୨.୫ ଲକ୍ଷ ସାହାରା ଜମାକାରୀଙ୍କୁ ମିଳିବ ଟଙ୍କା; କରନ୍ତୁ ଆବେଦନ

Above Post Content

ନୂଆଦିଲ୍ଲୀ: ସାହାରା ଜମାକାରୀଙ୍କ ପାଇଁ ଖୁସି ଖବର । ୨.୫ ଜମାକାରୀ ଫେରି ପାଇବେ ଟଙ୍କା । ସାହାରା ନିବେଶକମାନେ ସେମାନଙ୍କର ଅଟକିଥିବା ଟଙ୍କା ଫେରସ୍ତ ପାଇବା ଆରମ୍ଭ କରିଛନ୍ତି । ସାହାରାରେ ଫସି ରହିଥିବା ନିବେଶକଙ୍କ ପାଣ୍ଠି ଫେରାଇବା ପାଇଁ କେନ୍ଦ୍ର ସରକାର ସାହାରା ଫେରସ୍ତ ପୋର୍ଟାଲ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିଥିବା ନିବେଶକମାନେ ସେମାନଙ୍କର ଟଙ୍କା ଫେରସ୍ତ କରିବା ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ, ପ୍ରାୟ ୨.୫ ଲକ୍ଷ କ୍ଷୁଦ୍ର ନିବେଶକ ୨୪୧ କୋଟି ଟଙ୍କା ଫେରି ପାଇବେ ।

୧.୫ କୋଟି ଲୋକ କରିଛନ୍ତି ପଞ୍ଜୀକରଣ

After 2nd paragraph post ads
Middle post content

ବର୍ତ୍ତମାନ ପର୍ଯ୍ୟନ୍ତ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ୧.୫ କୋଟି ଲୋକ ପଞ୍ଜୀକୃତ ହୋଇଛନ୍ତି । ଗତ ବର୍ଷ ଅମିତ ଶାହା ଉଜଉଝ- ସାହାରା ଫେରସ୍ତ ପୋର୍ଟାଲ ଲଞ୍ଚକରିଥିଲେ । ଏହି ପୋର୍ଟାଲ ଜରିଆରେ ଆବେଦନ କରିଥିବା ଜମାଧାରୀମାନଙ୍କୁ କିସ୍ତିରେ ଫେରସ୍ତ ଦିଆଯାଉଛି । ଯଦି ଆପଣ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ ଏବଂ ସାହାରା ପାଣ୍ଠିରେ ଅଟକି ରହିଥିବା ଟଙ୍କା ଫେରସ୍ତ ପାଆନ୍ତୁ ।

କିପରି ଆବେଦନ କରିବେ

CRCS- ସାହାରା ରିଫଣ୍ଡ ପୋର୍ଟାଲ (https://mocrefund.crcs.gov.in/Depositor/Register)  କୁ ଯାଇ ପଞ୍ଜୀକୃତ ହୁଅନ୍ତୁ । ଆଧାରର ଶେଷ ଚାରି ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ଆପଣଙ୍କର ମୋବାଇଲ୍ ନମ୍ବର ପ୍ରବେଶ କରି OTP ପୁରଣ କରନ୍ତୁ ।ଏହା ପରେ ଆପଣ ଫର୍ମ ପାଇବେ, ଏହାକୁ ଡାଉନଲୋଡ୍ କରନ୍ତୁ । ଅଫଲାଇନ୍ ଫର୍ମ ଡାଉନଲୋଡ୍ କରିବା ପରେ ଏହାକୁ ପୋର୍ଟାଲରେ ଭରିବା, ସ୍କାନ କରିବା ଏବଂ ଅପଲୋଡ୍ କରିବାକୁ ପଡିବ ।ସାହାରାରେ ସଦସ୍ୟତା ସଂଖ୍ୟା ବିନିଯୋଗ କରିବାକୁ ପଡିବ । ଆପଣଙ୍କ ଦ୍ୱାରା ଦିଆଯାଇଥିବା ବିବରଣୀ ଯାଞ୍ଚ କରାଯିବା ପରେ ଆପଣଙ୍କ ଟଙ୍କା ୪୫ ଦିନ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami