ଚନ୍ଦ୍ରୟାନ-୨ର କମାଲ, ଚନ୍ଦ୍ରରେ ଖୋଜିଲା ପାଣି

Above Post Content

ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରମାରେ ପାଣିର ଅଣୁ ଖୋଜିବାରେ ସଫଳ ହୋଇଛି । ମିଶନ କାଳରେ ମିଳିଥିବା ତଥ୍ୟରୁ ଏହା ଜଣା ପଡିଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ –ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏ ଏସ କିରଣ କୁମାରଙ୍କ ସହଯୋଗରେ ଲେଖାଯାଇଥିବା ଏକ ରିସର୍ଚ୍ଚ ପେପରେ କୁହାଯାଇଛି କି, ଚନ୍ଦ୍ରୟାନ-୨ରେ ଲାଗିଥିବା ଉପକରଣରେ ‘ଇମାଜିଂ ଇନଫ୍ରାରେଡ୍ ସ୍ପେକ୍ଟ୍ରୋମିଟର’ ନାମକ ଏକ ଉପକରଣ ରହିଛି । ଯାହା ବୈଜ୍ଞାନିକ ତଥ୍ୟ ହାସଲ କରିବା ପାଇଁ ୧୦୦କିଲୋମିଟରର ଏକ ଧ୍ରୃବୀୟ କକ୍ଷ ସହିତ ଯୋଡି ହୋଇ କାମ କରିଥାଏ ।

କରେଣ୍ଟ ସାଇନ୍ସ’ ପତ୍ରିକାରେ ପ୍ରକାଶିତ ରିସର୍ଚ୍ଚ ପେପରରେ କୁହାଯାଇଛି ଯେ, ‘ଆଇଆଇଆରଏସରୁ ମିଳିଥିବା ପ୍ରାରାମ୍ଭିକ ଡାଟା ଅନୁସାରେ ଚନ୍ଦ୍ରମାର ୨୯ ଡିଗ୍ରୀ ଉତ୍ତର ଓ ୬୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ୟରେ ଜଳ ଅଣୁ ଓ ଅମିଶ୍ରିତ ହାଇଡ୍ରୋକ୍ସିଲ (ଓଏଚ୍) ଓ ପାଣି (ଏଚ୨ଓ) ଅଣୁ ଉପସ୍ଥିତି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

After 2nd paragraph post ads
Middle post content

ଏଥିରେ କୁହାଯାଇଛି ଯେ, ପ୍ଲେଜିୟୋକ୍ଲେସ ପ୍ରଚୁର ଚଟାଣରେ ଚନ୍ଦ୍ରମାର ଅନ୍ଧକାରମୟ ସମତଳ ଭୂମି ତୁଳନାରେ ଅଧିକ ଓଏଚ୍ କିମ୍ବା ସମ୍ଭବତଃ ଏଚଟୁଓ(ଜଳ) ଅଣୁ ମିଳିଛି ।

ଚନ୍ଦ୍ରୟାନ-୨ରୁ ଯଦିଓ ଆଶା ମୁତାବିକ ଫଳ ମିଳିନାହିଁ ତେବେ ଜଳ ଅଣୁ ଥିବା ଖବର ଗୁରୁତ୍ୱ ରଖେ । ଭାରତ ନିଜର ଦ୍ୱିତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୨’କୁ ଜୁଲାଇ ୨୨ ୨୦୧୯ରେ ଚନ୍ଦ୍ରକୁ ଛାଡିଥିଲା । ତେବେ ଏଥିରେ ଲାଗିଥିବା ଲ୍ୟାଣ୍ଡର ‘ବିକ୍ରମ’ ସେହି ବର୍ଷ ସେପ୍ଟେମ୍ବରରେ ନିର୍ଧାରିତ ଯୋଜନା ମୁତାବକ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲା । ଫଳରେ ପ୍ରଥମ ପ୍ରୟାସରେ ଚନ୍ଦ୍ରରେ ସଫଳ ଅବତରଣ କରିଥିବା ଦେଶ ବନିବା ପାଇଁ ଭାରତର ଇଛା ଅପୁରଣୀୟ ରହିଥିଲା ।

ଚନ୍ଦ୍ରୟାନ-୨ରେ ଲ୍ୟାଣ୍ଡର ଭିତରେ ‘ପ୍ରଜ୍ଞାନ’ ନାମକ ଏକ ରୋଭର ଥିଲା । ମିଶନର ଏହି ଅର୍ବିଟର ପ୍ରଜ୍ଞାନ ରୋଭର ଏବେ ମଧ୍ୟ ଠିକ୍ ଭାବେ କାମ କରୁଥିବା ଜଣା ପଡୁଛି । ଏହା ଦେଶର ପ୍ରଥମ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୧’କୁ ଡାଟା ପଠାଉଛି, ଯାହା କେବେ ଚନ୍ଦ୍ରରେ ପାଣିଥିବା ତଥ୍ୟ ଦେଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami