ଗରବା ନାଚୁ ନାଚୁ ହୃଦଘାତରେ ୧୦ ଜଣଙ୍କ ମୃତ୍ୟୁ

Above Post Content

ଗାନ୍ଧୀନଗର: ସାରା ଦେଶ ମା’ଙ୍କ ଆଗମନୀକୁ ନେଇ ଝୁମୁଥିବାବେଳେ ଗୁଜରାଟରେ ଖେଳି ଯାଇଛି ଶୋକର ଲହରୀ । ଗରବା ନାଚୁ ନାଚୁ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସବୁଠାରୁ ଦୁଃଖର କଥା ହେଉଛି ଅଧିକାଂଶ ମୃତକଙ୍କ କମ ବୟସର । ସବୁଠାରୁ କନିଷ୍ଠ ମୃତକଙ୍କ ବୟସ ୧୩ ବର୍ଷ ବୋଲି ଜଣାଯାଇଛି । ଗୋଟିଏ ଦିନରେ ହୃଦଘାତରେ ଏତ ସଂଖ୍ୟକଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି ।

Middle post content

ଗୋଟିଏ ଦିନରେ ଆସିଥିଲା ଆମ୍ବୁଲାନ୍ସ ପାଇଁ ୫୦୦ କଲ 

After 2nd paragraph post ads

ଗୋଟିଏ ଦିନରେ ଆମ୍ବୁଲାନ୍ସ ପାଇଁ ୫୦୦ କଲ ଆସିଥିଲା । ଏ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦେବାକୁ କୁହାଯାଇଥିଲା । ରୋଗୀଙ୍କୁ ଠିକ ଭାବେ ଡାକ୍ତରଖାନାରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ କୁହାଯାଇଥିଲା । ଖେଦା ଜିଲ୍ଲାର କପଡଭଞ୍ଜ ସହରରେ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା । ଗରବା ଖେଳୁ ଖେଳୁ ହଠାତ ୧୭ ବର୍ଷର ଭୀର ଶାହ ଟଳି ପଡିଲା । ତାଙ୍କର ନାକରୁ ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ତାଙ୍କର ପରିବାର ଲୋକେ ଅନ୍ୟ ଏକ ସ୍ଥାନରେ ପୂଜା ପାଳନ କରୁଥିଲେ । ଖବର ପାଇ ସେମାନେ ତୁରନ୍ତ ଯାଇ ପହଞ୍ଚିଲେ ଡାକ୍ତରଖାନାରେ । ହେଲେ ଡାକ୍ତର ଭୀରଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami