ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ମାରା: ଅମୁଣିଆ କୂଅରେ ଫିଙ୍ଗା ହେଲା

Above Post Content

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସଅଳ ନୀତି ପାଇଁ ପ୍ରସ୍ତୁତ ଅବଢ଼ା ଭୋଗ ଲାଗି ହେବା ବେଳେ ଗର୍ଭଗୃହରେ ଖଟା ହାଣ୍ଡି ଭାଙ୍ଗି ମହାପ୍ରଭୁଙ୍କ ଶକ୍ତିକୁ ଛୁଇଁବାରୁ ଠାକୁରଙ୍କ ବେଶ ଓ ଅବଢ଼ା ମାରା ହୋଇଯାଇଥିଲା । ତେଣୁ ବିଧି ଅନୁସାରେ ମାରା ଅବଢ଼ା ସବୁକୁ ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା । ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ କୋଠ ଥାଳି ପ୍ରସ୍ତୁତ କରାଯାଇ ଠାକୁରଙ୍କ ନୀତି ସମ୍ପନ୍ନ ହୋଇଥିଲା । ଭୋଗ ମାରା ହେବାରୁ ଅବଢ଼ା ପାଇଁ ଆସିଥିବା ଶହଶହ ଶ୍ରଦ୍ଧାଳୁ ନିରାଶ ହୋଇଥିଲେ ।

Middle post content

ଖଟା ବୋହିଯାଇ ଯାଇ ଶ୍ରୀଲିଙ୍ଗରାଜଙ୍କ ଶକ୍ତିକୁ ଛୁଇଁଥିଲା

After 2nd paragraph post ads

ଶ୍ରୀଲିଙ୍ଗରାଜ ମନ୍ଦିରରେ ସଅଳ ଧୂପ ହୋଇ ଅବଢ଼ା ବାହାରିବା ପାଇଁ ପ୍ରସ୍ତୁତ ହେଉଥିଲା । ଭୋର ୫ଟା ୧୫ରେ ମଙ୍ଗଳ ଆଳତି ଆରମ୍ଭ ହୋଇ ୬ଟା ୧୫ମିନିଟ୍‌ରେ ମହାସ୍ନାନ କରାଯାଇଥିଲା । ସକାଳ ପ୍ରାୟ ୮ଟା ୧୫ମିନିଟ୍‌ରେ ସକାଳ ଧୂପ ପାଇଁ ଗର୍ଭଗୃହକୁ ଅନ୍ନ, ଡାଲି, ଖଟା ସହ ବିଭିନ୍ନ ତରକାରୀ ଭୋଗ ପାଇଁ ରଖାଯାଇଥିଲା । ଗର୍ଭଗୃହରେ ଅବଢ଼ା ବେତା ଉପରେ ରଖାଯାଇଥିବା ଖଟା ମାଟି ହାଣ୍ଡି ହଠାତ୍ ମିଳେଇଗଲା । ଏଥିରୁ ଖଟା ବୋହିଯାଇ ଯାଇ ଶ୍ରୀଲିଙ୍ଗରାଜଙ୍କ ଶକ୍ତିକୁ ଛୁଇଁଲା । ଫଳରେ ଠାକୁରଙ୍କ ବେଶ ମାରା ହେବାରୁ ପୂଜାପଣ୍ଡା ସେବାୟତ ଉଠି ପଡ଼ି ଭୋଗ ମାରା ହେଲା ବୋଲି କହିଥିଲେ । ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି ଯେ, ଆଜିର ଅଘଟଣ ସ୍ୱତଃ ଘଟିଛି । ଭୋଗ ମାରା ହେବା ପରେ ସେବାୟତମାନଙ୍କ ଦ୍ୱାରା ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା । ଏହାପରେ ଠାକୁରଙ୍କର ମହାସ୍ନାନ ପୂର୍ବକ ସାନି ଭୋଗ ଲାଗି ହୋଇଥିଲା । ଏହି ପ୍ରକ୍ରିୟାରେ ଅଢ଼େଇ ଘଣ୍ଟା ବିଳମ୍ବ ହୋଇ ୧୦ଟା ୩୦ରେ ଭୋଗ ବାହାରିଥିଲା । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି, ସକାଳ ଧୂପ ପାଇଁ ବିଭିନ୍ନ ଲୋକଙ୍କ ଅବଢ଼ା ବରାଦି ରଖାଯାଇଥିଲା । ୬ଜଣ ସୁଆର ସେବାୟତଙ୍କ ଦ୍ୱାରା ମାଟି ହାଣ୍ଡିରେ ରୋଷେଇ ହୋଇ ଭୋଗ ହେବାକୁ ଯାଇଥିଲା । ହେଲେ ଭୋଗ ମାରା ହୋଇଗଲା । ପ୍ରାୟ ଲକ୍ଷେ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami