୩.୨ ଲକ୍ଷ ଟଙ୍କା ଚୋବାଇ ପକାଇଲା ପୋଷା କୁକୁର

Above Post Content

ନୂଆଦିଲ୍ଲୀ: ଆମେରିକୀୟ ପ୍ରଦେଶ ପେନ୍‌ସିଲ୍ ଭେନିଆରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପୋଷା କୁକୁର ନଗଦ ୪,୦୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୩.୨ ଲକ୍ଷ ଟଙ୍କା ଚୋବାଇ ପକାଇଛି । ଫଳେ ଉକ୍ତ ନୋଟ୍‌ଗୁଡ଼ିକ ନଷ୍ଟ ହୋଇଯାଇଛି । କୁକୁର ଏପରି ହରକତ ଦେଖି ମାଲିକ ପୁରା ଭାଙ୍ଗି ପଡ଼ିଛନ୍ତି ।

Middle post content

ମିଳିଲା ନାହିଁ ୪୫୦ ଡଲାର

After 2nd paragraph post ads

ଆମେରିକୀୟ ପ୍ରଦେଶ ପେନ୍‌ସିଲ୍ ଭେନିଆରେ ରୁହନ୍ତି କ୍ଲେଟନ୍ ଓ ତାଙ୍କ ସ୍ତ୍ରୀ କ୍ୟାରି ଲ’ । ସେ ଘରେ ଏକ ‘ଗୋଲ୍‌ଡେନ୍ ଡୁଡଲ୍ ’ ପ୍ରଜାତିର ଏକ କୁକୁର ରଖିଛନ୍ତି । ଘରର ପାଚେରି କାର୍ଯ୍ୟ ନିମନ୍ତେ ଗତମାସରେ କ୍ଲେଟନ୍ ଗୋଟିଏ ଲଫାପାରେ କିଛି ଟଙ୍କା ଭର୍ତ୍ତି କରି ଘରେ ରଖିଥିଲେ । ନିକଟରେ ଉକ୍ତ ନଗଦ ଟଙ୍କାକୁ ତାଙ୍କ ପୋଷା କୁକୁର ଆଣି ଚୋବାଇ ପକାଇବା ସହ ଖଣ୍ଡ ଖଣ୍ଡ କରି ଘର ସାରା ବିଛାଡ଼ି ପକାଇଥିଲା । କୁକୁର ଏପରି କରୁଥିବା ଦେଖି କ୍ଲେଟନ ଓ କ୍ୟାରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଚୋବାଇ ପକାଇଥିବା ଟଙ୍କାରୁ ଅଧିକାଂଶ ଟଙ୍କା ଉଦ୍ଧାର କରିଥିବା ବେଳେ ୪୫୦ ଡଲାର ମିଳୁ ନଥିବା କ୍ଲେଟନ୍ କହିଛନ୍ତି । ଏପରି ହରକତ କରିବା ପରେ ସେମାନେ ସଙ୍ଗେ ସଙ୍ଗେ କୁକୁରକୁ ଜଣେ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେଇଥିଲେ । କିନ୍ତୁ, କୁକୁର ସୁସ୍ଥ ଥିବା କଥା ଚିକିତ୍ସକ କହିଥିଲେ । ଅନ୍ୟପକ୍ଷରେ ଟଙ୍କାର କ୍ରମିକ ସଂଖ୍ୟା ବା ସିରିଏଲ୍ ନମ୍ବର ଦିଶୁଥିଲେ ବ୍ୟାଙ୍କ୍ ତାହାକୁ ଫେରାଇ ନେବ ବୋଲି କହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami