ଅଯୋଧ୍ୟା ରାମମନ୍ଦିରକୁ ବହୁ ଉପହାର ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ

Above Post Content

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଧୂମ୍‌ଧାମ୍‌ରେ ଆୟୋଜିତ ହେବ । ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମନ୍ଦିରକୁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ବିଶେଷ ଉପହାରମାନ ପ୍ରଦାନ କରୁଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ୧୦୮ ଫୁଟ ଲମ୍ବର ଧୂପକାଠି, ୨୪ କ୍ୱିଣ୍ଟାଲ ଓଜନର ଘଣ୍ଟି, ୧୧ କ୍ୱିଣ୍ଟାଲ୍ ଓଜନର ବିଶାଳ ଦୀପ, ସୁନାର ଅଳଙ୍କାର, ସୁନାର କଠଉ, ୧୦ ଫୁଟ୍ ଉଚ୍ଚର ତାଲା, ଏକକାଳୀନ ୮ଟି ଦେଶର ସମୟ ସୂଚାଉଥିବା ଘଣ୍ଟା ଆଦି ରହିଛି । ସେହିପରି ନେପାଳର ଜନକପୁରରେ ଥିବା ମାତା ଜାନକୀଙ୍କ ଜନ୍ମସ୍ଥାନରୁ ମଧ୍ୟ ୩୦ଟି ଗାଡ଼ିରେ ରୁପାର କଠଉ ସମେତ ବିଭିନ୍ନ ପୋଷାକପତ୍ର ଓ ଅଳଙ୍କାର ଆଦି ୩,୦୦୦ ଉପହାର ଅଯୋଧ୍ୟାରେ ପହଞ୍ଚିଛି । ଶ୍ରୀଲଙ୍କାର ଅଶୋକ ବାଟିକାରୁ ଏକ ଶିଳାଖଣ୍ଡ ଧରି ଏକ ପ୍ରତିନିଧି ଦଳ ଅଯୋଧ୍ୟା ଗସ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ, ରାମାୟଣ ମହାକାବ୍ୟରେ ବର୍ଣ୍ଣିତ ଅଶୋକ ବାଟିକାରେ ହିଁ ମାତା ଜାନକୀଙ୍କୁ ରାବଣ ନଜରବନ୍ଦୀରେ ରଖିଥିଲେ ।

Middle post content

ମିଳିଛି ଦୁନିଆର ସବୁଠୁ ବଡ଼ ତାଲା

After 2nd paragraph post ads

ଅନ୍ୟ ଉପହାରମାନଙ୍କ ମଧ୍ୟରେ ରହିଛି ଗୁଜରାଟର ବଦୋଦରା ବାସିନ୍ଦା ବିହା ଭର୍ୱାଡ଼ ପଠାଇଥିବା ୧୦୮ ଫୁଟ ଲମ୍ବର ଧୂପକାଠିଟି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୩,୬୧୦ କେଜି ଓଜନ ଓ ସାଢ଼େ ୩ ଫୁଟ ମୋଟା ଏହି ଧୂପକାଠିକୁ ଗଢ଼ିବାରେ ବିହାଙ୍କୁ ଦୀର୍ଘ ୬ ମାସ ସମୟ ଲାଗିଥିଲା । ପରିବେଶ ଅନୁକୂଳ ଏହି ଧୂପକାଠିଟି ସଂପୂର୍ଣ୍ଣ ଶେଷ ହେବାକୁ ଦେଢ଼ ମାସ ସମୟ ଲାଗିବ । ସେହିପରି ଗୁଜରାଟର ଦରିଆପୁର ସ୍ଥିତ ନିଖିଳ ଭାରତୀୟ ଦାବଗର ସମାଜ ପକ୍ଷରୁ ସାଢ଼େ ୪ ଫୁଟ ବ୍ୟାସ ବିଶିଷ୍ଟ ସୁନା ପାତରେ ଛାଉଣି ଏକ ବିଶାଳ ନାଗରା ପଠାଯାଇଛି । ସେହିପରି ଉତ୍ତରପ୍ରଦେଶ ଅନ୍ତର୍ଗତ ଆଲିଗଡ଼ର ତାଲା କାରିଗର ସତ୍ୟପ୍ରକାଶ ଶର୍ମା ପଠାଇଥିବା ୧୦ ଫୁଟ ଉଚ୍ଚ, ୪.୬ ଫୁଟ ଓସାର ଓ ୪ କ୍ୱିଣ୍ଟାଲ ଓଜନର ତାଲାଟି ମଧ୍ୟ ଅନ୍ୟତମ ଦର୍ଶନୀୟ ବସ୍ତୁ ହୋଇଛି । ଏହା ଦୁନିଆର ବୃହତ୍ତମ ତାଲା ବୋଲି ଦାବି କରାଯାଇଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami