ଟନେଲ ଭିତରୁ ବାହାରିଲେ ସମସ୍ତ ଓଡ଼ିଆ ଶ୍ରମିକ, ପରିବାରରେ ଖୁସିର ଲହରୀ

Above Post Content

ଭୁବନେଶ୍ୱର : ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହି ମରଣ ସହ ସଂଘର୍ଷ କରୁଥିବା ୪୧ ଶ୍ରମିକଙ୍କୁ ଆଜି ଉଦ୍ଧାର କରାଯାଇଛି । ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଉଦ୍ଧାର ହୋଇଛନ୍ତି । ଦୁର୍ଗମ ଅଞ୍ଚଳର ପାହାଡ଼ର ଛାତି ଚିରି ଟନେଲ ଭିତରୁ ଏନ୍‌ଡିଆରଏଫ, ଏସ୍‌ଡିଆରଏଫ୍‌, ସେନାର କର୍ମଚାରୀମାନେ ଗତ ୧୨ ତାରିଖ ଠାରୁ ଏହି ଟନେଲ ଭିତରେ ଫସିରହିଥିବା ଶ୍ରମିକମାନଙ୍କୁ ୧୭ ଦିନ ପରେ ଉଦ୍ଧାର କରିଛନ୍ତି ।

ମିଠା ବାଣ୍ଟିବା ସହ ବାଣ ଫୁଟାଇଛନ୍ତି ପରିବାର ଲୋକେ

After 2nd paragraph post ads
Middle post content

ଓଡ଼ିଶାର ୫ ଜଣ ଶ୍ରମିକ ଟନେଲ ଭିତରୁ ଉଦ୍ଧାର ହେବା ପରେ ସେମାନଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର, ନବରଂଗପୁର ଜିଲ୍ଲା ଡାବୁଗାଁ ଅଧୀନ ତାଲବେଡ଼ା, ମୟୂରଭଂଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଳଡିହା, ବାଙ୍ଗିରିପୋଷୀ ଥାନା ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ଯୋଗୀବନ୍ଧ ଓ ବେଢ଼ାକୁଦର ଗାଁରେ ଲୋକେ ଅଧିକ ଉତ୍ସାହିତ ହୋଇଛନ୍ତି । ସାନକୃଷ୍ଣପୁର ଗାଁର ତପନ ମଣ୍ଡଳଙ୍କ ପରିବାର ଖୁସିରେ ମିଠା ବାଣ୍ଟିଛନ୍ତି । ସେହିପରି ରାଇରଂଗପୁରରେ ଲୋକେ ଦୀପାବଳି ଭଳି ବାଣ ଫୁଟାଇଛନ୍ତି । ଶ୍ରମିକଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ଅଧିକ ଖୁସି ଦେଖାଯାଇଛନ୍ତି ।

ସୁସ୍ଥ ହେବା ପରେ ଓଡ଼ିଶା ଆସିବେ ଶ୍ରମିକ

ତେବେ ୧୭ଦିନ ପରେ ଶ୍ରମିକଙ୍କ ଉଦ୍ଧାର ହେବା ନେଇ ସୂଚନା ମିଳିବା ପରେ ସମସ୍ତଙ୍କ ଉତ୍କଣ୍ଠା ବଢିବାରେ ଲାଗିଥିଲା । ଶ୍ରମିକମାନେ ଟନେଲ ଭିତରୁ ଉଦ୍ଧାର ହେଲା ପରେ ସେମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଆ ଶ୍ରମିକମାନେ ସେଠାରେ ସୁସ୍ଥ ହେଲା ପରେ ଫେରି ଆସିବେ । ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିବାର ଲୋକେ ଓଡ଼ିଆ ଶ୍ରମିକମାନଙ୍କୁ ଓଡ଼ିଶା ନେଇ ଆସିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami