ଚଳନ୍ତା ଟ୍ରେନ୍ ନିକଟକୁ ଚାଲି ଆସିଲା କାର, ଆଉ ଯାହା ଘଟିଲା…..

Above Post Content

ନୂଆଦିଲ୍ଲୀ : ଲେଭଲ୍ କ୍ରସିଂ ପାର ହେବା ବେଳେ ସତର୍କତାର ସହିତ ଯିବାକୁ ପଡ଼ିଥାଏ । କାରଣ ଟ୍ରେନ ଆସୁଛି କି ନାହିଁ ଉଭୟ ପଟକୁ ଦେଖିବାକୁ ପଡ଼ିଥାଏ । ଅବଶ୍ୟ ଅଧିକାଂଶ ଲେଭଲ କ୍ରସିଂରେ ଫାଟକ ରହିଥାଏ । ଯାହାଫଳରେ ଟ୍ରେନ୍ ଆସିବା ସମୟରେ ଫାଟକ ପକାଯାଇଥାଏ । ତଥାପି କିଛି ଲୋକ ନିୟମ ଉଲ୍ଲଘଂନ କରି ଫାଟକ ଗଳି ଟ୍ରେନ ଲାଇନ୍ ପାରି ହୋଇଥାନ୍ତି । ଏଥିଲାଗି ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଏବେ ସୋସିଆଲ ମିଡ଼ିଆରେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ ।

ଟ୍ରେନ ଚାଳକଙ୍କ ଯୋଗୁ ଟଳିଲା ବଡ଼ ବିପଦ

After 2nd paragraph post ads
Middle post content

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଟ୍ରେନ ଟ୍ରାକର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମିଛି । କିନ୍ତୁ କାରଟି ସେହି ଫାଟକ ପାର ହୋଇ ଟ୍ରାକ୍ ଆଡକୁ ଆସିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଅନ୍ୟ ପାର୍ଶ୍ୱରୁ ଏକ ଟ୍ରେନ୍ ମଧ୍ୟ ଆସୁଛି । ଉଭୟ ଯାନକୁ ଦେଖିଲେ ଲାଗୁଛି କାରଟି ଟ୍ରେନ୍ ଧକ୍କାରେ ଭାଙ୍ଗି ଚୂରମାର୍ ହୋଇଯିବ । କିନ୍ତୁ ଟ୍ରେନର ଡ୍ରାଇଭର ଧୀରେ ଧୀରେ ଟ୍ରେନ୍ ଚଳାଇଥିଲେ । କାର ଡ୍ରାଇଭର ମଧ୍ୟ କାରଟିକୁ ଖୁବ୍ ସତର୍କତାର ସହିତ ଚଳାଇ ନେଇ ଠିକ୍ ପାଖରେ ପାର୍କିଂ କରିଦେଲେ । ଫଳରେ ଏକ ବଡ଼ ବିପଦ ଟଳିଗଲା ।

ଅନେକ କହିଲେ ଏହା ମୁର୍ଖାମୀର କାମ

ଟ୍ରେନ ନମ୍ବର ହେଉଛି ୟୁପି-୧୬ । ଉତ୍ତରପ୍ରଦେଶର ନୋଏଡା ସହରର ଆରଟିଓ କୋଡ ହୋଇଥିବା ବେଳେ ଏହାର ନାମ ଚମ୍ପାରଣ ସତ୍ୟାଗ୍ରହ ଏକ୍ସପ୍ରେସ୍ । ଏହା ଆନନ୍ଦ ବିହାର ଟର୍ମିନାଲ୍‌ରୁ ବାପୁଧାମ ମୋତିହାରୀକୁ ଚଳାଚଳ କରେ । ତେଣୁ ଉଭୟ ଯାନକୁ ଦେଖିଲେ ଅନୁମାନ କରାଯାଇପାରେ ଯେ, ଏହା ଦିଲ୍ଲୀ-ଏନ୍‌ସିଆରର ଏକ ଦୃଶ୍ୟ । ତେବେ ଏହା ସ୍ପଷ୍ଟ ହୋଇନାହିଁ । ଏହି ଭିଡିଓଟିକୁ ୨୨ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି । ଜଣେ ୟୁଜର କହିଛନ୍ତି, ଜୀବନରେ କେହି ଅଟକି ଯିବାକୁ କାହିଁକି ପ୍ରସ୍ତୁତ ନୁହନ୍ତି? ଆଉ କିଛି କହିଛନ୍ତି ଏହା ମୁର୍ଖାମୀର କାମ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami