ମା’ ତାରା ତାରିଣୀଙ୍କ ପୀଠର ଉନ୍ନୟନ କାର୍ଯ୍ୟ ବୁଲି ଦେଖିଲେ ୫ଟି ଅଧ୍ୟକ୍ଷ

Above Post Content

ଭୁବନେଶ୍ୱର: ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର । ଏହି ଅବସରରେ ଆଜି ଭୋରରୁ ମା’ ତାରା ତାରିଣୀଙ୍କ ପୀଠରେ ପହଞ୍ଚିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଚାଲିଛି ମାଆଙ୍କ ଚୈତ୍ର ଯାତ୍ରା । ଭୋରରୁ ପୀଠରେ ପହଞ୍ଚି ମାଆଙ୍କ ପୂଜାର୍ଚ୍ଚନା କରିଥିଲେ ଫାଇଭ-ଟି ଅଧ୍ୟକ୍ଷ । ମା’ଙ୍କର ଆଜି ସରସ୍ୱତୀ ବେଶ ଅନୁଷ୍ଠିତ ହୋଇଥିବା ବେଳେ, ବେଶ ଦର୍ଶନ କରିବା ସହ ଆଶିଷ ନେଇଛନ୍ତି ।

Middle post content

ଭକ୍ତଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ
ଏହାପରେ ମନ୍ଦିର ବେଢ଼ା ବୁଲିବା ସହ ମନ୍ଦିର ପରିସରରେ ହୋଇଥିବା ଉନ୍ନୟନ କାର୍ଯ୍ୟକୁ ଦେଖିଥିଲେ । ମନ୍ଦିରର ପୂଜକ, ପରିଚାଳନା କମିଟି ସହ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ପୂଜାର୍ଚ୍ଚନା, ମନ୍ଦିରରେ ଭକ୍ତମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଦୀର୍ଘ ୧୬ ବର୍ଷ ହେଲା ମା’ଙ୍କ ଚୈତ୍ର ଯାତ୍ରା ସମୟରେ ସେ ମାଆଙ୍କ ଦର୍ଶନ ପାଇଁ ପୀଠକୁ ଆସିଥାନ୍ତି । ଆଜି ମାଆଙ୍କ ସରସ୍ୱତୀ ବେଶ ଦର୍ଶନ କରି ଆନନ୍ଦିତ ଥିବା କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami