ସୁନ୍ଦରୀ ହେବାର ନିଶା, ପ୍ଲାଷ୍ଟିକ୍ ସର୍ଜରୀ ନେଲାଣି ଦୁଇ ଜଣ ହିରୋଇନଙ୍କ ଜୀବନ

Above Post Content

ଗ୍ଲାମର ଜଗତର ଝିଲମିଲ ଦୁନିଆ କ୍ୟାମେରା ପଛରେ ଢେର କଳା ସ୍କ୍ରିନ ଉପରେ ପରଫେକ୍ଟ ଲୁକର ଚାପ ଜୀବନ ଉପରେ ପକାଇଥାଏ ଛାପ । ସୁନ୍ଦର ଚେହେରାର ଅର୍ଥ ନୁହେଁ ପ୍ରାକୃତିକଗ୍ଲାମର ଦୁନିଆରେ ନେଚୁରାଲ ବିୟୁଟିର ପରିଭାଷା ବଦଳିଯାଏସ୍ଲିମ୍ ଟ୍ରିମ୍ ସେପ୍ ପାଇଁ ଶରିର ପାଲଟେ ଏକ୍ସପେରିମେଣ୍ଟର ଲାବ୍ରୋଟରି । ଯାହାର ଫଳାଫଳ ଭୟଙ୍କର ହୁଏ ।

ସୁଢଳ ଶରୀର ନୁହେଁ ସୁନ୍ଦରତାର ନୂଆ ଆଧୁନିକ ପରିଭାଷା ହେଉଛି ଜିରୋ ଫିଗର । ଜିରୋ ଫିଗର ପାଇଁ ପରଦା ଉପରେ ଚମକୁ ଥିବା ଅଭିନେତ୍ରୀ ସବୁ କେବଳ ଜିମରେ ୱାର୍କଆଉଟ୍ କରନ୍ତି ନାହିଁ । ସେମାନେ ମଧ୍ୟ ସର୍ଜରୀ ଟେବୁଲ ଉପରକୁ ଯାଆନ୍ତି । କିଛି ନିଜ ମନମୁତାବକ ଚେହାରେ ପାଆନ୍ତି ଫିଗର ପାଆନ୍ତି ଆଉ କିଛି ସବୁଦିନ ପାଇଁ ଦୁନିଆକୁ ଅଲବିଦା କରନ୍ତି । ଯାହାର ଉଦାହରଣ ହେଉଛନ୍ତି କନ୍ନଡ ଅଭିନେତ୍ରୀ ଚେତନାରାଜ ।

After 2nd paragraph post ads
Middle post content

ପ୍ଲାଷ୍ଟିକ ସର୍ଜରୀ ସଫଳ ନହେବାରୁ ତାଙ୍କର ମୃତ୍ୟୁ ଘଟିଛି । ଏକ ଘରୋଇ ହସପିଟାଲରେ ଫ୍ୟାଟ୍ ଫ୍ରି ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଚେତନାରାଜ । କିନ୍ତୁ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ହେବାରୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଚେତନାରାଜଙ୍କ ପରିବାରବର୍ଗ ତାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିବା ସହ ଏତଲା ଦାୟର କରିଛନ୍ତି । ସେପଟେ, ପ୍ଲାଷ୍ଟିର ସର୍ଜରୀ ପାଇଁ ଚେତନାରାଜ ପରିବାର ଅନୁମତି ନେଇ ନଥିବା ମଧ୍ୟ ଜଣାପଡିଛି

ସର୍ଜରୀ ଦ୍ୱାରା ସୁନ୍ଦର ହେବାର ଏହି ସର୍ଟକଟ୍ ରାସ୍ତା ଅନେକଙ୍କ ପାଇଁ ଡେଡ୍ ଏଣ୍ଡ୍ ପାଲଟିଛି । ଚେତନାଙ୍କ ପୂର୍ବରୁ ଆଉ ଜଣେ ଅଭିନେତ୍ରୀ ମଧ୍ୟ ମୋଟାପା ହ୍ରାସ ପାଇଁ ସର୍ଜରୀ କରାଇଥିଲାଭାରତ ଛାଡି ଆମେରିକା ଯାଇଥିଲେ ସର୍ଜରୀ କରିବାକୁ କିନ୍ତୁ ସର୍ଜରୀ ବ୍ୟାକଫାୟାର କରିଥିଲା । ଆଉ ହୃଦଘାତରେ ଅକାଳରେ ଚାଲିଯାଇଥିଲା ଜୀବନ । ସେଇ ଅଭିନେତ୍ରୀଙ୍କ ନାମ ହେଉଛି ଆରଥି ଅଗ୍ରୱାଲ ।

ଆରଥୀ ଅଗ୍ରୱାଲ ଗୋଟିଏ ସମୟରେ ତେଲୁଗୁ ଫିଲ୍ମର ଜଣାଶୁଣା ଚେହେରା ଥିଲାହିନ୍ଦି ଫିଲ୍ମ ପାଗଲପନରୁ ମାତ୍ର ୧୬ ବର୍ଷ ବୟସରେ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ୩୧ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିଲେ । କାରଣ ଥିଲା ନିଜକୁ ଟଲିଉଡ ରେସ୍ ରେ ବନାଇ ରଖିବାକୁ ସେ କରିଥିଲେ ଲିପୋସେକ୍ସନ ସର୍ଜରୀଏହା ଦ୍ୱାର ଶରୀରରେ ଥିବା ଚର୍ବିକୁ ହଟା ଯାଇଥାଏ । କିନ୍ତୁ ସର୍ଜରୀ ବିଫଳ ହୋଇଥିଲା । ସର୍ଜରୀ କାରଣରୁ ହୃଦଘାତ ହୋଇଥିଲା ଓ ଆରଥି ସବୁଦିନ ପାଇଁ ଆଖି ବୁଜି ଥିଲେ । ୨୦୧୫ ମସିହାରେ ମୃତ୍ୟ ବେଳକୁ ଆରଥି ମୋଟ ୨୫ଟି ତେଲୁଗୁ,ତାମିଲ ଓ ହିନ୍ଦି ଫିଲ୍ମରେ ଅଭିନୟ କରି ସାରିଥିଲେ । କିନ୍ତୁ ୨୦୦୫ରୁ ୨୦୦୮ ମଧ୍ୟରେ ତାଙ୍କ କ୍ୟାରିୟର ଠିକରେ ଚାଲିନଥିଲା । ୨୦୦୫ରେ ବୟଫ୍ରେଣ୍ଡଙ୍କ ସହିତ ବ୍ରେକଅପ ପରେ ଆରଥି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ବଂଚିଯାଇଥିଲେ । ମାନସିକ ଚାପ ଭିତରେ ତାଙ୍କ ଓଜନ ବଢିବାରେ ଲାଗିଥିଲାଆରଥିଙ୍କୁ ଲାଗିଥିଲା ଯେ, ଓଜନ ବଢିବା କାରଣରୁ ସେ ଫିଲ୍ଦ ଦୁନିଆରେ ପଛାଇ ଯାଉଛନ୍ତି । ଏହି ଚିନ୍ତାଧାରା ତାଙ୍କୁ ସର୍ଜରୀ ପାଇଁ ବାଧ୍ୟ କରିଥିଲା । ଆମେରିକାରେ ରହୁଥିବା ନିଜ ପିତାମାତାଙ୍କ ପାଖକୁ ସେ ଯାଇଥିଲେ । ନ୍ୟୁଜର୍ସୀର ଏକ ହସ୍ପିଟାଲରେ ତାଙ୍କର ଅପରେସନ ହୋଇଥିଲା । କିନ୍ତୁ ଅପରେସନ ଜନିତ ସମସ୍ୟା କାରଣରୁ ହୋଇଥିଲା ହୃଦଘାତ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami