ଡାକ୍ତରଖାନାରେ ରିଲ୍‌ସ୍ କରିଥିବା ୩୮ ଡାକ୍ତରୀ ଛାତ୍ର ଦଣ୍ଡିତ

Above Post Content

ଆଜିକାଲି ଯୁବପିଢୀ ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି କିଛି ପିଲା ନିଜ ଜୀବନକୁ ବାଜି ବି ଲଗାଇ ଦେଉଛନ୍ତି । ଏବେ କର୍ଣ୍ଣାଟକର କିଛି ଡ଼ାକ୍ତରୀ ଛାତ୍ରଙ୍କୁ ରିଲ୍ସ କରିବା ମହଙ୍ଗା ପଡ଼ିଛି । ଡାକ୍ତରଖାନା ପରିସରରେ ରିଲ୍‌ସ୍ କରି ୩୮ଜଣ ଡାକ୍ତରୀ ଛାତ୍ର ଦଣ୍ଡିତ ହୋଇଥିବା ଜଣାଯାଇଛି ।

‘ହାଉସ୍‌ମ୍ୟାନ୍‌ସିପ୍‌’ ତାଲିମକୁ ଆଉ ୧୦ ଦିନ ବୃଦ୍ଧି

After 2nd paragraph post ads
Middle post content

କର୍ଣ୍ଣାଟକର ‘ଗଦଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌’ (ଗିମ୍‌ସ୍‌)ର ଡାକ୍ତରୀ ଛାତ୍ରମାନେ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଏକ ରିଲ୍ସ ଅପ୍‌ଲୋଡ୍ କରିଛନ୍ତି । ଉକ୍ତ ରିଲ୍‌ସ୍‌ର ଟ୍ୟାଗ୍‌ଲାଇନ୍ ଦେଇଛନ୍ତିି ‘ରିଲ୍ ଇଟ୍‌, ଫିଲ୍ ଇଟ୍‌’ । ଭିଡ଼ିଓଟି ଭାଇରାଲ ହେବା ପରେ ଏହି ରିଲ୍ସଟି ହସପିଟାଲରେ ରେକର୍ଡ଼ କରାଯାଇଥିବା ଜାଣିବାକୁ ମିଳିଥିଲା । ପରେ ଏନେଇ ଡାକ୍ତରଖାନା ପରିଚାଳନା କର୍ତ୍ତୃପକ୍ଷ ଏହା ଡାକ୍ତରଖାନା ନିୟମ ଉଲ୍ଲଂଘନ ବୋଲି ଦର୍ଶାଇ ସେମାନଙ୍କ ‘ହାଉସ୍‌ମ୍ୟାନ୍‌ସିପ୍‌’ ତାଲିମକୁ ଆଉ ୧୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଭଳି କାଣ୍ଡକୁ ଗୁରୁତର ତ୍ରୁଟି ବୋଲି ଦର୍ଶାଇ ‘ଗଦଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌’ର ନିର୍ଦ୍ଦେଶକ ଡାକ୍ତର ବସବରାଜ ବୋମ୍ମାହାଲ୍ଲି କହିଛନ୍ତି, ପରିସର ମଧ୍ୟରେ ଇନ୍‌ଷ୍ଟାଗ୍ରାମ୍ ରିଲ୍‌ସ୍ କରି ସେମାନଙ୍କ ମଧ୍ୟରୁ ୩୮ଜଣ ନିୟମ ଉଲ୍ଲଂଘନ କରିଛନ୍ତି । ଏହା ଗୁରୁତର ଅପରାଧ । ସେମାନଙ୍କର ଯାହା କରିବାର ଇଚ୍ଛା ଥିଲା, ରୋଗୀମାନଙ୍କ ସୁବିଧା ଅସୁବିଧା ପ୍ରତି ଧ୍ୟାନ ଦେଇ ଡାକ୍ତରଖାନା ପରିସର ବାହାରେ କରିବା ଉଚିତ ଥିଲା । ଏଭଳି କାଣ୍ଡ ପାଇଁ ଆମେ ଅନୁମତି ଦେଇ ନ ଥାଉ । ପ୍ରାକ୍‌-ସ୍ନାତକ ଉତ୍ସବ ପାଇଁ ଏହି ରିଲ୍‌ସ୍ ରେକର୍ଡ କରାଯାଇଥିବା କଥା ସେମାନେ କହୁଛନ୍ତି । ନିଜ ଆଡୁ ଆମେ ଏ ସଂକ୍ରାନ୍ତରେ ଅବଗତ ହୋଇଛୁ । ଆଉ ୧୦/୨୦ ଦିନ ପରେ ସେମାନଙ୍କ ହାଉସ୍‌ମ୍ୟାନ୍‌ସିପ୍ ଶେଷ ହେବାର କଥା । କିନ୍ତୁ, ଆମେ ତାହାକୁ ଆଉ ୧୦ ଦିନ ବୃଦ୍ଧି କରିଦେଲୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami