ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ୪ ଶଙ୍କରାଚାର୍ଯ୍ୟ

Above Post Content

ନୂଆଦିଲ୍ଲୀ: ଆଉ ମାତ୍ର ୧୦ ଦିନ ବାକି ରହିଲା ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ । ଅନେକ ହିନ୍ଦୁ ସନ୍ଥ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ୪ ଶଙ୍କରାଚାର୍ଯ୍ୟ । ହିନ୍ଦୁଧର୍ମର ୪ ଧାମ ପୁରୀ ଗୋବର୍ଦ୍ଧନ ପୀଠ, ଜ୍ୟୋତିର୍ମଠ, ଦ୍ୱାରକା ଏବଂ ଶ୍ରୀଙ୍ଗେରୀର ଶଙ୍କରାଚାର୍ଯ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସନାତନ ଧର୍ମ ନିୟମାବଳୀର ଉଲ୍ଲଂଘନ କରାଯାଇ ଉତ୍ସବ ପାଳନ କରାଯାଉଥିବା ସେମାନେ ଅଭିଯୋଗ ଆଣିଛନ୍ତି ।

Middle post content

ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରାଯିବା ଆବଶ୍ୟକ

After 2nd paragraph post ads

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବର ମୁଖ୍ୟ ଆୟୋଜକ ହୋଇଥିବାରୁ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବର ଉଦ୍ଦେଶ୍ୟକୁ ନେଇ ବରିଷ୍ଠ ସନ୍ଥମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ମୋଦିଙ୍କୁ ଆଗରେ ରଖି ସନାତନ ଶାସ୍ତ୍ରର ପାରମ୍ପରିକ ରୀତିନୀତିକୁ ଅଣଦେଖା କରାଯାଉଥିବା ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନ, ଶ୍ରୀଙ୍ଗେରୀ ଶାରଦାପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀଭାରତୀ ତୀର୍ଥଜୀ ଓ ଦ୍ୱାରକାପୀଠ ଶଙ୍କରାଚାର୍ଯ୍ୟ ଶ୍ରୀ ସ୍ୱାମୀ ସଦାନନ୍ଦ ସରସ୍ୱତୀ କହିଛନ୍ତି । ସେମାନେ କହିଛନ୍ତି ଯେ, ଶାସ୍ତ୍ରୀୟ ବିଧି ଅନୁଯାୟୀ ରାମଲାଲାଙ୍କ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରାଯିବାର ଆବଶ୍ୟକତା ରହିଛି । ଭଗବାନ ରାମଙ୍କ ପ୍ରତି ସମ୍ମାନ ବଜାୟ ରଖିବା ଉପରେ ଚିନ୍ତାବ୍ୟକ୍ତ କରିବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରାଯିବା ଆବଶ୍ୟକ । ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାଜନୈତିକ ରଙ୍ଗ ଦିଆଯାଉଥିବାରୁ ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami