ଆଉ ପଶିପାରିବେନି ଅଣହିନ୍ଦୁ; ସିଂହଦ୍ୱାରରେ ଜଗିବେ ୨ ପ୍ରତିହାରୀ ସେବକ

Above Post Content

ପୁରୀ: ଶ୍ରୀମନ୍ଦିର ଭିତରକୁ ଆଉ ପଶି ପାରିବେନି ଅଣହିନ୍ଦୁ । ସେଥିଲାଗି ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସିଂହଦ୍ୱାର ପ୍ରତିହାରୀ ସେବାର ପ୍ରଚଳନ । ଏଣିକି ସିଂହଦ୍ୱାର ନିକଟରେ ଜଗି ରହିବେ ପ୍ରତିହାରୀ ସେବକ । ଶ୍ରଦ୍ଧାଳୁଙ୍କୁ ଉପରେ ନଜର ରଖିବେ ସେମାନେ । କୌଣସି ଅଣହିନ୍ଦୁ ଯେପରି ମନ୍ଦିର ଭିତରକୁ ପ୍ରବେଶ ନ କରନ୍ତି, ସେଥିପାଇଁ ନଜର ରଖିବେ ଏହି ପ୍ରତିହାରୀ ସେବକ ।

Middle post content

ପୁଣି ଆରମ୍ଭ ହେଲା ପ୍ରତିହାରୀ ସେବା

After 2nd paragraph post ads

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳୁ ଦ୍ୱାର ଫିଟା ସମୟରେ ଦୁଇଜଣ ଓ ସନ୍ଧ୍ୟାରେ ଆଳତୀ ସମୟରେ ୨ଜଣ ପ୍ରତିହାରୀ ସେବକ ମୁତୟନ ରହିବେ ।
ନିକଟ ଅତୀତରେ ବାରମ୍ବାର ଅଣହିନ୍ଦୁମାନଙ୍କର ଶ୍ରୀମନ୍ଦିର ପ୍ରବେଶ କରି ଆସୁଥିଲେ । ସେଥିଯୋଗୁଁ ନୀତିକାନ୍ତି ପ୍ରଭାବିତ ହେବା ଘଟଣା ସାମ୍ନାକୁ ଆସିବା ପରେ, ପ୍ରତିହାରୀ ନିଯୋଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବ କାଳରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରତିହାରୀ ସେବକମାନେ ଦାୟିତ୍ୱ ନିର୍ବାହ କରୁଥିଲେ । ତେବେ କାଳକ୍ରମେ ସିଂହଦ୍ୱାର ପ୍ରତିହାରୀ ସେବା ବନ୍ଦ ହୋଇଯାଇଥିଲା । ସେମାନେ କେବଳ ଶ୍ରୀମନ୍ଦିର ଭିତରେ ଏବଂ ରଥଯାତ୍ରା ସମୟରେ ସେବା ଯୋଗାଉଥିଲେ । ତେବେ ଅଣହିନ୍ଦୁଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ପ୍ରବେଶରୁ ରୋକିବା ପାଇଁ ସିଂହଦ୍ୱାର ପ୍ରତିହାରୀ ସେବାର ପୁନଃପ୍ରଚଳନ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami