ମେସିନ୍ ଖରାପ ହେବା ଯୋଗୁଁ ମିଶନ୍ ବନ୍ଦ ରହିଥିଲା । ସୁଡ଼ଙ୍ଗ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଅସୁସ୍ଥ ଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଚିକିତ୍ସିତ କରାଯିବ । ସେଥିପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି । ଟନେଲ ମଧ୍ୟରୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୯ ଏଜେନ୍ସି ନିୟୋଜିତ ଅଛନ୍ତି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami