ଓଡ଼ିଶାରେ ଅଛନ୍ତି ୩୦ ମହାବଳ: କେବଳ ଶିମିଳିପାଳରେ ୨୭

Above Post Content

ଭୁବନେଶ୍ୱର: ଓଡ଼ିଶାରେ ୩୦ଟି ମହାବଳ ବାଘ ରହିଛନ୍ତି । ସେଥିମଧ୍ୟରୁ କେବଳ ୨୭ ଭାଗ ଶିମିଳିପାଳରେ ରହିଛନ୍ତି । ଶିମିଳିପାଳରେ ୧୧ଟି ମହାବଳ ଓ ୧୩ଟି ମେଲାନିଷ୍ଟିକ୍ ଟାଇଗର ତଥା କଳା ବାଘକୁ ମିଶାଇ ମୋଟ ୨୪ଟି ବାଘ କ୍ୟାମେରାରେ କଏଦ ହୋଇଛନ୍ତି । ଏହାବ୍ୟତୀତ ଆଉ ୩ଟି ମହାବଳଙ୍କ ଉପସ୍ଥିତି ସମ୍ପର୍କରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିଲେ ମଧ୍ୟ ସେମାନେ କ୍ୟାମେରାରେ କଏଦ ହୋଇନାହାନ୍ତି ।

ରାଜ୍ୟର ସମସ୍ତ ମାଈ ବାଘ କେବଳ ଶିମିଳିପାଳରେ

After 2nd paragraph post ads
Middle post content

ଶିମିଳିପାଳରେ ଥିବା ୧୧ଟି ମହାବଳଙ୍କ ମଧ୍ୟରୁ ୭ଟି ମାଈ ଓ ୪ଟି ଅଣ୍ଡିରା ରହିଛନ୍ତି । ସେହିପରି ୧୩ଟି କଳା ବାଘ ମଧ୍ୟରୁ ୭ଟି ମାଈ ଓ ୬ଟି ଅଣ୍ଡିରା ରହିଛନ୍ତି । ୨୭ଟି ବାଘଙ୍କ ମଧ୍ୟରେ ୮ଟି ଛୁଆ ରହିଛନ୍ତି । ୭ଟି ଛୁଆଙ୍କ ବୟସ ୧ ବର୍ଷରୁ କମ୍ ହୋଇଥିବା ବେଳେ ଗୋଟିଏର ବୟସ ଏକ ବର୍ଷରୁ ଅଧିକ । ଶିମିଳିପାଳ ବ୍ୟତୀତ ରାଜ୍ୟର ଆଉ ୩ଟି ସ୍ଥାନରେ ମହାବଳ ଦୃଶ୍ୟମାନ ହୋଇଛନ୍ତି । କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, ପାରଳାଖେମୁଣ୍ଡି ଜଙ୍ଗଲ ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳ ରହିଥିବା ରାଜ୍ୟ ସରକାରଙ୍କ ବାଘ ଗଣନା ରିପୋର୍ଟରୁ ଜଣାପଡ଼ିଛି । ସାରା ରାଜ୍ୟରେ ବାଘ ଗଣନା ସମୟରେ ୨୭ଟି ବୟସ୍କ ବାଘ କ୍ୟାମେରା ଟ୍ୟାପ୍‌କୁ ଆସିଥିଲେ । ଯେଉଁଥିରେ ୧୪ଟି ମାଈ ଓ ୧୩ଟି ଅଣ୍ଡିରା ରହିଛନ୍ତି । ଏହାବ୍ୟତୀତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଉ ୩ଟି ମହାବଳ ବାଘ ରହିଥିବାର ପ୍ରମାଣ ଲାଗିଛି । ମାତ୍ର ସେମାନେ କ୍ୟାମେରା ଟ୍ୟାପ୍‌କୁ ଆସିପାରି ନାହାନ୍ତି । ରାଜ୍ୟର ସମସ୍ତ ମାଈ ବାଘ କେବଳ ଶିମିଳିପାଳରେ ହିଁ ରହିଛନ୍ତି । ଓଡ଼ିଶାର ଅନ୍ୟ କୌଣସି ଅଭୟାରଣ୍ୟ କିମ୍ବା ଜଙ୍ଗଲରେ ମାଈ ବାଘ ଦେଖାଯାଇ ନାହାନ୍ତି ।

ବାଘ ଗଣନା ପାଇଁ ଲାଗିଥିଲା ୧୪୩୨ କ୍ୟାମେରା

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ବାଘ ଶୂନ୍ୟ ରହିଛି । ୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବାଘ ଗଣନା ଅପେକ୍ଷା ୨୦୨୩ ରାଜ୍ୟ ସରକାରଙ୍କ ଗଣନାରେ ଶିମିଳିପାଳରେ ମହାବଳଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ଘଟିଛି । ୨୦୨୧-୨୨ ଗଣନାରେ ମାତ୍ର ୧୬ଟି ଦୃଶ୍ୟମାନ ହୋଇଥିବା ବେଳେ ବର୍ତ୍ତମାନ ୨୭ରେ ପହଞ୍ଚିଛି । ବିଶ୍ୱର ଏକମାତ୍ର ଅଭୟାରଣ୍ୟ ଭାବେ ଶିମିଳିପାଳରେ କଳା ବାଘ ରହିଛନ୍ତି । ଏଥର ରାଜ୍ୟ ସରକାରଙ୍କ ପକ୍ଷରୁ ୪୭ଟି ଫରେଷ୍ଟ ଡିଭିଜନ୍ ରେ ଓଡ଼ିଶା ବ୍ୟାଘ୍ର ଗଣନା କରାଯାଇଥିଲା । ବାଘଙ୍କ ପଦଚିହ୍ନ, ରାମ୍ପୁଡ଼ା ଚିହ୍ନ, ମଳ, ପଞ୍ଝା ଚିହ୍ନ, ପରିସ୍ରା, ଗର୍ଜନ ଓ ଲାଇଭ୍‌ଷ୍ଟକ ଡିପପ୍ରଡେସନ୍ ଆଦି ଆଧାରରେ ଚଳିତବର୍ଷର ଗଣନା ହୋଇଛି । ଓଡ଼ିଶା ଜଙ୍ଗଲରେ ମୋଟ ୧୪୩୨ଟି କ୍ୟାମେରା ଳଗାଯାଇଥିଲା । ଅକ୍ଟୋବର ୧୫ରୁ ଫେବ୍ରୁଆରି ୧୦ ମଧ୍ୟରେ କ୍ୟାମେରା ଲଗାଯାଇ ଗଣନା ହୋଇଥିଲା । ମୋଟ ଉପରେ ବାଘଙ୍କ ୫୬୭ଟି ଫଟୋ କ୍ୟାମେରାରେ ଦୃଶ୍ୟମାନ ହେବା ପରେ ତାହାର ସମୀକ୍ଷା କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami