ସାହାଯ୍ୟ କରିବି କହି ଫୋନ୍ ଉଠାଉ ନଥିଲେ ଆମିର ଖାନ୍

Above Post Content

ୱାଣ୍ଟେଡ୍, ମୁନ୍ନା ମାଇକେଲ, ରକ୍ତ ଚରିତ୍ର ଓ ସ୍ଲମଡଗ୍ ମିଲେନିୟର ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିବା ଆକ୍ଟର ଅନୁପମ ଶ୍ୟାମଙ୍କ ନିଧନ ହୋଇଯାଇଛି । ଅଗଷ୍ଟ ୮ ତାରିଖ ଦିନ ୬୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସୁଟିଂ ସେଟରେ ଅଧିକ ପାଣି ପିଇବା ପରେ ତାଙ୍କ ଦେହ ଖରାପ ହୋଇ ଯାଇଥିଲା । ତାଙ୍କୁ ମୁମ୍ବାଇର ଗୋରେଗାଓଁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ନିଧନ ହୋଇଥିଲା । ଗତ ଏକ ବର୍ଷ ଧରି ଆର୍ଥିକ ଅଭାବ ଅନାଟନ ଭିତରେ ଥିବା ଅନୁପମଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଏଭଳି ଗୋଟିଏ କଥା କହିଛନ୍ତି ଯାହା ବଲିଉଡର ଅସଲ ଚରିତ୍ର ଉପରୁ ପରଦା ହଟାଇଛି ।

ଆମିର ଚିକିତ୍ସା ପାଇଁ ସାହାଯ୍ୟାର ଆଶ୍ୱାସନା ଦେଇ ପରେ ଫୋନ୍ ଉଠାଉନଥିଲେ

After 2nd paragraph post ads

ଅନୁପମଙ୍କ ଭାଇ ଅନୁରାଗ ଶ୍ୟାମ ଏକ ସାକ୍ଷାତକାରରେ ଆମିରଙ୍କ ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ଶ୍ୟାମଙ୍କ ଅଭିଯୋଗ ହେଉଛି ଯେ, ଆମିର ଖାନ ଅନୁପମଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ କିଛି ଦିନ ପରେ ଫୋନ୍ ଉଠାଇବା ବନ୍ଦ କରି ଦେଇଥିଲେ । ଅନୁରାଗଙ୍କ କହିବା ହେଉଛି ଯେ, ମୋ ମା’ଙ୍କର ଗତ ମାସରେ ମୃତ୍ୟୁ ହୋଇଛି । ଅନୁପମ ନିଜ ମା’ଙ୍କ ଦେହାନ୍ତକୁ ନେଇ ଦୁଃଖି ଥିଲେ କାରଣ ସେ ମା’ଙ୍କୁ ଦେଖିବାକୁ ପ୍ରତାପଗଡ ଯାଇ ପାରିନଥିଲେପ୍ରତାପଗଡରେ ଡାଇଲିସିସ୍ ସେଣ୍ଟର ନଥିବାରୁ ଅନୁପମ ସେଠାକୁ ଯାଇ ପାରୁନଥିଲେ । ସୂଚନାଯୋଗ୍ୟ ଯେ ,ଅନୁପମ କିଡନୀ ରୋଗି ଥିଲେ । ସେ ନିୟମିତ ଭାବେ ଡାଇିଲେସିସ୍ କରାଉଥିଲେ । ପ୍ରତାପଗଡରେ ଏହି ସୁବିଧା ନଥିବାରୁ ଅନୁପମ ଶେଷ ସମୟରେ ନିଜ ମା’ଙ୍କୁ ଦେଖି ପାରିନଥିଲେ । ପ୍ରତାପଗଡରେ ଡାଇଲେସିସ୍ ସେଣ୍ଟର ପ୍ରତିଷ୍ଠା ପାଇଁ ଅନୁପମ ଆମିର ଖାନଙ୍କୁ ଅନୁରୋଧ କରିଥିଲେ । ଆମିର ମଧ୍ୟ ଏଦିଗରେ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ କିଛି ଦିନ ପରେ ଆମିର ତାଙ୍କ ଫୋନ୍ ଉଠାଇବା ବନ୍ଦ କରିଦେଇଥିଲେ

Middle post content

ସମାଜ ସେବା କ୍ଷେତ୍ରରେ ସକ୍ରିୟ ଥିବା ଅମିର ଖାନ, ଅନୁପମଙ୍କ ଫୋନ୍ ଉଠାଉନଥିଲେ ଓ ନିଜର ଜଣେ ସାଥୀ କଳାକାରଙ୍କ ଖରାପ ସମୟରେ ଛିଡା ହୋଇନଥିବା ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଆସୁଛି । ଏଣେ ଅନୁରାଗ କହିଛନ୍ତି ଯେ, ତାଙ୍କ ଭାଇ ନିଜ ଶୋ ମନ କି ଆବାଜ ପ୍ରତିଜ୍ଞା-୨ ବନ୍ଦ ହୋଇଯିବା ନେଇ ଉଡୁଥିବା ଗୁଜବ କାରଣରୁ ଦୁଃଖି ଥିଲେ । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ସୁଟିଂରେ ବ୍ୟସ୍ତ ଥିଲେ । ଶେଷରେ ସୁଟିଂ ସେଟରେ ଅଧିକ ପାଣି ପିଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଗତ ବର୍ଷ ଆର୍ଥିକ ଅଭାବର ହୋଇଥିଲେ ସମ୍ମୁଖୀନ

ଅନୁପମ ଶ୍ୟାମ ଗତ ବର୍ଷ କରୋନା କାଳରେ ଚର୍ଚ୍ଚା ଭିତରକୁ ଆସିଥିଲେ । ସେହି ସମୟରେ ସେ କିଡନୀ ରୋଗରେ ପିଡୀତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କ ନିକଟରେ ଅର୍ଥ ନଥିବା ନେଇ ସେ ସୋସିଆଲ ମିଡିଆରେ କହିଥିଲେ । ଏପରିକି ସେ ସାହାଯ୍ୟ ପାଇଁ ସେଲିବ୍ରିଟିଙ୍କୁ ନିବେଦନ କରିଥିଲେ । ଯାହା ପରେ ତାଙ୍କୁ ବଲିଉଡର ଅନେକ ସେଲିବ୍ରିଟି ସାହାଯ୍ୟ କରିଥିଲେ ।

ଅନୁପମ ଟିଭିରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ପରେ ସେ ବଲିଉଡରେ ପ୍ରବେଶ କରିଥିଲେ । ୨୦୦୯ରେ ସେ ପ୍ରତିଜ୍ଞା ଟିଭି ସିରିଜରେ ସଜ୍ଜନ ସିଂହ ଚରିତ୍ର ଭୂମିକାରେ ନଜର ଆସିଥିଲେ । ଏହି ଚରିତ୍ର ତାଙ୍କୁ ପୁରା ଦେଶରେ ନୂଆ ପରିଚୟ ଦେଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami