![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଜି ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ପାଇଁ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ପୂର୍ବରୁ ତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ଆଲିଆ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ଗ୍ରହଣ କରଛନ୍ତି । ତେବେ ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ଆଲିଆ ଏକ ସ୍ୱତନ୍ତ୍ର ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି । ଏହି ଶାଢ଼ିଟି ସେ ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ ଅର୍ଥାତ୍ ତାଙ୍କ ବିବାହ ସମୟରେ ପିନ୍ଧିଥିଲେ ।
ପ୍ରଶଂସକଙ୍କୁ ଆକୃଷ୍ଟ କଲା ମଥାର ଟିକିଲି,କେଶର ଧଳା ଗୋଲାପ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଏହି ଆୱାର୍ଡ ସୋ’ରେ ଆଲିଆ ନିଜ ସ୍ୱାମୀ ରଣବୀର କପୁରଙ୍କ ସହ ନଜର ଆସିଛନ୍ତି । ଆଲିଆ ତାଙ୍କ ବିବାହ ଶାଢୀ ପିନ୍ଧିବା ସହ ମଥାରେ ଲାଲ ରଙ୍ଗର ଟିକିଲି, କେଶରେ ଧଳା ରଙ୍ଗର ଗୋଲାପ ଫୁଲ ଲଗାଇଛନ୍ତି । ସେହିପରି ରଣବୀର ଏକ କଳା ରଙ୍ଗର ସୁଟ୍ ପିନ୍ଧିଛନ୍ତି, ଯେଉଁଥିରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଆଲିଆଙ୍କ ଷ୍ଟାଇଲକୁ ତାଙ୍କ ପ୍ରଶଂସକ ବେଶ୍ ଆକୃଷ୍ଟ କରିଛି ।
‘ଗଙ୍ଗୁବାଇ କାଠିଆୱାଡି’ ୫ଟି ମୁଖ୍ୟ ବର୍ଗରେ ପୁରସ୍କାର ଜିତିଛି
ଗଙ୍ଗୁବାଇ କାଠିଆୱାଡି ଫିଲ୍ମଟି ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିଲା । ‘ଗଙ୍ଗୁବାଇ କାଠିଆୱାଡି’ ୫ଟି ମୁଖ୍ୟ ବର୍ଗରେ ଜାତୀୟ ପୁରସ୍କାର ଜିତିଛି । ରିଲିଜ୍ ସମୟରେ ପ୍ରଶଂସକମାନେ ମଧ୍ୟ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଶାନ୍ତନୁ ମହେଶ୍ୱରୀ, ବିଜୟ ରାଜ, ଅଜୟ ଦେବଗନ୍, ଜିମ୍ ସରଭଙ୍କ ଭଳି କଳାକଳର ନଜର ଆସିଥିଲେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)